ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ଯୁବତୀଙ୍କ ହାଇ ଭଲଟେଜ ଆକ୍ସନ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ……

ଆଜିକାଲି ଅନେକ ଯୁବପିଢି ପଥଭ୍ରଷ୍ଟ୍ ହୋଇ ଅନେକ ଅସାମାଜିକ କାର୍ଯ୍ୟ କଲାପ ଆଦି କରୁଥିବାର ଦେଖିବାକୁ ମିଳୁଛି। ଯାହା ସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସୁଛି।ତେବେ ଅଳ୍ପ ବୟସରୁ ଯୁବକ ଯୁବତୀ ମାନଙ୍କ ର ଏହିଭଳି ଦୌରାତ୍ମ୍ୟ ପଛରେ କାରଣ ହେଉଛି ସେମାନଙ୍କ ର ବେପରୁଆ ଜୀବନ ଧାରଣ ପ୍ରକ୍ରିୟା ଏବଂ କୁସଙ୍ଗ।

ଅଳ୍ପ ବୟସରୁ ଅନେକ ଖରାପ୍ ଜିନିଷ ର ସେବନ କରି ଏମାନେ ସମୟ ସମୟରେ ସେମାନଙ୍କର ମାନସିକ ଭାରସାମ୍ୟ ହରାଇ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ସମାଜରେ ସେମାନଙ୍କୁ ଲଜ୍ଜିତ କରିବା ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ବି ଅପମାନିତ କରୁଛି। ଏଥିପ୍ରତି ଟିକେ ହେଲେ ଏମାନଙ୍କର ଦୃଷ୍ଟି ନାହିଁ।

ସେହିଭଳି ଏକ ଘଟଣା ଘଟିଛି ମୁମ୍ବାଇ ରେ ।ଏଠାରେ ଯେଉଁ ଘଟଣା ଘଟିଛି ତାହା ସାଧାରଣରେ ବିଶ୍ବାସ କରିବା ସହଜ କିମ୍ବା ସମ୍ଭବପର ନୁହଁ। ଜଣେ ଯୁବତୀ ଯେଉଁଭଳି ଭାବରେ କାଣ୍ଡ ଏଠାରେ ଲିଭାଇଛନ୍ତି ତାହା ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। ଯାହାଙ୍କୁ ଅକ୍ତିଆର କୁ ଆଣିବା ପାଇଁ ୫ ରୁ ଅଧିକ ପୋଲିସ୍ ସମର୍ଥ ହୋଇ ପାରି ନାହାନ୍ତି। ତେବେ ଏହି ଘଟଣା ହେଉଛି ମୁମ୍ବାଇ ର ବରେଲି ପୋଲିସ୍ ଷ୍ଟେସନ ର।

ଏଠାରେ ପୋଲିସ୍ ଜଣେ ଯୁବତୀ ଙ୍କ ସହିତ ତାର ଆଉ ଦୁଇ ସହଯୋଗୀ କୁ ଧରି ନେଇ ଥାନାକୁ ଆଣିବା ପରେ ଯୁବତୀଙ୍କ ଏହି ଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଛି।ତାଙ୍କର ଔଦ୍ଧତ୍ୟ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ସେ ଥାନାର ଅଧାରୁ ଅଧିକ ଜିନିଷକୁ ଭାଙ୍ଗି ଦେଇଛନ୍ତି। ପୋଲିସ୍ କର୍ମଚାରୀଙ୍କୁ ବିଧା, ଗୋଇଁଠା ଆଦି ମାରି ଚାଲିଛନ୍ତି, ମନକୁ ଯାହା ଆସୁଛି କରି ଚାଲିଛନ୍ତି ଏହି ଯୁବତୀ ଜଣଙ୍କ।

ତାଙ୍କ ସହ ଥିବା ତାଙ୍କର ପୁଅ ସାଙ୍ ମଧ୍ୟ ତାଙ୍କୁ ପଛପଟୁ କାବୁ କରି ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ଯୁବତୀ ଜଣଙ୍କ ଏତେ ମାତ୍ରାରେ ଉତ୍ତେଜିତ ହୋଇ ଯାଇଥିଲେ ଯେ ସେ କୌଣସି କୁ କଥା କୁ ବୁଝିବା ପରିସ୍ଥିତି ରେ ନଥିଲେ। ନିଜର ମାନସିକ ଭାରସାମ୍ୟ ହରାଇ ସେ ତାଙ୍କ ମନକୁ ଯାହା ଆସୁଛି ତାହା ଗାଳି ଗୁଲଜ କରୁଛନ୍ତି।ଯାହା ଫଳରେ ପରିସ୍ଥିତି ଏକ ପ୍ରକାର ଅଣାୟତ୍ତ ହୋଇ ଯାଇଛି।

ତେବେ ଯୁବତୀ ଜଣଙ୍କ ନିଶା ସେବନ କରିଛନ୍ତି ବୋଲି ତାଙ୍କ କଥାରୁ ଜଣା ପଡ଼ିଛି। ତାଙ୍କର ବିଚ୍ ରାସ୍ତାରେ କିଛି ଦଣ୍ଡନୀୟ ଘଟଣା ପାଇଁ ପୋଲିସ୍ ତାଙ୍କୁ ଧରି ଥାନାକୁ ଆଣିଥିଲା।ଏହା ପରେ ଥାନାରେ ପହଞ୍ଚିବା ପରେ ସେ ନିଶାସକ୍ତ ହୋଇ ଯେଉଁ କାଣ୍ଡ କରିଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଶା ସେବନ କରି ଏଭଳି ଘଟଣା ଘଟାଇବା ଏବଂ ଆଇନ୍ କୁ ହାତକୁ ନେବା, ଥାନାରେ ଭଙ୍ଗାରୁଜା କରିବା ନେଇ ଉକ୍ତ ଯୁବତୀଙ୍କ ନାମରେ ଥାନା ପକ୍ଷରୁ ଅନେକ ଦଫା ଲଗା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।