ଭାଇରାଲ ଭିଡିଓ ! ମୋ ଭାଗ୍ୟ ସେ ପ୍ରଥମ ଥର ଆସିଲେ..ଦେଖନ୍ତୁ ସ୍ତ୍ରୀ ତୃପ୍ତିଙ୍କୁ ଏମିତି କହିଲେ ବାବୁସାନ…
ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେଉଛି ବହୁତ ପ୍ରତିକ୍ଷୀତ ଫ୍ଲିମ “ଦମନ’ ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ଆରମ୍ଭ ହେଇଯାଇଛି ।ତେବେ ଏହି ଫିଲ୍ମ ରିଲିଜ ହେବା ପରେ ଭୁବନେଶ୍ୱର ସ୍ଥିତ ଏକ ସିନେମା ହଲ ରେ ଦମନ ରେ ଅଭିନୀତ ବାବୁସାନ ତାଙ୍କ ପତ୍ନୀ ଙ୍କ ସହିତ ଏକାଠି ବସି ଫିଲ୍ମ ଦେଖିଥିବା ର ନଜର ଆସିଛନ୍ତି । ତେବେ ଏହି ଫିଲ୍ମ କୁ ନେଇ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଝୁଟି ଆସୁଥିବା ସହିତ ଏହି ଫିଲ୍ମ କୁ ଦେଖିବା ପାଇଁ ଓଡିଶା ବହୁତ ତାରକା ମାନେ ମଧ୍ୟ ଆସିଥିବା ର ଦେଖା ଯାଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜର ପକାଇବା ।
ତେବେ ସୂଚନା ଅନୁଯାୟୀ ବହୁ ପ୍ରତିକ୍ଷାର ଅନ୍ତ ପରେ ଏଥର ଫିଲ୍ମ ଶୁକ୍ରବାରରେ ଶୁଭମୁକ୍ତି କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ ।ବର୍ତ୍ତମାନ ଓଡ଼ିଆ ସିନେମାର ସ୍ଥିତି ଠିକ ନ ଥିବାବେଳେ ମୌଳିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଓଲିଉଡରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।
ତେଵେ ଏହି ଫ୍ଲିମ ର ମୁଖ୍ୟ ଚରିତ୍ରରେ ରହିଛି ଏକ ଡାକ୍ତରଙ୍କ ପ୍ରକୃତ ଘଟଣା ।ତେବେ ଡାକ୍ତରୀ ପାଠ ଶେଷ କରିବା ପରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କର ନିଯୁକ୍ତି ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ହୋଇଛି । ମୌଳିକ ସୁବିଧା ସୁଯୋଗର ଅଭାବ ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଏହି ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ ଣ ସବୁ ଅସୁବିଧା ସାମ୍ନା କରିବାକୁ ପଡ଼ୁଛି ତାହା ଦର୍ଶକଙ୍କୁ ଦେଖିବାକୁ ମିଳିବ ଏହି ଫିଲ୍ମ ମାଧ୍ୟମ ରେ ।
ସୂଚନା ଅନୁଯାୟୀ ବିଶାଲ ମୌରୟା ଓ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଦମନ ଫିଲ୍ମକୁ ଦୀପେନ୍ଦ୍ର ସାମଲ ପ୍ରଯୋଜନା ଦେଇଛନ୍ତି । ଏହି ଫିଲ୍ମରେ ଅଭିନେତା ବାବୁସାନଙ୍କ ସହ କଳାକାର ଭାବେ ଦୀପନ୍ବିତ ଦାସ ମହାପାତ୍ରଙ୍କୁ ଦେଖିବାକୁ ମିଳିବ । ଜେପି ଓ୍ବାର୍ଡସ୍ମିଥ୍ ଓ ବାପୁ ଗୋସ୍ବାମୀ ଏହାର ଗୀତ ଲେଖିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କର ଟିମ ।
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମୌଳିକ କାହାଣୀ ନାହିଁ ବୋଲି ଦୀର୍ଘ ଦିନରୁ ବହୁତ ଅଭିଯୋଗ କରିଆସୁଛନ୍ତି ଦର୍ଶକ । ତେବେ ଏହା ନିଶ୍ଚିତ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା କହିଛନ୍ତି ।ଏହା ଛଡା ଏହି ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଇଛି । ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ।
ତାହାଲେ ବଡ଼ ବଜେଟରେ ଏହି ଫିଲ୍ମରେ ବାବୁଶାନଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ।ଏହି ଫିଲ୍ମଟି ବାବୁଶାନ ମହାନ୍ତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ।ଫିଲ୍ମଟି ରିଲିଜ ପରେ ଓଡ଼ିଆ ସିନେମା ଶିଳ୍ପ ପାଇଁ ଏହା ଏକ ନୂଆ ଦିଶା ଦେବ ବୋଲି ଚଳଚ୍ଚିତ୍ର ନିର୍ମାତା ଆଶା ରଖିଛନ୍ତି ବୋଲି ଜଣା ପଡିଛି ।
ତେବେ ଏହି ଫିଲ୍ମଟିକୁ ଦେଖିବା ପାଇଁ ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଆସିଥିଲେ। ଆଉ ବାବୁସାନ କହିଥିଲେ କି ତାଙ୍କ ସ୍ତ୍ରୀ ତୃପ୍ତି ପ୍ରଥମଥର ପାଇଁ ତାଙ୍କ ଫିଲ୍ମ ଆଜି ଦେଖିବା ପାଇଁ ଆସିଛନ୍ତି, ଆଉ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି। ତେବେ ସେ ଓଡିଶା ବାସୀଙ୍କୁ ଅନୁରୋଧ କରିବା ସହିତ ଏହା ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା କରିଛନ୍ତି ।ଯାହା ବର୍ତମାନ ଭାଇରାଲ ହେବାରେ ଲାଗିଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।