New Twist – ସେ ବୁଢା ମୋ ସହ ଶୋଇବ କହୁଛି ,ମୋ ନାଁରେ ବହୁତ କିଛି ଖରାପ କରି କହିଛନ୍ତି ,ସେଥିପାଇଁ ମୁଁ ରାତିରେ ଶୋଇପାରୁନି..ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକ ଙ୍କ ନାଁ ରେ ଆସିଛି ସଙ୍ଗିନ ଅଭିଯୋଗ। ସେ ଘରେ ପଶି ଅସଦାଚରଣ ସହ ବ୍ଲାକମେଲ୍‌ କରୁଥିବା ନେଇ ଜଣେ ଅଭିନେତ୍ରୀ ଶ୍ରୀଲିଙ୍ଗରାଜ ଥାନା ରେ ତାଙ୍କ ନାମ ରେ ଏତଲା ଦେଇଛନ୍ତି।

ଅଭିଯୋଗ ଆଧାର ରେ ପୋଲିସ ଡେପୁଟି କମିଶନର ଯୋଗେଶ୍ୱର ଙ୍କ ବିରୋଧ ରେ ଏକ ମାମଲା ରୁଜୁ କରିଛି। ଅନ୍ୟ ପକ୍ଷ ରେ ଡେପୁଟି କମିଶନର ଏହାକୁ ଖଣ୍ଡନ କରିବା ସହ ଅଭିନେତ୍ରୀ ପ୍ରିୟଙ୍କା ଦାଶଙ୍କ ନାମ ରେ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି।

ପ୍ରିୟଙ୍କା ତାଙ୍କ ଠାରୁ ନେଇ ଥିବା ଟଙ୍କା ମାଗି ବାକୁ ଯାଇ ଥିବା ବେଳେ ସେ ଜାତି ଆଣ ଆକ୍ଷେପ କରିବା ସହ ଜୀବନ ରୁ ମାରି ଦେବା କୁ ଧମକ ଦେଇ ଥିବା ନେଇ ଯୋଗେଶ ତାଙ୍କ ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି।

ପୋଲିସ ପ୍ରିୟଙ୍କା ଙ୍କ ନାମ ରେ ମାମଲା (୨୮/୨୩) ରୁଜୁ କରିଛି। ଜଣେ ଏସିପି ପାହ୍ୟାର ଅଧିକାରୀ ଏହି ଦୁଇ ମାମଲା ର ତଦନ୍ତ କରୁ ଥିବା ଜଣା ପଡିଛି।ସୁନ୍ଦରପଦା ଅଞ୍ଚଳ ରେ ରହୁ ଥିବା ପ୍ରିୟଙ୍କା ଙ୍କ କହିବାନୁଯାୟୀ, ସେ ବିଭିନ୍ନ ଆଲ୍‌ବମ୍‌ ଓ ସିରିଏଲ୍‌ ରେ ଅଭିନୟ କରନ୍ତି।

 ଏଥି ସହ ତାଙ୍କର ବାପୁଜୀନଗର ରେ ଏକ ୟୁନି ସେକ୍ସ ପାର୍ଲର ରହିଛି। ଡେପୁଟୀ କମିଶନର ଯୋଗେଶ୍ୱର ଉକ୍ତ ପାର୍ଲର କୁ ଯିବା ଆସିବା କରିବା ଭିତରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ଥିଲା।

ହେଲେ ଏହାର ସୁଯୋଗ ନେଇ ଡେପୁଟି କମିଶନର ଯୋଗେଶ୍ୱର ପ୍ରାୟ ସମୟ ତାଙ୍କ ଘର କୁ ଯିବା ଆସିବା କରିବା ସହ ବିବାହ କରିବା କୁ ବାଧ୍ୟ କରନ୍ତି। ଖରାପ କାମ କରିବା କୁ କୁହନ୍ତି।

ସେ ଗୋଟେ ବୁଢା ଟେ। ମୋ ବୟସ ୨୯ ତାଙ୍କୁ ମୁଁ ବାହା ହେବି କି, ଏତେ ଖରାପ ଅବସ୍ଥା ଆସି ଗଲା କି ବୋଲି ପ୍ରିୟଙ୍କା ଗଣମାଧ୍ୟମ ଆଗରେ କହିଛନ୍ତି। ଏହା ସହ ଯୋଗେଶ୍ୱର ତାଙ୍କ ସ୍ତ୍ରୀ ସୁନଦା ନାୟକ ଙ୍କ ର ଗୋଟିଏ ଆଲବମ୍‌ ପାଇଁ ୨ ଲକ୍ଷ ଟଙ୍କା ଦେଇ ଥିବା ପ୍ରିୟଙ୍କା ସ୍ବୀକାର କରିଛନ୍ତି।

ଅନ୍ୟ ପଟେ ଡେପୁଟି କମିଶନର ଯୋଗେଶ୍ୱର ଙ୍କ କହିବାନୁସାରେ, ବ୍ୟବସାୟ ରେ କ୍ଷତି ହେବା ରୁ ପ୍ରିୟଙ୍କା ତାଙ୍କ ଠାରୁ ୪ ଲକ୍ଷ ନେଇ ଥିଲେ। ସେହି ଟଙ୍କା ମାଗିବା କୁ ଯିବା ରୁ ମିଛ ଅଭିଯୋଗ ଆଣିବା ସହ ଜାତି କୁ ଆକ୍ଷେପ କରି ଗାଳି ଗୁଳଜ କରିଥିବା କମିଶନର ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଭୟ ଙ୍କ ଅଭିଯୋଗ କୁ ଭିତ୍ତି କରି ଥାନା ରେ ୨ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତପାତ୍ର କହିଛନ୍ତି । ପ୍ରିୟଙ୍କା ଏହି ସବୁ ଙ୍କୁ ମିଛ ବୋଲି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।