ତୁ କଣ କଲୁ ରିଙ୍କି . . . ହସ ଦେଇଥିଲୁ,ଜୀବନ ସାରା ଲୁହ ଦେଇଦେଲୁ. . ମୋ କଥା ଟିକେ ମନେପଡିଲାନି . .
ଆମର ବାପା ନାହିଁ ବୋଲି ତୁ ମୋତେ ବୁଝାଉ ଥିଲୁ ନା, ତୁ କହୁ ନାଁ ମୁଁ ତୋ ବାପା ଅଛି। ହେଲେ ତୁ କଣ କଲୁ ରିଙ୍କି। ତୋ ପାଇଁ ତୋ ଗାଁ ପଞ୍ଚାୟତ ଗର୍ବ କରୁଥିଲା। ହସ ଦେଇଥିଲୁ ଏବେ ଜୀବନସାରା ଲୁହ ଦେଇ ଗଲୁ । ତୋର କଣ ମୋ କଥା ଟିକିଏ ହେଲେ ମନେ ପଡ଼ିଲାଣି। ଏକଥା ଆମେ କହୁନୁ ଏକଥା ଜଣେ ଭଉଣୀ ମରିଯିବା ପରେ ଜଣେ ଭାଇର ଦୁଃଖଭରା ପୋଷ୍ଟ। ନିଜ ଭଉଣୀର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରି ପାରି ନାହିଁ ତା ଭାଇ। ଆଉ ସୋସିଆଲ ମିଡିଆରେ କରିଛନ୍ତି କିଛି ଏଭଳି ଦୁଃଖଭରା ପୋଷ୍ଟ।
ମହିଳା ଇନସପେକ୍ଟର ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ଭାଙ୍ଗି ପଡିଛି ପୁରା ପରିବାର। କାରଣ ପିଲାଟି ଦିନରୁ ବାପା ନଥିଲେ ବହୁ କଷ୍ଟରେ ପାଠ ପଢିବା ପରେ ପୋଲିସ ଚାକିରୀ କରିଥିଲେ ସ୍ୱାଗତିକା।
ତାଙ୍କୁ ନେଇ ପରିବାର ଗାଁ ସାଇପଡିଶା ଏମିତିକି ସାରା ପଞ୍ଚାୟତ ଗର୍ବ କରୁଥିଲେ। ମା ଓ ଭାଇ ସ୍ୱାଗତିକାଙ୍କୁ ନେଇ ଖୁବ୍ ଖୁସି ଥିଲେ। କିନ୍ତୁ ସ୍ୱାଗତିକାଙ୍କ ଏ ଅକାଳ ମୃତ୍ୟୁ ସବୁ କିଛି ଶେଷ କରିଦେଲା। ଉପର ଅଫିସରଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇ ଥିଲେ ସ୍ୱାଗତିକା।
ସୂଚନା ଯୋଗ୍ୟ ଗତ ଶନିବାର ସରକାରୀ କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ସବ ଇନସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତଦେହ ଝୁଲାନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ମହିଳା ସବଇନପେକ୍ଟର ସ୍ୱାଗତିକାଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ୨୦୧୯ ପାଖରୁ କନ୍ଧମାଳ ଜି ଉଦୟଗିରି ଥାନା ମହିଳା ଏସଆଇ ଭାବେ କାର୍ଯ୍ୟ କରୁଥିଲେ ସ୍ୱାଗତିକା। କିନ୍ତୁ ଥାନାରେ ଜଏନ କରିବା ଦିନ ଠାରୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଆଇଆଇସି।
ଆଇଆଇସି ରେବତୀ ଶବର ସବୁବେଳେ ସ୍ୱାଗତିକାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିଲେ। ଏ ବାବଦରେ ସ୍ୱାଗତିକା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏମିତିକି ସେ ଚାକିରୀ ଛାଡ଼ି ଦେବେ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ।ଦିନକୁ ଦିନ ଆଇଆଇସି ରେବତୀ ଶବରଙ୍କ ଅତ୍ୟାଚାର ବଢିବାକୁ ଲାଗିଲା ଯାହାକୁ ଏହି ନ ପାରି ସ୍ୱାଗତିକା ଜୀବନ ହାରିବା ପାଇଁ ନିଷ୍ପତି ନେଲେ।ଏହା ପରେ ସରକାରୀ ବେକରେ ରସି ଲଗାଇ ନିଜ ଜୀବନ ହାରି ଦେଲେ ସ୍ୱାଗତିକା।
ତେବେ ଆଇଆଇସି ରେବତୀ ଶବରଙ୍କ ପାଇଁ ସ୍ୱାଗତିକା ଆତ୍ମହତ୍ୟା କରିଥିବାରୁ ଘଟଣାର ତଦନ୍ତ କରି ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ୱାଗତିକାଙ୍କ ପରିବାର ଦାବି କରିଛନ୍ତି। ଯାହାକୁ ନେଇ କନ୍ଧମାଳ ଜି ଉଦୟଗିରି ଥାନା ଆଗରେ ଧାରଣା ଦେଇଛନ୍ତି ପୁରା ପରିବାର।