ହଠାତ ଠାକୁର ଘରେ ଉଭା ହେଲେ ନାଗ ( Venomous Cobra ) ଦେବତା , ଆଉ ତାପରେ ଦେଖନ୍ତୁ କଣ ହେଲା… ଦେଖନ୍ତୁ ଭିଡ଼ିଓ

ତେବେ ସାଧାରଣତଃ ସାପ କୁ ଆମେ ପ୍ରାୟ ସ୍ଥାନ ରେ ଦେଖିବାକୁ ପାଇ ଥାଉ ଏବଂ ବିଭିନ୍ନ ପ୍ରଜାତି ର ମଧ୍ୟ ସାପ ରହିଛନ୍ତି | କେଉଁଠି ବିଷଧର ସାପ ତ ଆଉ କେଉଁଠି ସାପ ଭୟଙ୍କର ଦେଖାଯାଏ କିନ୍ତୁ ସାପ ଟିର ବିଷ ନଥାଏ | ସାପ ନାଁ ଶୁଣିଲେ ଦେହ ଭୟ ରେ ଶୀତେଇ ଉଠେ ସେ ସାପ ର ବିଷ ଥାଉ କି ନଥାଉ ଦେଖି ଦେଲେ ମଣିଷ ଆତଙ୍କିତ ହୋଇ ପଡେ ଆଉ ତା ପାଖକୁ ଯିବା କଥା ଭାବିଲେ ମନ ରେ ଛନକା ପଳେଇ ଆସେ | କାରଣ ସାପ ଦ୍ୱାରା ଅନେକ ଙ୍କର ଜୀବନ ଯିବାର ମଧ୍ୟ ଆପଣ ଶୁଣି ଥିବେ ଏବଂ ଜାଣି ଥିବେ ମଧ୍ୟ |

ସାପ ଯଦି ଥରେ ଦଂଶନ କରିଛି ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚାଇବା ବହୁତ କଷ୍ଟକର ହୋଇ ପଡି ଥାଏ | ପ୍ରକୃତ ରେ ସରୀସୃପ ପ୍ରାଣୀ ମଣିଷ ଜାତି କୁ ଭୟ କରି ଥାଏ କିନ୍ତୁ ନିଜ ଜୀବନ ବଞ୍ଚାଇବା ପାଇଁ ସେ ମଣିଷ କୁ ଚଟ ମାରି ଦିଏ |

ତେବେ ସାପ କୁ ନେଇ ଆପଣ ଅନେକ ଘଟଣା ସୋସିଆଲ ମିଡ଼ିଆ ରେ ଦେଖି ଥିବେ ନିହାତି, ପୁଣି ଏକ ସେଭଳି ଭୟଙ୍କର ଦୃଶ୍ୟ ଦେଖିବା ପାଇଁ ମିଳିଛି | ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |

ତେବେ ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା ର ଏକ ଗ୍ରାମ ର ଏକ ଘରେ ବିରାଟକାୟ ଗୋଖର ସାପ ଦେଖିବା ପାଇଁ ମିଳିଛି ତାହା ପୁଣି ଘର ର ଠାକୁର ଘରେ ଦେଖା ଯାଇଛି | ତେବେ ଏହି ବିରାଟକାୟ ବିଷଧର ସାପ କୁ ଦେଖି ପ୍ରଥମେ ପରିବାର ଲୋକ ଭୟଭୀତ ହୋଇ ଯାଇ ଥିଲେ | ଆଉ ଘର ର ଲୋକ ଯାଇ ପଡୋଶୀ ଘରେ ବସବାସ କରୁ ଥିଲେ ଏବଂ ସାପ ଟିକୁ କିପରି ଯେ କାଢିବେ ସେଥିପାଇଁ ଚିନ୍ତା ରେ ପଡ଼ି ଯାଇ ଥିଲେ |

ଏହା ପରେ କିଛି ଉପାୟ ନ ପାଇ ସେମାନେ ସାପ ଧରାଳି କୁ ଫୋନ କରି ଡକାଇ ଥିଲେ ଏବଂ ସାପ ଧରାଳି ମଧ୍ୟ ତୁରନ୍ତ ଉକ୍ତ ଗ୍ରାମରେ ପହଞ୍ଚି ଥିଲେ | ଏହା ପରେ ସାପ ଧରାଳି ବହୁତ କଷ୍ଟ ରେ ସେହି ସାପ ଟିକୁ ଧରିବାରେ ସକ୍ଷମ ହୋଇ ଥିଲେ ଏବଂ ସାପ ଟିକୁ ନେଇ ବହୁତ ଦୂର ସ୍ଥାନରେ ଛାଡ଼ି ଦେଇ ଥିଲେ |

ତେବେ ଏହି ଦୃଶ୍ୟ କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରିବା ପରେ ତାହା ଖୁବ ଭାଇରାଲ ହେବାରେ ଲାଗିଛି | ଆଉ ଆପଣ ମଧ୍ୟ କେଉଁଠି ଯଦି ବିଷଧର ସାପ ଦେଖୁଛନ୍ତି ତେବେ ତାହାକୁ ନ ମାରି ସାପ ଧରାଳି ସହ ଯୋଗାଯୋଗ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।