ଆଜି ସୁଦଶା ( Sudasha Brata 2022 ) ବ୍ରତ କରନ୍ତୁ ଏହି ୫ଟି କାମ | ମା ଲଷ୍ମୀଙ୍କ କୃପା ପ୍ରାପ୍ତି ହେବ – Vastu Shastra
ଯେଉଁ ଦିନ ଶୁକ୍ଳ ପକ୍ଷର ଦଶମୀ ତିଥି ରହିଥିବ ଏବଂ ଗୁରୁବାର ରହିଥିବ ସେହି ଦିନ ସୁଦଶା ବ୍ରତ ପାଳନ କରାଯାଏ। ଏହି ଦିନରେ ମା ଲକ୍ଷ୍ମୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ।। ଆଉ ଏହି ଦିନ ମା ଲକ୍ଷ୍ମୀ ଙ୍କୁ ପୂଜା ଅର୍ଚ୍ଚନା କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଧନର ପ୍ରାପ୍ତ ହୋଇଥାଏ। ଆଉ ପରିବାରରେ ସୁଖ ସମୃଦ୍ଧି ଆସିଥାଏ।
ମା ଙ୍କ ୧୦ ଗୋଟି ନାମକୁ ନେଇକି ୧୦ ଗୋଟି ଗଣ୍ଠି ଧଳା ସୂତାରେ ପକାଇ ମା ମାନେ ବା କୌଣସି ବି ସ୍ତ୍ରୀ ଲୋକମାନେ ମା ଲକ୍ଷ୍ମୀ ଙ୍କୁ ପୂଜା କରିଥାନ୍ତି। ତେଣୁ ମାଆ ଙ୍କର ପୂଜାର୍ଚ୍ଚନା ପ୍ରାୟ ସମସ୍ତେ ନିଜ ନିଜ ଘରେ କରିବେ, ଯେହେତୁ ଏଇଥରର ସୁଦଶା ବ୍ରତ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡ଼ୁଛି।
ତେଣୁ ଏହାକୁ କେବଳ ପୁରାତନ ବ୍ରତୀ ମାନେ ହିଁ କରି ପାରିବେ ନବ ବିବାହିତା ମହିଳାମାନେ ଏହି ବ୍ରତ କରିବେ ନାହିଁ। ତେବେ ଏହାସହିତ ଏହି ଦିନ ଆପଣ କେଉଁ କେଉଁ କାର୍ଯ୍ୟ କଲେ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି ତାହା ବିଷୟରେ କହିବୁ। ତେବେ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ କଣ ଯାହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
୧- ଏହି ବ୍ରତ ଦିନ ଆପଣ କ୍ରୋଧିତ ହୁଅନ୍ତୁ ନାହିଁ କାରଣ ଏହି ଦିନ ପରିବେଶ ସର୍ବଦା ଆପଣ ଶାନ୍ତ ରଖିବା ଉଚିତ, ତେଣୁ ଏହି ସୁଦଶା ବ୍ରତ ଦିନ ଆପଣ ପରିବାରେ କୌଣସି କଳହ କରନ୍ତୁ ନାହିଁ ।ଆପଣଙ୍କ ଘରର ପରିବେଶକୁ ଶାନ୍ତ ରଖନ୍ତୁ ପରିବେଶ ଶାନ୍ତ ରହିଲେ ମାତା ଲଷ୍ମୀଙ୍କ ନିବାସ ହେବ, ମାତା ଲଷ୍ମୀଙ୍କ ନିବାସ ହେବା ଦ୍ଵାରା ଆପଣ ଘରେ କୌଣସି ଅଭାବ ଦେଖାଯିବ ନାହିଁ ।
୨- ଆପଣ ଏହି ସୁଦଶା ବ୍ରତ ଦିନ ଗାଈକୁ ପ୍ରଥମ ରୁଟି ଖାଇବାକୁ ଦେବା ଉଚିତ, କାରଣ ହିନ୍ଦୁ ଧର୍ମ ଅନୁଯାୟୀ ଆମେ ଗାଈକୁ ପୂଜା କରିଥାଉ ।ପ୍ରଥମ ରୁଟି ଗାଈକୁ ଦେବା ଦ୍ଵାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ମାତା ଲଷ୍ମୀ ଆପଣଙ୍କ ଘରେ ସର୍ବଦା ବାସ କରନ୍ତି ।
୩- ସୁଦଶା ବ୍ରତ ଦିନ ପୂଜା କରିବା ସହିତ ଯଦି ଯଜ୍ଞ କରିଥାନ୍ତି ତେବେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଘରେ ସୁଦ୍ଧ ବାତାବରଣ ରହିବ ।ଏହିଦିନ ଆପଣ ଏକ ଛୋଟ କନ୍ୟାକୁ ଭୋଜନ ଦିଅନ୍ତୁ ତାହା ଆପଣଙ୍କ ପାଇଁ ମଙ୍ଗଳ ହୋଇଥାଏ ।ସୁଦଶା ବ୍ରତ ଦିନ ଆପଣ ଏହି କାର୍ଯ୍ୟ କରିବଦ୍ଵାରା ମା ଲଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିଥାଏ ଏବଂ ଆପଣଙ୍କ ଘରେ ଧନର ଅଭାବ କେବେ ଦେଖାଯିବ ନାହିଁ ।ସୁଖ ଶାନ୍ତିରେ ଆପଣଙ୍କ ଜୀବନ ଅତିବାହିତ ହେବ ।
୪- ଆପଣ ଯଦି ଚାହୁଁଛନ୍ତି ଯେ ଆପଣଙ୍କ ଘରେ କେବେ ଧନର ଅଭାବ ନରହୁ ବୋଲି ତେବେ ଏହି ବ୍ରତ ସମ୍ପୂର୍ଣ ହେବାପରେ କୌଣସି ଗରିବ ଲୋକକୁ ଆବଶ୍ୟକ ଜିନିଷ କପଡା କିମ୍ଵା ଖାଦ୍ୟ ଦାନ କରୁଛନ୍ତି ତେବେ ଆପଣକୁ ଅନେକ ପୁଣ୍ୟ ପ୍ରାପ୍ତି ହୋଇଥାଏ ।ଏପରି କରିବା ଦ୍ଵାରା ମାତା ଲଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରୁହନ୍ତି ଏବଂ ତାଙ୍କର ଅପାର କୃପା ଆପଣଙ୍କ ଉପରେ ଉଜାଡି ଦିଅନ୍ତି ।