ଥଣ୍ଡା, କାଶ, ଜ୍ୱରକୁ ଚୁଟକୀ ରେ ଗାଏବ କରନ୍ତୁ ଏହି ଗୋଟିଏ ଘରୋଇ ଉପାୟ ମାଧ୍ୟମରେ 100% ଗ୍ୟାରେଣ୍ଟି

ତେବେ ଆମକୁ ଦେଖିବାକୁ ଗଲେ ସମସ୍ତଙ୍କୁ ସବୁବେଳେ ଥଣ୍ଡା, କାଶ, ଜ୍ୱର ଲାଗି ରହିଥାଏ l ଯାହା ଦ୍ୱାରା ଆମର ମୁଣ୍ଡ ବିନ୍ଧିଥାଏ, ନାକରୁ ପାଣି ବାହାରେ l ନାକ ବନ୍ଦ ହୋଇଯାଏ ଓ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ l ଏହା ଏ ବିରକ୍ତି ଜନକ ରୋଗ ହୋଇଥାଏ l ଏହି ଥଣ୍ଡାରେ ହୋଉଥିବା ରୋଗ ଗୁଡିକ ବେଳେବେଳେ ବହୁତ ଭୟଙ୍କର ମଧ୍ୟ ହୋଇଥାଏ l

ଆଉ ଯାହା ଦ୍ୱାରା ଆମ ଶରୀର ଦୁର୍ବଳ ହୋଇଯାଏ l କିଛି କରିବା ପାଇଁ ଇଚ୍ଛା ହୋଇନଥାଏ l ଏହି ଥଣ୍ଡାରୁ ଆମେ ରକ୍ଷା ପାଇବା ପାଇଁ ବହୁତ ଔଷଧ ଖାଇଥାଉ l ତେବେ ବେଳେବେଳେ ଏହି ଔଷଧ ଗୁଡିକ ଆମ ଉପରେ କୌଣସି ଉପକାର ହୋଇ ନଥାଏ l

ଏହି ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଆମେ ଘରେ ମଧ୍ୟ ଏକ ପ୍ରକାରର ଔଷଧ ପ୍ରସ୍ତୁତ କରି ଖାଇ ପାରିବା l ତେବେ ଏହା ଆମ ଶରୀର ପାଇଁ ବହୁତ ଉପକାରୀ ହେବ l ଆଉ ଥଣ୍ଡା, କାଶ, ଜ୍ୱର ଠାରୁ ମୁକ୍ତି ମଧ୍ୟ ପାଇବା l ଘରୋଇ ଉପଚାର ପ୍ରାକୃତିକ ହୋଇଥାଏ l ଯାହା ଆମ ଶରୀରକୁ କୌଣସି କ୍ଷତି କରାଇ ନଥାଏ l ଏହି ରୋଗ ପାଇଁ କିଛି ଘରୋଇ ଉପଚାର ରହିଛି l ଏହା ଆମେ ବ୍ୟବହାର କରିବା ଦ୍ୱାରା ଆମକୁ ଶୀଘ୍ର ଉପସମ ମିଳିଥାଏ l

ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣିବା l ଆମେ ପ୍ରଥମେ ଅଦା ନେବା l ଅଦା ଥଣ୍ଡା ପାଇଁ ରାମ ବାଣ ଭଳି କାମ କରେ l ଏହି ଅଦାକୁ କାଟି ତାର ରସ ବାହାର କରିବା l ଏହା ପରେ ଅଦା ରସରେ ଟିକେ ମହୁ ମିଶାଇ ଦେବା ଏବଂ ତାପରେ ଦୁଇଟି ଗୋଲମରିଚକୁ କାଟି ଗୁଣ୍ଡ କରିଦେବା l ପରେ ପତ୍ରରେ ଅଦା ରସ ମହୁ ମିଶାଇ ପିଲାମାନଙ୍କୁ ପିଇବାକୁ ଦେବା l ଯଦି ଏହାକୁ ବଡ ଲୋକମାନେ ଖାନ୍ତି ସେଥିରେ ଗୋଲମରିଚ ମିଶାଇ ଦେବା l ଛୋଟ ପିଲାମାନଙ୍କୁ ଗୋଲମରିଚ ଖାଇବାକୁ ଦେଲେ, ବେକରେ ଲାଗିବ l ତେବେ ଏହାକୁ ଅଧଚାମଚ ଦିନକୁ ତିନି ଥର ଖାଇବେ l

ତେବେ ପୁଣି ଆମେ ଅଦା ରସ ରେ ମହୁ ମିଶାଇ ଦେବା ଆଉ ସେଥିରେ ଟିକେ ସନ୍ଧି ଲୁଣ ମିଶାଇ ଦେବା ଏହାକୁ ଦିନରେ ତିନି ଥର ଖାଇବା l କାଶକୁ ଦୂର କରିବା ପାଇଁ କିଛି ଜୁଆଣି ତାକୁ ଭାଜି ଦିଅନ୍ତୁ l ଏହାକୁ ଗୁଣ୍ଡ କରି ସେଥିରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ l ଆପଣଙ୍କ କାଶ ଶୀଘ୍ର ଦୂର ହୋଇଯିବ l ତେବେ ଆପଣ ଏହି ଉପଚାରକୁ ଘରେ ନିହାତି ତିଆରି କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।