‘ଟିକି ର ମୁଁ ସ୍ୱାମୀ ନୁହେଁ… ମୁଁ ତାର ପୁଅ…’ Tiki ଙ୍କୁ ନେଇ ଏମିତି କାହିଁକି କହିଲେ ଟିକିଙ୍କ ସ୍ଵାମୀ ତଥା ଖଳନାୟକ କାହ୍ନା ସ୍ବାଇଁ ଦେଖନ୍ତୁ Video

ଅଭିନେତା କାହ୍ନା ସ୍ୱାଇଁ ଯାତ୍ରା ଜଗତରେ ଜଣାଶୁଣା।ସେ କହିଥିଲେ ଯେ,’ରାତି ଲାଗେ ମିଛ ସାଥି ଲାଗେ ମିଛ।ଏଥିରେ ମୁଁ ଖଳନାୟକ ଭୂମିକାରେ ଅଭିନୟ କରୁଛି। ଇନିସପେକ୍ଟର ଦୁଷ୍ମନ୍ତ ପାଇକରାୟ ମୋର ଅଭିନୟ ଚରିତ୍ର।’ସେ ଡାଇଲଗରେ କହିଥିଲେ ଯେ,’ ମୁଁ ଇନିସପେକ୍ଟର ଦୁଷ୍ମନ୍ତ ପାଇକରାୟ।ମୁଁ କାହାର ନୁହେଁ। ନା ଏ ସମାଜର ନା ମୁଁ ଏ ପରିବାରର।

ମୁଁ ଗୋଟିଏ ଅଲଗା ଦୁନିଆର।ଏକ ନିଆରା ଇଛା।ମୋ ଟାର୍ଗେଟକୁ ଫୁଲ ଫିଲ କରିବା ମୋର ଜନ୍ମଗତ ଅଭ୍ୟାସ।’ରିପୋର୍ଟର ତାଙ୍କୁ ପଚାରିଥିଲେ ଯେ,ସିଏ କିପରି ଏ ଯାତ୍ରା ଜଗତକୁ ଆସିଲେ ?’ କାହ୍ନା ସ୍ୱାଇଁ କହିଥିଲେ ଯେ,’ମୁଁ ପ୍ରଥମେ ହିରୋ ହେବାକୁ ଆସିଥିଲି।
କିନ୍ତୁ ମୋର ଖଳନାୟକ ପ୍ରତି ଆଗ୍ରହ ଥିଲା।ସେଥିପାଇଁ ମୁଁ ନିଜେ ଖଳନାୟକ ହେବା ପାଇଁ ଚେଷ୍ଟା କଲି।ମୋତେ ଯଦି କେହି ଦେଖି ମୋ ଠାରୁ କିଛି ଶିଖି ଆଗକୁ ଯାଉ ଥାଆନ୍ତି, ତେବେ ତାହାକୁ ମୁଁ ମୋର ଭାଗ୍ୟ ବୋଲି ମନେ କରିବି।

କାରଣ ଏହା ମୋ ପାଇଁ ଆଶୀର୍ବାଦ ଭଳି।ଧନ୍ୟବାଦ ମୋତେ ଏତେ ଭଲ ପାଇବା ଦେଉଥିବାରୁ।’ସେ ଆଉ ମଧ୍ୟ କହିଥିଲେ ଯେ,ମୋ ସଫଳତାର କାରଣ ହେଉଛି ଟିକି।ମୋ ସ୍ତ୍ରୀ ଟିକି ପାଇଁ ମୁଁ ଆଜି ଏ ସ୍ଥାନରେ ପହଂଚି ପାରିଛି। ସିଏ ମୋର ପ୍ରେରଣାର ଉତ୍ସ।ଲୋକଙ୍କର ତାଙ୍କ ପ୍ରତି ଭଲ ପାଇବା ଦେଖି ମୁଁ ଆଗକୁ ବଢିଲି।

ନିଜକୁ ଭଲ କରି ଗଢି ତୋଳିଲି। ନିଜେ ଭଲ କରିବାକୁ ଚେଷ୍ଟା କଲି।ଯାହାଫଳରେ କି ମୁଁ ଆଜି ଏ ସ୍ଥାନରେ ପହଂଚି ପାରିଛି।ସବୁବେଳେ ଗୁରୁଙ୍କ କଥା ମାନି ଅଭିନୟ କରି ଚାଲିଛି। ଦୈତାରୀ ନନା, ଲକ୍ଷ୍ମୀଧର ଭାଇ,ଦାମ ନନାଇର ଗୁରୁ ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି।ହିନ୍ଦୀ ସିନେମାର ପ୍ରକାଶ ରାଜ,ନୱାଜ ଉଦ୍ଦିନ ସିଦ୍ଧିକ ମୋର ଆଦର୍ଶ ତାଙ୍କ ଦ୍ବାରା ମୁଁ ଅନୁପ୍ରାଣିତ ହୋଇଛି।

ଦୁଖୀରାମ ସ୍ବାଇଁ ମୋ ବୋଉର ମାମୁଁ।ତାଙ୍କ ଆଶୀର୍ବାଦ ପାଇଁ ମୁଁ ଏଠି ଆସି ପହଂଚିଛି।ତାଙ୍କ ରକ୍ତ ଦେହରେ ଥିବାରୁ ହୁଏତ ମୁଁ ଏହି ଅଭିନୟ ଜଗତରେ ପାଦ ଦେଇଛି। ମୁଁ ପୂର୍ବରୁ ସିରିଏଲରେ ଯିବାକୁ ଚାହିଁ ଥିଲି।

କିନ୍ତୁ ମୋ ପାଖରେ ଅର୍ଥର ଅଭାବ ଥିବାରୁ ମୁଁ ସେଥିରେ ସୁଯୋଗ ପାଇ ନଥିଲି।ମୁଁ ଯାତ୍ରା ଜଗତରେ ଶିବାନୀ ଗଣନାଟ୍ୟରେ ପ୍ରଥମେ ସୁଯୋଗ ପାଇ ଥିଲି। ତେଣୁ ମୁଁ ଯାତ୍ରା ଆଡକୁ ମୁହାଇଲି।ଶିବାନୀ ଗଣନାଟ୍ୟରେ ମୁଁ ଟିକି ସହ ଦେଖା ହୋଇଥିଲି। ତା ଭଳି ସ୍ତ୍ରୀ ପାଇ ମୁଁ ଗର୍ବିତ। ଆମେ ଉଭୟ ଶିବାନୀ ଗଣନାଟ୍ୟରୁ ନିଜ କ୍ୟାରିଅର ଅରମ୍ଭ କରିଥିଲି। ଦର୍ଶକମାନେ ଯାତ୍ରା, ଚଳଚ୍ଚିତ୍ର ଏବଂ ସିରିଏଲ ସବୁକୁ ଭଲ ପାଇବା ଦିଅନ୍ତୁ ଏତିକି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।