ସାବଧାନ ! Google ରେ ଖୋଜନ୍ତୁ ନାହିଁ ଏହି 5ଟି ଜିନିଷ ନଚେତ୍ ଆପଣ ଙ୍କୁ ହୋଇପାରେ ବଡ ଧରଣର ଜୋରିନାମା ! ଖବର ଟି ନିଶ୍ଚିତ ପଢନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ବିଶ୍ୱର ପ୍ରତିଟି ଲୋକ ଗୁଗୁଲ ଉପରେ ନିର୍ଭରଶୀଳ , କୌଣସି ତଥ୍ୟ ପାଇବାକୁ ହେଲେ ଆମେ ଗୁଗୁଲ ସର୍ଚ୍ଚ ଇଞ୍ଜିନ ଉପରେ ନିର୍ଭର କରିଥାଉ । ଆଉ କିଛି ଜାଣିବାକୁ ଚାହୁଁଥିଲେ ଆମ ମନକୁ ପ୍ରଥମେ ଗୁଗୁଲ ହିଁ ଆସିଥାଏ , କିନ୍ତୁ ବେଳେବେଳେ ଗୁଗୁଲ ସର୍ଚ୍ଚ ଜରିଆରେ ଆମେ ଏମତି ଭୁଲ କରିଥାଉ ଯାହା ଦ୍ୱାରା ଆମର ଅନେକ କ୍ଷତି ହୋଇଥାଏ । ଯାହା ଦ୍ୱାରା କି ଚୁଟକିରେ ଖାଲି ହୋଇଯାଏ ଆକାଉଣ୍ଟ । ତେଣୁ ଆପଣ ମାନେ ଜାଣିରଖନ୍ତୁ କି ଏହି ଜିନିଷଟ କେବେବି ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ ।

ଗୁଗୁଲ ସର୍ଚ୍ଚକୁ ଯାଇ ଆପଣ ମାନେ କେବେବି କଷ୍ଟମାର କେୟାର ନମ୍ବର ସର୍ଚ୍ଚ କରନ୍ତୁ ନାହିଁ । କୌଣସି କମ୍ପାନୀର କଷ୍ଟମାର କେୟାର ନମ୍ବର ଗୁଗୁଲରେ ସର୍ଚ୍ଚ କରିବା ଉଚିତ ନୁହେଁ । ଲୋକମାନଙ୍କର ଏହି ଅଭ୍ୟାସର ଫାଇଦା ଉଠାଇବାକୁ ଚେଷାଟ କରିଥାନ୍ତି ସାଇବର ଅପରାଧି ।

 

ନକଲି କମ୍ପାନୀ ତିଆରି କରି ସାଇବର ଅପରାଧି କଷ୍ଟମାନ କେୟାର ନମ୍ବର ବ୍ୟବହାର କରି ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାନ୍ତି । ଏପରିକି ବ୍ୟାଙ୍କ ତଥ୍ୟ ନେଇ ଆପଣଙ୍କର ଆକାଉଣ୍ଟକୁ ସହଜରେ ଖାଲି କରିଦିଅନ୍ତି ।

ଆଜିକାଲି ଅନଲାଇନ ବ୍ୟାକିଙ୍ଗ ସିସଟମ ଚାଲିଛି , ଯେଉଁଥିପାଇଁ ଲୋକମାନେ ମୁଖ୍ୟତଃ ଗୁଗୁଲରର ସାହାରା ନେଇଥାନ୍ତି । ଯଦି କୌଣସି ଗୁଗୁଲ ସର୍ଚ୍ଚକୁ ଯାଇ ବ୍ୟାଙ୍କ ୱେବ ସାଇଟ ସର୍ଚ୍ଚ କରୁଛନ୍ତି ତାହେଲେ ସତର୍କ ହୋଇ ଯାଆନ୍ତୁ କାରଣ ଏହା କୌଣସି ବିପଦ ଠାରୁ କମ ନୁହେଁ । ସାଇବର ଅପରାଧି ବ୍ୟାଙ୍କର ନକଲି ୱେବ ସାଇଟ ତିଆରି କରି ବ୍ୟାଙ୍କର ୱୋବସାଇଟ ପରି ୟୁଆରଏଲ ମଧ୍ୟ ରଖିଥାନ୍ତି । ଯାହା ଫଳରେ କି ୟୁଜର ମାନେ ଦ୍ୱନ୍ଦରେ ପଡି ହ୍ୟାଙ୍କର ମାନଙ୍କ ଜାଲରେ ପଡିଥାନ୍ତି ।

ଯଦି ଆପଣ ମାନେ ନିଜ ପୋନରେ କୌଣସି ଆପ ବା ସଫ୍ଟ ୱେୟାର ଚାହୁଁଛନ୍ତି ତାହେଲେ ସର୍ବଦା ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ସେଠାରୁ ହିଁ ଡାଉନଲୋଡ କରନ୍ତୁ । ଅଧିକାଂଶ ଲୋକ ପ୍ଲେ ଷ୍ଟୋରରୁ ଆପ ଜାଉନଲୋଜ ନକରି ଗୁଗୁଲରେ ସେହି ଆପର ସର୍ଚ୍ କରିଥାନ୍ତି । ଯାହା ଆପଣ ମାନଙ୍କ ପାଇଁ କ୍ଷତି କାରକ ହୋଇପାରେ । କୌଣସି ପ୍ରକାର ଭୁଲ ଲିଙ୍କ ଓପନ ହେଲେ କମ୍ପୁଟର ବା ଲାପଟପରେ ଭାଇରସ ଆସିପାରେ , ଏହି ଭାଇରସ ଆପଣଙ୍କର ବ୍ୟକ୍ତିଗତ ଡାଟା ସଂଗ୍ରହ କରିବା ସହିତ ପିସିରେ ଥିବା ସମସ୍ତ ଫାଇଲକୁ ପ୍ରଭାବିତ କରିପାରନ୍ତି ।

ପ୍ରତ୍ୟେକ ବ୍ୟକ୍ତି ଭଲ ଲାଇଫ ଷ୍ଟାଇଲ ପାଇଁ ଟଙ୍କା ରୋଜଗାର କରିବାକୁ ଚାହେଁ ଏଥିପାଇଁ ଗୁଗୁଲର ବିଭିନ୍ନ ତରିକା ସର୍ଚ୍ଚ କରନ୍ତି । ଗୁଗୁଲରେ କେବେବି ଇନଭେଷ୍ଟମେଣ୍ଟ ବା ଟଙ୍କା ରୋଜଗାର ତରିକା ସର୍ଚ୍ଚ କରନ୍ତୁ ନାହିଁ । କାରଣ ଏପରି ଲୋକମାନଙ୍କୁ ସାଇବର ଅପରାଧି ସବୁବେଳେ ଟାର୍ଗୋଟ କରିଥାନ୍ତି । ଏଥିପାଇଁ ସେମାନେ ନକଲି ସମ୍ପାନୀ ଏବଂ ୱେବ ସାଇଟ ତିଆରି କରି ଲୋକଙ୍କୁ ସେଥିରେ ଫସାଇଥାନ୍ତି ।

କିଛି ଲୋକ ନିଜର ରୋଗର ଚିକିତ୍ସା ପାଇଁ ଗୁଗୁଲର ସାହାରା ନେଇଥାନ୍ତି , କାରଣ ଗୁଲୁରରେ ଦର୍ଶାଯାଇଥିବା କୌଣସି ରୋଗତ ଚିକିତ୍ସା ଠିକ ହୋଇନଥାଏ ତେଣୁ ଆପଣ ମାନେ କେବେବି ଗୁଗୁଲରେ ସ୍ୱାସ୍ଥ୍ୟ ସଂପର୍କୀୟ ତରିକା ସର୍ଚ୍ଚ କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କୁ ଭୁଲ ପରାମର୍ଶ ପ୍ରଦାନ କରାଯାଇପାରେ । ଏହା ସହିତ ଏହାର ସେବନ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।