viral ଭିଡ଼ିଓ – ଗୋରୁ ମୁଣ୍ଡ ନେଇ ଯାଉଥିଲା ମହିଳା,ମାଡ ମାରିଲେ ଟ୍ରେନରେ ଥିବା ଯାତ୍ରୀ ଆଉ ତା ପରେ ଯାହା ହେଲା… ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଖବର ଆସି ପହଞ୍ଚେ ଯାହାକୁ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ ଏବଂ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗି ଥାଏ | କାରଣ ଆଜିକାଲି ର ମଣିଷ କିଛି ଏଭଳି କାର୍ଯ୍ୟ କରନ୍ତି ଯାହାକି କଳ୍ପନା ଠାରୁ ମଧ୍ୟ ବହୁତ ଦୂର ରେ ଥାଏ | ତେବେ ସେଭଳି ଏକ ଘଟଣା ଆଖି ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ | ଘଟଣା ଟି ହେଉଛି ଜଣେ ମହିଳା ଟ୍ରେନ ଯିବା ବେଳେ ଗୋରୁ ହାଡ଼ ଓ ମୁଣ୍ଡ ସାଙ୍ଗରେ ନେଇ ଯାଉଛି | ତେବେ ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |
ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ଆସୁଥିବା ଗୋଟିଏ ଯାତ୍ରୀବାହୀ ଟ୍ରେନ ରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି | ଜଣେ ମହିଳା ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିଜ ସହିତ ଗୋରୁ ହାଡ଼, ଗୋରୁ ମୁଣ୍ଡ ଓ ସିନ୍ଦୂର ଓ ଅରୁଆ ଚାଉଳ ନେଇ ଟ୍ରେନ ରେ ଭୁବନେଶ୍ୱର ଯାଉ ଥିବା ବେଳେ ଯାତ୍ରୀ ମାନେ ତାଙ୍କୁ ସନ୍ଦେହ କରି ଥିଲେ |
ପରିଚୟ ପଚାରିବାରୁ ଉତ୍ତର ନ ଦେଇ ଯାତ୍ରୀ ମାନଙ୍କୁ ଅରୁଆ ଚାଉଳ ଫିଙ୍ଗିବା ସହିତ ଯାତ୍ରୀ ମାନଙ୍କୁ ବହୁତ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରି ଥିଲେ | ଫଳରେ ଯାତ୍ରୀ ମାନେ ଉତ୍ୟକ୍ତ ହୋଇ ଉକ୍ତ ମହିଳା ଙ୍କୁ ତାଙ୍କର ପରିଚୟ ବାରମ୍ବାର ପଚାରି ଥିଲେ କିନ୍ତୁ ମହିଳା ଜଣଙ୍କ କୌଣସି ଉତ୍ତର ନ ଦେବାରୁ ମହିଳା ଙ୍କୁ ଯାତ୍ରୀ ମାନେ ନିର୍ଧୁମ ପିଟିଲା ପରେ ଆରପିଏଫ ଙ୍କୁ ଡାକି ହସ୍ତାନ୍ତର କରି ଥିଲେ |
ତେବେ ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳି ଥିଲା କି ଜଣେ ଯାତ୍ରୀ ତାଙ୍କୁ ପଚାରୁଛନ୍ତି କି ତୁ ଏପରି ଅପରିଷ୍କାର ଜିନିଷ କେମିତି ନେଉଛୁ ତାପରେ ମହିଳା ଜଣଙ୍କ ଉତ୍ତର ରେ କହି ଥିଲେ କି ମୋ ଇଚ୍ଛା ମୁଁ ନେବି | ଆଉ ଯାତ୍ରୀ ଜଣଙ୍କ କହିଛନ୍ତି କି ତୋ ଇଚ୍ଛା ରେ ତୁ କାମ କରିବୁ ଆଉ ତତେ କଣ ପବ୍ଲିକ ଡ଼ରିକି ରହିବେ | ସୂଚନା ଅନୁଯାଇ ଜଣା ପଡ଼ିଛି କି ମହିଳା ଜଣଙ୍କ ଭୁବନେଶ୍ୱର ରେ ରୁହନ୍ତି ବୋଲି କହି ଥିଲେ | ତେବେ ବର୍ତ୍ତମାନ ସମୟରେ ରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ମହିଳା ଙ୍କର ଏଭଳି କାର୍ଯ୍ୟ ଦେଖି ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |