ଦେଖନ୍ତୁ EXCLUSIVE : ଆଲିସା ଙ୍କ Rocking Singing ରେ ହେଲେ Sourin Bhatt ଫିଦା –

ଆଜିକା ଯୁଗରେ ସୋସିଆଲ ମିଡ଼ିଆ ଏକ ମହତ୍ୱପୂର୍ଣ ସ୍ଥାନ ଗ୍ରହଣ କରିଛି | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | ନିଜ ନିଜ ପ୍ରତିଭା ଅର୍ଥାତ କିଏ ଗୀତ ଗାଇ ନଚେତ ଆଉ କିଏ ନୃତ୍ୟ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ପାରୁଛନ୍ତି |

ଆମ ଟିଭି ସୋ ରେ ମଧ୍ୟ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି |

ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ଗୀତ ମଧ୍ୟ ଏମିତି ଏକ କଳା ଯାହାକୁ ଶୁଣିଲେ ଆମେ ସେହି କିଛି ସମୟ ପାଇଁ ସବୁ ଦୁଃଖ କଷ୍ଟ ଆଦି ଭୁଲି ଯାଇ ଥାଉ |

ତେବେ ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ଓଡ଼ିଶାର ନୂଆ ସ୍ୱର ରେ ଅନେକ କୁନି କୁନି ପିଲା ମାନେ ଭାଗ ନେଉଛନ୍ତି ଏବଂ ତାଙ୍କ ସ୍ୱର ର ଯାଦୁ ରେ ସମସ୍ତଙ୍କୁ ବାନ୍ଧି ରଖୁଛନ୍ତି | ସେଭଳି ଏକ ପ୍ରତିଭା ଙ୍କ କଥା କହିବୁ ଯାହାଙ୍କର ନାଁ ହେଉଛି ଅଲିଶା ଆଉ ସେ ଏହି ସୋ ର ଷ୍ଟେଜ ରେ ଏମିତି ଏକ ସୁନ୍ଦର ଗୀତ ପରିବେଷଣ କରିଛନ୍ତି ଯାହାକୁ ଶୁଣି ଜଜ ମାନେ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି |

ସେ ଗାଇ ଥିବା ଗୀତ ଟି ହେଉଛି କେମିତି ଲାଇଫ ରେ ଆସି ଅଟକି ଗଲୁ ମୋର, ଆଉ ସେ ଗୀତ ଟି ଗାଉ ଥିବା ସମୟରେ ନିଜେ ହିଁ ହଜି ଯାଇ ଥିଲେ ଆଉ ସେଠାକାର ମାହଲ ଟିକୁ ମଧ୍ୟ ବଦଳାଇ ଦେଇ ଥିଲେ |

 

ଜଜ ଭୂମିକା ରେ ବସି ଥିବା ସୌରିନ ଭଟ ମଧ୍ୟ ତାଙ୍କର ଏହି ଗୀତ କୁ ଶୁଣି ଖୁବ ପସନ୍ଦ କରି ଥିଲେ ଏବଂ ସମସ୍ତ ଜଜ ଅଲିଶା ଙ୍କୁ ଖୁବ ପ୍ରଶଂସା କରି ଥିଲେ | ତେବେ ଅଲିଶା ଙ୍କର ଏହି ସୁନ୍ଦର ଗୀତ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଯିଏ ବି ଶୁଣୁଛି ସେ କେବଳ ଅଲିଶା ଙ୍କୁ ପ୍ରଂଶସା ର ସୁଅ ଛୁଟାଉଛି |