ଭାତୁଡ଼ିର ( Warts ) ଘରୋଇ ଉପଚାର | Home Remedies..ଆଜି ହିଁ ବ୍ୟବହାର କରନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ଭଲ ହେବ ?
ତେବେ ଆଜିକାଲି ଲୋକ ମାନେ ନିଜ ଶରୀରର ତ୍ୱଚା କୁ ବେସ କରି ପ୍ରାଧାନ୍ୟ ଦେଇ ଥାଆନ୍ତି କାରଣ ଶରୀର କିପରି ସୁସ୍ଥ ରହୁ ଓ ସୁନ୍ଦର ଦେଖା ଯାଉ ତାହା ପ୍ରାୟତଃ ସମସ୍ତଙ୍କର ଇଚ୍ଛା ଥାଏ | କିନ୍ତୁ ବେଳେ ବେଳେ ନିଜ ଖାଦ୍ୟ ସମସ୍ୟା ଯୋଗୁଁ ଏବଂ ଆଜିକାଲି ର ଜୀବନ ଶୈଳୀ ଯୋଗୁଁ ମଧ୍ୟ କିଛି ରୋଗ ଦେଖା ଯାଏ ତ ନଚେତ ସ୍କିନ ରେ କିଛି ବାହାରି ପଡିଥାଏ | ତେବେ ସେହିଭଳି ଭାବରେ ଭାତୁଡ଼ି ଏମିତି ଏକ ଜିନିଷ ଯାହାକି ପ୍ରାୟ ବ୍ୟକ୍ତି ଙ୍କ ଶରୀର ରେ ଦେଖିବା ପାଇଁ ମିଳିଲାଣି | ଏହା ଏକ ଚର୍ମ ରୋଗ ଏହା ଶରୀରରୁ ଅଳ୍ପ କିଛି ବାହାରି ଆସିଥାଏ ଏବଂ ଏହା ଆମ ଶରୀରର କାଖ, ଜଙ୍ଘ ବେକ ଆଦି ସ୍ଥାନରେ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିଥାଏ | ତେବେ ଏହି ଭାତୁଡ଼ି ଚର୍ମ ରୋଗ ସାଧାରଣତଃ ଡାଇବେଟିସ, ମୋଟା ବ୍ୟକ୍ତି ଏବଂ ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ଠାରେ ଅଧିକ ଦେଖା ଯାଇଥାଏ |
ଏହି ଭାତୁଡ଼ି ଶରୀରରେ ସୂର୍ଯ୍ୟ କିରଣ ପଡିଲେ ଅଧିକ ପରିମାଣରେ ବାହରିଥାଏ , ଆହୁରି ମଧ୍ୟ କିଛି କିଛି ଭାତୁଡି ରହିଛି ଯାହା ହାତକୁ ଖଦଡିଆ ଲାଗିଥାଏ ଏବଂ ଆଉ କିଛି ଚର୍ମ ଭିତରେ ହୋଇଥାଏ | ତେବେ ଏହି ଭାତୁଡ଼ି ଅନେକ ପ୍ରକାରର ମଧ୍ୟ ହୋଇ ଥାଏ ଯାହାକି ଏହା ଆଖି ଚାରି ପଟେ ହଳଦିଆ ରଙ୍ଗର ଛୋଟ ଛୋଟ ଦାନା ଭଳି ବାହାରିଥାଏ | ଆଉ କିଛି ଭାତୁଡି ରହିଛି ଯାହା ବୟସ୍କ ଲୋକ ମାନଙ୍କ ମଧ୍ୟରେ ଦେଖା ଯାଏ ଆଉ ଏହା ଦେଖିବା ପାଇଁ କଳା ରଙ୍ଗର ହୋଇଥାଏ ଯାହାକି କପାଳ ଜାଗାରେ ଅଧିକ ଦେଖାଯାଏ | ଆଉ କିଛି ଭାତୁଡ଼ି ରହିଛି ଯେଉଁଥିରୁ ରକ୍ତ ବାହାରି ଥାଏ ଏବଂ ଆଉ କିଛି ଭାତୁଡ଼ି ଶରୀର ସାରା ବାହାରି ଥାଏ ଯାହାକି ଚିକ୍କଣ ମଧ୍ୟ ଦେଖାଯାଏ | ତେବେ ଆଜି ଦୁଇଟି ଏଭଳି ଘରୋଇ ଉପଚାର ସମ୍ପର୍କରେ ଜାଣିବା ଯାହାକୁ ବ୍ୟବହାର କରିବା ଦ୍ୱାରା ଆମର ଭାତୁଡି ଭଳି ସମସ୍ୟା ଦୂର ହୋଇଯିବ |
1.ପ୍ରଥମେ ଆମେ ଏହି ଭାତୁଡ଼ି ପାଇଁ ଏପୁଲ ସାଇଡେଡ଼ ଭିନେଗାର ନେବା ଯାହାକି ଆମକୁ ପତଞ୍ଜଳି ଷ୍ଟୋର ରୁ ମିଳିଯିବ, ଆଉ କିଛି ଖାଇବା ସୋଡ଼ା ନେବା | ଏହା ପରେ ଏହି ଦୁଇଟିକୁ ମିଶେଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା ଯେପରି ଏହା ଟୁଥ ପେଷ୍ଟ ଭଳି ବହଳିଆ ହେଇଥିବ |
2. ଆମେ ଖାଇବା ଚୂନ କୁ ମଧ୍ୟ ଆମର ହେଇଥିବା ଭାତୁଡ଼ି ରେ ବ୍ୟବହାର କରି ପାରିବା ଯାହାକି ଆପଣ ଗୋଟିଏ ଗ୍ରାମ ନେବେ ଏବଂ ପାଣିରେ ବା ଫଳରସ ରେ ମିଶେଇକି ସେବନ କରିବେ |
ତେବେ ପ୍ରସ୍ତୁତ କରିଥିବା ଏହି ଉପଚାର କୁ ଆପଣ ସକାଳେ ଭାତୁଡ଼ି ବାହାରି ଥିବା ଜାଗାରେ ଲଗାଇବେ ଆଉ ତାହାକୁ 30 ମିନିଟ ପାଇଁ ଶୁଖିବା ପାଇଁ ଛାଡ଼ି ଦେବେ | ଆଉ ଶୁଖିଗଲା ପରେ ତାହାକୁ ସାଧାରଣ ପାଣି ରେ ଧୋଇଦେବା, ତେବେ ଏହି ପରି 2-3 ସପ୍ତାହ କରିଲେ ଭାତୁଡ଼ି ଜନିତ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।