ମାତ୍ର ୧ ଗ୍ଲାସ ଏହାକୁ କରି ପ୍ରତିଦିନ ପିଅନ୍ତୁ, ୟୁରିକ ଏସିଡ ଜୀବନରେ କେବେ ବଢିବ ନାହିଁ | Control Uric Acid, Joint Pain

ମଣିଷ ର ସବୁଠୁ ବଡ଼ ଶତ୍ରୁ ରୋଗ ହୋଇ ଥାଏ ଏଣୁ ଏକ ମନୁଷ୍ୟ ସବୁବେଳେ ନିଜ ଶରୀର କୁ ସୁସ୍ଥ ରଖିବା ପାଇଁ ଚାହିଁ ରହି ଥାଏ | ତେବେ ଏଥିରୁ ହେଉଛି ୟୁରିକ ଏସିଡ ଅନ୍ୟତମ ଯାହାକୁ ସବୁବେଳେ ନିୟନ୍ତ୍ରିତ କରି ରଖିବା ଉଚିତ | ଆମେ ଖାଇଥିବା ଖାଦ୍ୟର ଏହା ଏକ ପାଚନ କ୍ରିୟା ପରେ ଏହା ଉତ୍ପନ ହେଇଥାଏ ତା ସହିତ ଏହା ଆମ ଶରୀର ଭିତରେ ମଧ୍ୟ ୟୁରିକ ଏସିଡ ତିଆରି ହେଇଥାଏ |

ୟୁରିକ ଏସିଡ ଆମ ଶରୀର ରେ ଅଧିକ ହୋଇ ଗଲେ ଆମ ଶରୀର ରେ ଥିବା କିଡ଼ନୀ ଏହି ୟୁରିକ କୁ କାଢି ପାରେ ନାହିଁ ଏବଂ ଧୀରେ ଧୀରେ ୟୁରିକ ଏସିଡ ବଢ଼ିବାରେ ଲାଗେ | ଯାହା ଫଳରେ ଏହା ଆମ ଗଣ୍ଠିରେ ଜମି ଯାଇ ଥାଏ ଏଣୁ ଆମ ଗଣ୍ଠି ଫୁଲିବାକୁ ଲାଗେ |

ଏହି ସମୟରେ ମାଛ, ମାଂସ, ଅଣ୍ଡା, ଡାଲି, ମିଠା,ମଦ ଓ ଫୁଲ କୋବି ସେବନ କରିବା ଉଚିତ ନୁହେଁ | ତେବେ ୟୁରିକ ଏସିଡ କୁ ନିୟନ୍ତ୍ରିତ କରିବା ପାଇଁ ଏକ ଘରୋଇ ଉପଚାର ସମ୍ପର୍କ ରେ ଆଲୋଚନା କରିବା |

ଆବଶ୍ୟକୀୟ ସାମଗ୍ରୀ :-

1. ଜୁଆଣି ଏବଂ 2. ଅଦା |

ପ୍ରସ୍ତୁତି ପ୍ରଣାଳୀ :-
ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗ୍ୟାସ ରେ ଏକ ପ୍ୟାନ ବସାନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ନିଅନ୍ତୁ | ଏହାପରେ ଏହି ପାଣିରେ ଏକ ଚାମଚ ଜୁଆଣି ପକାନ୍ତୁ ଏବଂ ଏକ ଚାମଚ ଭଳି ଅଦା କୁ ଛୋଟ ଛୋଟ ପିସ ରେ କାଟି ସେହି ପାଣିରେ ପକାନ୍ତୁ |

ଏହାପରେ ସେହି ପାଣି କୁ କିଛି ସମୟ ପାଇଁ ଫୁଟିବ ପାଇଁ ଛାଡ଼ି ଦିଅନ୍ତୁ ଏବଂ ସେହି ପାଣି ଏକ ଗ୍ଲାସ ରୁ ଅଧା ଗ୍ଲାସ ହେବା ପର୍ଯ୍ୟନ୍ତ ଭଲ କରି ଫୁଟାନ୍ତୁ | ଏହାପରେ ସେହି ପାଣି ଫୁଟି ସାରିଲା ପରେ ତାକୁ ଏକ ଗ୍ଲାସ କୁ ଛାଣି କାଢି ନିଅନ୍ତୁ | ଏହାପରେ ଆପଣ ଙ୍କ ଉପଚାର ଟି ପ୍ରସ୍ତୁତ ହୋଇ ଯିବ |

ସେବନ ପ୍ରଣାଳୀ :-

 

ତେବେ ଏହି ପ୍ରସ୍ତୁତ କରିଥିବା ଉପଚାର ଟିକୁ ଆମେ କେବଳ ଦିନ ରେ ଦୁଇ ଥର ହିଁ ସେବନ କରି ପାରିବା | ପ୍ରଥମ ଟି ହେଉଛି ସକାଳେ ଖାଇ ସାରିବାର ଘଣ୍ଟେ କି ଅଧ ଘଣ୍ଟେ ପରେ ଏହି ଉପଚାର କୁ ସେବନ କରନ୍ତୁ | ଏହାପରେ ପୁଣି ରାତିରେ ଖାଇ ସାରିବା ପରେ ଘଣ୍ଟେ ପରେ ଏହାକୁ ସେବନ କରନ୍ତୁ |

ଏହି ଘରୋଇ ଉପଚାର ଟିକୁ 21 ଦିନ ପର୍ଯ୍ୟନ୍ତ ଏହିପରି ଭାବରେ ସେବନ କରନ୍ତୁ ଦେଖିବେ ନିହାତି ଭାବରେ ରେଜଲ୍ଟ ପାଇ ଯିବେ | ଏହାକୁ ନିହାତି ଭାବରେ ସେବନ କରି ଦେଖନ୍ତୁ ଏହା ଦ୍ୱାରା ଆମ ଶରୀର ରେ ଆମେ ୟୁରିକ ଏସିଡ କମାଇ ପାରିବା