new twist- ହ୍ୱାଟ୍ସଆପ୍ ଚାର୍ଟିଂରେ ସୌମ୍ୟଜିତଙ୍କୁ ଶ୍ୱେତା ଦେଇଥିବା ଜୋତା ଓ ପୋଷାକ ଫେରାଇଦେବା କଥା ବି ଉଲ୍ଲେଖ ରହିଛି….

ଭୁବନେଶ୍ୱର ର ସପ୍ଟୱାର ଇଞ୍ଜିନିଅର ଶ୍ଵେତା ଙ୍କ ମୃତ୍ୟୁ ମାମଲା 7 ଦିନ ବିତି ଗଲାଣି, ଆଉ ଏହାରି ଭିତରେ ଶ୍ଵେତା ଙ୍କର ହ୍ଵାଟ୍ସଆପ ଆଜି ସାମ୍ନା କୁ ଆସିଛି | ବୟଫ୍ରେଣ୍ଡ ସୋମ୍ୟଜିତ ଙ୍କ ମା ଙ୍କ ପାଖକୁ ଶ୍ଵେତା ଏହି ମେସେଜ ପଠାଇଛନ୍ତି | ଏହି ଚାର୍ଟ ରେ ଶ୍ଵେତା ନିଜ ମନର କ୍ଷବ କୁ ପ୍ରେମିକ ସୋମ୍ୟଜିତ ଙ୍କ ମା ଙ୍କ ପାଖରେ ପରି ପ୍ରକାଶ କରିଛନ୍ତି | ତେବେ ଏହି ଚାର୍ଟ ରେ ଶ୍ଵେତା ସୋମ୍ୟଜିତ ଙ୍କ ମା ଙ୍କୁ ମେସେଜ କରି ଲେଖିଛନ୍ତି କି, ଆପଣ ଙ୍କ ପୁଅ ମୋବାଇଲ ପାଇଁ ମୋ ଠୁ 12 ହଜାର ଟଙ୍କା ନେଇଛି |

ଏମିତି କି ସେ ମତେ ମିଛ କହି ବହୁତ ସମୟ ରେ ମୋ ଠାରୁ ଟଙ୍କା ନେଇ ଯାଇଛି, ସରି ଆଣ୍ଟି କିନ୍ତୁ ଆପଣଙ୍କ ପୁଅ ଏତେ ମିଛ କହି ପାରନ୍ତି ବୋଲି ଏଇଟା ମୁଁ ଜାଣି ନଥିଲି | ଚାକିରୀ ଚାଲି ଯିବା ପରେ ସେ ମୋ ଟଙ୍କା ରେ ହିଁ ଚଳୁ ଥିଲା ଆଉ ଏବେ କହିଲେ କହୁଛି ମତେ ଦେଇ ଥିବା ଜୋତା ଓ ସାର୍ଟ ସବୁ ନେଇ ଯା |

ମୁଁ ସେ ଜୋତା ଆଉ ସାର୍ଟ ନେଇକି କରିବି କଣ ତାକୁ କୁହ ତିନି ବର୍ଷ ହେଲା ଯେଉଁ ପଇସା ମୋ ଠୁ ନେଇ ଥିଲା ସେ ପଇସା ମତେ ସେ ଫେରେଇ ଦେଉ | ମୋବାଇଲ ପାଇଁ ଯେଉଁ ପଇସା ନେଇଛି ସେ ପଇସା ମତେ ଫେରେଉ ଆଉ ସାର୍ଟ ଜୋତା ପାଇଁ ଯେଉଁ ପଇସା ନେଇଛି ସେ ପଇସା ମତେ ଫେରେଉ ଦେଉ |

 ହଁ ଆଉ ଗୋଟିଏ କଥା ଶୁଣ ଏବେ ତାକୁ କହିଲେ ସେ ମତେ ଧମକଉଛି କହୁଛି କି ତୋ ଫଟୋ ଭାଇରାଲ କରି ଦେବି ତୋ ଭିଡ଼ିଓ ମଧ୍ୟ ଭାଇରାଲ କରି ଦେବି | ତମ ପୁଅ ଏତେ ଖରାପ ବୋଲି ମୁଁ ଜାଣି ନଥିଲି ବ୍ରେକଅପ ପରେ ବି ସେ ମୋ ଠାରୁ ଜିନିଷ ମାଗିଛି |

ତେବେ ଏଭଳି କିଛି ହ୍ଵାଟ୍ସଆପ ଚାର୍ଟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୋମ୍ୟଜିତ ଙ୍କ ମା ଙ୍କ ପାଖକୁ ଶ୍ଵେତା ନିଜ ମନର କ୍ଷବ କୁ ଲେଖିଛନ୍ତି | ନିଜ ମନର କଷ୍ଟ ନିଜ ମନର ଦୁଃଖ କୁ ସବୁ ଶ୍ଵେତା ତାଙ୍କ ମା ଙ୍କୁ ମେସେଜ କରି ଜଣାଇ ଥିଲେ |

ଆଉ ଯେଉଁଥିରୁ ଜଣା ପଡୁଛି କି ସୋମ୍ୟଜିତ ଙ୍କର କାର୍ଯ୍ୟକଳାପ ରେ ଶ୍ଵେତା ଗଭୀର ଭାବେ ଆଘାତ ପାଇଛନ୍ତି ଆଉ ଶେଷ ରେ ସେ ଜୀବନ ହାରି ଦେଇଛନ୍ତି | ତେବେ ଦେଖିବାକୁ ବାକି ରହିଲା କି ଶ୍ଵେତା ଙ୍କର ମୃତ୍ୟୁ ପାଇଁ ଯଦି ସୋମ୍ୟଜିତ ଦାୟୀ ହୁଏ ତେବେ ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।