ସାମ୍ନାକୁ ଆସିଲା New Twist – ସ୍ତ୍ରୀ କୁ ମାଡ ମାରିବା ସହିତ ଏକଥା କୁହନ୍ତି ବ୍ରାହ୍ମଣ ରୁ ଖ୍ରୀଷ୍ଟିଆନ ହଅ… ନହେଲେ ମୋ ଘରୁ ଭାରି ଯା…. ଦେଖନ୍ତୁ Video
ବର୍ତ୍ତମାନ ସମୟରେ ଓଡ଼ିଶା ର ପ୍ରସିଦ୍ଧ କଣ୍ଠଶିଳ୍ପ ହ୍ୟୁମାନ ସାଗର ଙ୍କ ନାଁ ଚାରି ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ଯାହାକି ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କୁ ନିର୍ଯ୍ୟାତନା ଦେଉ ଥିବାର ଅଭିଯୋଗ ନିଜେ ତାଙ୍କ ପତ୍ନୀ ଆଣିଛନ୍ତି | ଶ୍ରୀୟା ହେଉଛନ୍ତି ଜଣେ ବ୍ରାହ୍ମଣ ଘରର ଝିଅ ଆଉ ହ୍ୟୁମାନ ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ ପରିବାର ର, ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ |
ହେଲେ ବାହାଘର ର କିଛି ଦିନ ପରେ ହ୍ୟୁମାନ ସାଗର ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କୁ ବାରମ୍ବାର ଧମକ ଦେଉ ଥିଲେ ଆଉ କହୁ ଥିଲେ କି ତୁ ଧର୍ମ ପରିବର୍ତ୍ତନ କର ଆଉ ମୋ ଧର୍ମ କୁ ଚାଲି ଆସେ | ଆଉ ଯଦି ତୁ ଧର୍ମ ପରିବର୍ତ୍ତନ କରି ପାରିବୁ ନାହିଁ ତେବେ ତୁ ମୋ ସହିତ ବି ରହି ପାରିବୁ ନାହିଁ | ତୁ ଧର୍ମ ପରିବର୍ତ୍ତନ କଲେ ଯାଇଁ ଆମେ ସ୍ୱାମୀ ସ୍ତ୍ରୀ ହୋଇ ରହି ପାରିବା ନହେଲେ ଆମେ କେବେ ହେଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରେ ରହି ପାରିବା ନାହିଁ |
ଏମିତି କଥା କହି ହ୍ୟୁମାନ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କର ତଣ୍ଟି ଚିପି ମାରିବା ପାଇଁ ମଧ୍ୟ ଚେଷ୍ଟା କରି ଥିଲେ ହେଲେ ପ୍ରତି ଥର ଶ୍ରୀୟା ବଞ୍ଚି ଯାଉ ଥିଲେ | ଏମିତି କିଛି ଗୁମର ସେତିକି ବେଳେ ଖୋଲି ଥିଲା ଯେତିକି ବେଳେ ମହିଳା ଥାନାରେ ହ୍ୟୁମାନ ସାଗର ଏବଂ ଶ୍ରୀୟା ଙ୍କ ପରିବାର | ତେବେ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଏବେ ଶ୍ରୀୟା ଙ୍କର ପରିବାର ଲୋକ କରିଛନ୍ତି |
ଶ୍ରୀୟା ଙ୍କର ବାପା ହ୍ୟୁମାନ ଙ୍କୁ ନେଇ ଅନେକ କିଛି କଥା କହିଛନ୍ତି ସେ କହିଛନ୍ତି କି ହ୍ୟୁମାନ ସବୁବେଳେ ମୋ ଝିଅ କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉ ଥିଲେ | ଘରକୁ ମଦ ପିଇ ଆସି ଛୋଟ ଛୁଆ ସାମ୍ନାରେ ବେଲ୍ଟ ଖୋଲି ପିଟୁ ଥିଲେ ଆଉ ଶ୍ରୀୟା ଯେତେ ଗୁହାରି କରି ତାଙ୍କୁ କହୁ ଥିଲେ ବି ସେ କିଛି ଶୁଣୁ ନଥିଲେ |
ଏହି ଘଟଣା କୁ ନେଇ ଅନେକ ଥର ଶ୍ରୀୟା ତାଙ୍କ ବାପା ମା ଙ୍କୁ କାନ୍ଦି କାନ୍ଦି କହିଛନ୍ତି ଯାହାକି ଧର୍ମ ପରିବର୍ତ୍ତନ କୁ ନେଇ ତାଙ୍କ ଉପରେ ନିର୍ଯ୍ୟାତନା ଦିଆ ଯାଉଥିଲା ବୋଲି କହି ଥିଲେ |
ଯାହାକି ଶ୍ରୀୟା ଙ୍କର ବାପା କଟକ ଆସି ତାଙ୍କୁ ନିଜ ଘର ବାଲେଶ୍ୱର କୁ ନେଇ ଯାଇ ଥିଲେ ବୋଲି ତାଙ୍କ ବାପା ମିଡ଼ିଆ ସାମ୍ନାରେ ସୂଚନା ଦେଇଛନ୍ତି | ତେବେ ଏହି ଘଟଣା କୁ ନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ଆଜି ଉଭୟ ପରିବାର କଟକ ମହିଳା ଥାନାରେ ହାଜର ହୋଇଛନ୍ତି ଯାହା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି | ସେପଟେ ହ୍ୟୁମାନ ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ରହୁଛନ୍ତି ବୋଲି ମଧ୍ୟ କୁଆଡେ କଥା ଉଠିଛି | ତେବେ ହ୍ୟୁମାନ ଙ୍କର ଏଭଳି ଘଟଣା କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଜୋରସୋର ରେ ଧରିଛି |