ଦେଖନ୍ତୁ ଭିଡ଼ିଓ । ୟାକୁ ହିଁ କୁହନ୍ତି ପ୍ରଭୁଭକ୍ତି, ଆଜିକାଲି ମଣିଷ ବିଶ୍ୱାସଘାତକତା କରୁଥିବା ବେଳେ କୁକୁର ବଞ୍ଚାଉଛି ଜୀବନ, ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ
ମଣିଷ ସିନା ଭୁଲି ଯାଉଅଛି ତାର ମାନବ ପଣିଆ ଆଉ ନିଜ ସ୍ବାର୍ଥ ପାଇଁ କିଛି ବି ଜଘନ୍ୟ କାମ କରିବାକୁ ପଛାଉ ନାହିଁ। କିନ୍ତୁ ଗୋଟିଏ ପଶୁ କେବେ ସେମିତି ହୋଇ ନପାରେ। ନିଜର ମାଲିକ ପାଇଁ ସେ ଏତେ ବିଶ୍ଵସ୍ତ ଯେ କିଛି ବି କଠିନ କାମ କରିବାକୁ ପଛାଇ ନଥାଏ ସେ। ସେହିଭଳି ଏକ ବିଶ୍ୱାସ, ଉଦାରତା ଏବଂ ଭଲପାଇବା ର ଜ୍ୱଳନ୍ତ ଉଦାହରଣ ଆମେ ଆଜି ଆପଣଙ୍କ ନିକଟରେ ରଖିବୁ ଯାହାକୁ ଦେଖିଲା ପରେ ଆପଣଙ୍କ ମନରେ ମଧ୍ଯ କୁକୁର ପ୍ରତି ଏକ ଭିନ୍ନ ଧାରଣା ସୃଷ୍ଟି ହେବ ।
କେବଳ କୁକୁର ନୁହେଁ ସମସ୍ତ ପଶୁ ସେମାନଙ୍କ ମାଲିକ ପ୍ରତି କେତେ ଇମାନଦର ଓ ବିଶ୍ଵସ୍ତ ଅଟନ୍ତି ତାହା ଆପଣ ଏହି ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରି ପାରିବେ।
ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜାଆଁଳା ବ୍ଲକ୍ ଅନ୍ତର୍ଗତ ମୁଣ୍ଡ ମୁହାଣ ଅଞ୍ଚଳରେ। ଚିରଦିନ ପାଇଁ ଏହି ଅଞ୍ଚଳ ର ଲୋକେ ମନେ ରଖିବେ ଏହି କୁକୁରକୁ।ଏଠାରେ ଏକ କୁକୁର ଯାହାର ନାମ ଲାଦେନ୍ ସେ ନିଜ ମାଲିକର ପରିବାରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ପାଣି ଛଡାଇ ଦେଇଛି ।
ସେ ଯେତେବେଳେ ଘର ବାରଣ୍ଡାରେ ଥିଲା ହଠାତ୍ ଦେଖିବାକୁ ପାଇଲା ଯେ ଗୋଟିଏ ବିଷଧର ସାପ ଯାହା ନାଗ ସାପ ଥିଲା,ଏହା ସେଠାରେ ଖେଳୁଥିବା ତାର ମାଲିକର ପିଲାଙ୍କ ଆଡ଼କୁ ମାଡି ଆସୁଥିଲା। କାହାର ବି ଧ୍ୟାନ ଏହି ସାପ ଉପରେ ପଡ଼ି ନଥିଲା।
କିନ୍ତୁ ବାରଣ୍ଡାରେ ଥିବା ଏହି କୁକୁର ତୀକ୍ଷ୍ଣ ଭାବରେ ନଜର ରଖିଥିଲା ଏହି ପିଲା ମାନଙ୍କ ଉପରେ। ଏବଂ ଯେତେବେଳେ ଦେଖିଲା ସାପ ଟି ସେମାନଙ୍କ ଆଡ଼କୁ ମାଡ଼ି ଆସୁଛି ସେ ହଠାତ୍ କିଛି କରି ନପାରି ନିଜେ ସାପ ସହ ଲଢ଼େଇ କରିବାକୁ ଚାଲିଗଲା। ଲାଗୁଥିଲା ଯଦି ସେ କଥା କହି ପାରିଥାନ୍ତା ହୁଏତ ପାଟି କରି କାହାକୁ ଡାକି ପାରିଥାନ୍ତା।
ତେବେ ସେ ସାପ କୁ ନିଜ ପାଟିରେ କାମୁଡି କାମୁଡି କଚାଡି ମାରି ଦେବାକୁ ଚେଷ୍ଟା କରିଥିଲା ଓ ଶେଷରେ ମାରି ଦେଲା ମଧ୍ୟ। ଏହାରି ଭିତରେ ସେ ମଧ୍ୟ ସାପ ସହିତ ଲଢେଇ କରିବା ଭିତରେ ସାପ ଠାରୁ ଆକ୍ରମଣର ଶିକାର ହୋଇଥିଲା।
ପରେ କିଛି ସମୟ ପରେ ଥରି ଥରି ଟଳି ପଡ଼ିଥିଲା ଏହି କୁକୁର। ନିଜର ଜୀବନ ଚାଲିଗଲା ପଛେ ସେ ତାର ମାଲିକର କୌଣସି କ୍ଷତି କରିବାକୁ ଦେଲା ନାହିଁ ଏହି ବିଷଧର ସାପକୁ। ତାର ମାଲିକ କୁ ମଧ୍ୟ ସାପ ସହିତ ଲଢେଇ କରିବା ପାଇଁ ପାଖକୁ ଆସିବାକୁ ଦେଇ ନଥିଲା ଲାଦେନ। କାଳେ ସେ କୌଣସି କ୍ଷତି କରିବ ତାର ମାଲିକର।
ନିଜେ ସାପ ସହିତ ଲଢେଇ କରି କରି ଶେଷରେ ନିଜର ଜୀବନ ହାରିଦେଲା ଏହି ବିଶ୍ୱାସୀ ଜୀବ। ଯାହାକୁ କୁହନ୍ତି ପ୍ରକୃତରେ ମାଲିକ ପ୍ରତି ଭଲପାଇବା ଏବଂ ପ୍ରଭୁଭକ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।