ସୁପ୍ରିମ୍କୋର୍ଟ ଙ୍କ ବଡ ରାୟ : ଶ୍ୱଶୁର ଘରେ ଥିବାବେଳେ ପତ୍ନୀଙ୍କ ଉପରେ ଶାରୀରିକ ଆକ୍ରମଣ ହେଲେ ସ୍ୱାମୀ ହିଁ ଦାୟୀ ରହିବେ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….
ଆମ ଦେଶରେ ଝିଅଟିଏ ଜନ୍ମ ହେଲେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କହି ଖୁସି ହୁଅନ୍ତି ଏବଂ କିଏ କିଏ ଝିଅକୁ ବୋଝ ବୋଝ ବୋଲି ଭାବି ଦୁଃଖ ପ୍ରକାଶ କରନ୍ତି ।ଆମ ଦେଶ ଯେତେ ଉନ୍ନତି କରି ଥିଲେ ମଧ୍ୟ ଆମ ସମାଜରେ ନାରୀକୁ ବୋଝ ବୋଲି କହିଥାନ୍ତି ।ଝିଅମାନଙ୍କୁ କମ୍ ବୟସରେ ବିବାହ ଦେବା ଆମ ସମାଜରେ ଏକ ପୁରୁଣା ପ୍ରଥା ରହିଆସିଛି ।ଯାହା ଫଳରେ କି ସେମାନେ ନିଜ ଇଚ୍ଛାରେ ବାହାର ଦୁନିଆରେ ମୁକ୍ତ ଭାବରେ ଯାଇପାରୁନାହାନ୍ତି କି ନିଜର ପ୍ରତିଭା ପ୍ରକାଶ କରିପାରୁନାହାନ୍ତି ।ପାଠପଢିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାରର ଚାପରେ ପଢିପାରୁନାହାନ୍ତି ।ସମାଜରେ ଧନୀ ଗରିବ ଅଛନ୍ତି ।
ଯାହାର ପଇସା ଅଛି ତ ସେ ଆଗକୁ ପଢିଲା ଏବଂ ଯାହାର ପଇସା ନାହିଁ ତ ସେ ଆଉ ଆଗକୁ ଯାଇପାରିଲା ନାହିଁ ।ଝିଅଟିର ସ୍ୱପ୍ନ ଅଧାରେ ରହିଗଲା ।ତା ପରେ ବାପା ମାଆ କ ଣ କରନ୍ତି ନା ଝିଅଟିକୁ ବାହା ଦେଇଦିଅନ୍ତି ।ସେଠାରେ ବି ଝିଅଟି ଖୁସିରେ ରହି ପାରନ୍ତିନି ।
ଶାସ୍ତ୍ରରେ ଲେଖା ଅଛି ଝିଅ ଜନମ ପର ଘରକୁ ।ଝିଅ ଟିଏ ବାହହେଇ ଗଲା ପରେ ସେ ତାର ଶାଶୁ ଘରକୁ ସବୁ କିଛି ମାନିଥାଏ ।ବୋହୂ ଘରକୁ ଗଲେ ଲକ୍ଷ୍ମୀ ଆସିଛନ୍ତି ବୋଲି କହିଥାନ୍ତି ।ସେ ତାର ପରିବାରର ଶାଶୁ ଶସୁର ,ସ୍ୱାମୀ ,ନଣନ୍ଦ, ଦେଉର ସମସ୍ତଙ୍କୁ ନେଇ ଚଳିବାକୁ ଚେଷ୍ଟା କରିଥାଏ ।ବୋହୂଟିଏ ନିଜ ବାପ ଘର ଏବଂ ଶାଶୁ ଘର କୁ ସନ୍ତୁଳନ କରି ଚଳି ଥାଏ । ତେମୁ ଝିଅକୁ ଦୁହିତା ବୋଲି କୁହାଯାଇଥାଏ ।କାହିଁକି ନା ସେ ଦୁଇ କୁଳର ହିତ ସାଧନ କରିଥାଏ ।କିନ୍ତୁ ଆଜିକାଲି ଆମ ଦେଶ ରେ ବୋହୂ କୁ ନିର୍ଯାତନା ଦେବା ଭଳି ଅମାନବୀୟ ଘଟଣା ପ୍ରତିଦିନ ବଢିବାରେ ଲାଗିଛି ।
ଝିଅକୁ କଉଠି ଯୌତୁକ ନିର୍ଯାତନା ଦେଇ ନିଆଁ ଲଗାଇ ମାରିଦେଲେଣି ତ କେଉଁଠି ଘରୁ ବାହରକ କରିଦେଲେଣି । ଏହି ଭଳି ଅମାନବୀୟ ଘଟଣାର ଅଭିଯୁକ୍ତ ସର୍ବୋଚ୍ଚ ନ୍ୟାୟାଳର ଦ୍ୱାରସ୍ଥ ହୋଇଥିଲେ ।ସୂଚନା ମୁତାବକ ତାଙ୍କ ସ୍ୱାମୀ ତାଙ୍କ ଉପରେ ଅମାନବୀୟ ଅତ୍ୟାଚାର କରୁଥିଲେ ।
ଏପରିକି ଗର୍ଭବତୀ ଥିଲେ ସୁଧା ତାଙ୍କ ସ୍ୱାମୀ ତାଙ୍କୁ କ୍ରିକେଟ୍ ବ୍ୟାଟ୍ ରେ ମାର ମାରି ଥିଲେ ଏବଂ ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ପଛାଇ ନ ଥିଲେ ।ଖାଲି ସ୍ୱାମୀ ନୁହନ୍ତି ଏବଂ ତାଙ୍କ ଶାଶୁ ଶଶୁର ତାଙ୍କ ଉପରେ ଅମାନୁଷିକ ଚାପ ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା ।
ଏହି ଅଭିଯୋଗ ଆଧାରରେ ପୋଲିସ୍ ତାଙ୍କ ସ୍ୱାମୀ ସମେତ ଶାସୁ ଏବଂ ଶଶୁର କୁ ଗିରୋଫ୍ କରି କୋର୍ଟ ଚାଲାଣ କରିଥିଲା।ଜାମିନ୍ ପାଇଁ ଅଭିଯୁକ୍ତଙ୍କ ଓକିଲ ଆବେଦନ କରିଥିଲେ ।କିନ୍ତୁ କୋର୍ଟ ଏହାକୁ ଖାରୋଜ୍ କରିଥିଲା ।ତେବା ଓକିଲ ଜଣକ କଥା ହେଉଛି କି ମହିଳା ଜଣକ ନିଜେ ଅଭିୟୋଗ କରିଛନ୍ତି କି ତାଙ୍କୁ ତାଙ୍କ ଶାସୁଘର ଲୋକେ ବ୍ୟାଟ ରେ ପିଟିଥିଲେ ।ହେଲେ ଓକିଲ ଙ୍କ ଯୁକ୍ତିକୁ ପ୍ରତ୍ୟାଖାନ କରି କୋର୍ଟ କହିଛନ୍ତି କି ଏଥିରେ କିଛି ବି ଫରକ ପଡେନି ଆପଣ କିମ୍ବା ଆପଣଙ୍କ ବାପା ତାଙ୍କୁ ବ୍ୟାଟ ରେ ମାର ମାରୁ ଥିଲେ ।
ତେବେ ଶାସୁ ଘରେ ମହିଲାକୁ କୌଣସି କାରଣରୁ ଆଘାତ ଲାଗିଲେ ପ୍ରଥମେ ସ୍ୱାମୀଙ୍କୁ ଦାୟୀ କରାଯିବ ।ଏହି ମାମଲାର ଶୁଣାଣି କରି ଏକ ଐତିହାସିକ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ର ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ ।ତାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ରେ ଏହା ସ୍ପଷ୍ଟ କୁହାଯାଇଛି କି ଶଶୁର ଘରେ ମହିଲା ଉପରେ ଅନ୍ୟ ସଂପର୍କୀୟ ଆକ୍ରମଣ କଲେ ବି ସ୍ୱାମୀଙ୍କୁ ଦାୟୀ କରାଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।