ଶୀତ ଦିନେ ଓଠ ଫଟା ର ଆଜି ହିଁ କରନ୍ତୁ ଏହି ଛୋଟିଆ ଘୋରାଇ ଉପଚାର, ୧୦୦% ଗ୍ୟାରେଣ୍ଟି

ବନ୍ଧୁଗଣ ଜାଣିଥିବେ ଯେ ବର୍ତମାନ ଶୀତ ଦିନ ଆରମ୍ଭ ହୋଇ ଯାଇଛି l ଆଉ ଏହି ଶୀତ ଦିନରେ ବାୟୁ ମଣ୍ଡଳ ଶୁଷ୍କ ଥାଏ ଯାହା ଯୋଗୁଁ ଆମର ଦେହ ଶୁଖିଲା ଶୁଖିଲା ଦୂଷିବ ସହ ପ୍ରାୟ 90 ପ୍ରତିଶତ ରୁ ଅଧିକ ଲୋକର ପାଦ ଏବଂ ଓଠ ଫାଟିବା ଆରମ୍ଭ ହୋଇ ଯାଏ l ଏହି ପରି ହେବାର ମୁଖ୍ୟ କାରଣ ହେଉଛି ଆମର ଶରୀରରେ ପାଣି ର ମାତ୍ର କମ ହେବା l

କାରଣ ଶୀତ ଯୋଗୁଁ ଆମକୁ ଶୋଷ ଲାଗେ ନାହିଁ ଆଉ ଯଦି ଲାଗିବ ତାହାଲେ ଆମେ ପାଣି ପିଇବା କୁ ଇଛା ନକରି ପାଣି ପିଉ ନାହିଁ l ଯାହା ଯୋଗୁଁ ଆମର ଶରୀର ଶୁଷ୍କ ହୋଇ ଯାଏ ଯାହା ଯୋଗୁଁ ଆମର ଓଠ ଫାଟିବା ଆରମ୍ଭ କରି ଦିଏ l

ଆମର ଯେତେ ବେଳେ ଓଠ ଫାଟିବା ଆରମ୍ଭ କରେ ସେତେବେଳେ ଆମେ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଟିଭି ରେ ଦେଉଥିବl ବିଜ୍ଞାପନ ଆଦିକୁ ଦେଖି ବିଭିନ୍ନ ପ୍ରକାର ର ବ୍ରାଣ୍ଡ ର ଜିନିଷ ବ୍ୟବହାର କରୁ ଯାହା ଯୋଗୁଁ ଆମର ଭଲ ହେବl ଜାଗାରେ ନାନା ପ୍ରକାରର ନୂଆ ରୋଗ ଆରମ୍ଭ ହୋଇ ଯାଏ l

ତେଣୁ ଏହି ସବୁ ରୁ ରକ୍ଷା ପାଇବା ପାଇଁ ହେଲେ ଆପଣକୁ ଘରୋଇ ଉପଚାର କରିବାକୁ ହେବ l ଯାହାକୁ ବ୍ୟବହାର କରିବାକୁ ହେଲେ ଆମକୁ କୌଣସି ପ୍ରକାରର ଖର୍ଚ୍ଚ କରିବାକୁ ପଡିବ ନାହିଁ ଏହା ଅତି ସହଜରେ ମିଳି ଯାଏ l ଆଉ ଯାହାକୁ ମାତ୍ର କିଛି ଦିନ ନିୟମିତ କଲେ ଆମର ଓଠ ଫାଟିବା ଦୂର ହୋଇ ଯାଏ l

ତେବେ ଚାଲନ୍ତୁ ଜାଣିବା ଏହି ସବୁ ଘରୋଇ ଉପଚାର ଗୁଡିକ କଣ l

1-ପ୍ରାକୃତିକ ମହୁ ନିୟନ୍ତୁ ଆଉ ଏହାକୁ ପ୍ରତି ଦିନ ରାତିରେ ନିଜର ଓଠରେ 5 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ l ଆଉ ଶୋଇ ଯାଆନ୍ତୁ ଆଉ ସକାଳୁ ଉଠି ଆପଣଙ୍କ ଉଠ କୁ ଧୋଇ ଦିୟନ୍ତୁ l

2-ରାତିରେ ଆପଣ ଶୋଇବା ପୂର୍ବରୁ ଆପଣ ନିଜର ଓଠରେ ଲହୁଣୀ ଲଗାନ୍ତୁ ଆଉ ଏହାକୁ ଓଠରେ ଲଗେଇ ଏହାକୁ 5 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ଏହାକୁ ସେମିତି ଛାଡି ଦିୟନ୍ତୁ, ସକାଳୁ ଉଠି ଧୋଇ ଦିଅନ୍ତୁ l

3- ଆହୁରି ମଧ୍ୟ ନିଜର ଫାଟି ଯାଇଥିବା ଓଠରେ ଘରେ ପ୍ରସ୍ତୁତ ହେଉଥିବା ଦେଶୀ ଗାଈ ଘିଅ ଏହାକୁ ନିୟନ୍ତୁ ଆଉ ଭଲ ଭାବରେ ନିଜର ଓଠ ଉପରେ ଲଗେଇ 5 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ଆଉ ଏହା ପରେ ଶୋଇ ଯାଆନ୍ତୁ ଆଉ ସକାଲୁ ଉଠି ଭଲ ଭାବରେ ସଫା କରନ୍ତୁ l

4-ଏହା ପରେ ଦିନରେ ସବୁବେଳେ ପାଣି ପିଅନ୍ତୁ ଏହା ସହିତ ଓଠରେ ନଡ଼ିଆ ତେଲ ଲଗାନ୍ତୁ ଏହା ସହିତ ବାଦାମ ତେଲ ଲଗାନ୍ତୁ ନିଜର ଘରେ ପ୍ରସ୍ତୁତ କରି ଦେଖିବେ ଆପଣଙ୍କ ଓଠ ପୁରା ନରମ ଆଉ ସୁନ୍ଦର ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।