ଦେଖନ୍ତୁ ଭିଡ଼ିଓ – ଠାକୁର ପୂଜା କରୁଥିବା ସମୟରେ ହଠାତ ଫୋଟ ପଛରୁ ନାଗ ସାପ ବାହାରି ମାରିଲା ଚୁଟ ଆଉ ତା’ ପରେ ସାପ କଲା ଏମିତି ଦେଖିଲେ ଗୋଡ ତଳୁ ମାଟି ଖସିଯିବ…

ବେଳେବେଳେ ମଣିଷ ଉପରକୁ ଏମିତି ବିପଦ ମାଡ଼ି ଆସିଥାଏ, ଯାହା ପାଇଁ ସେ ଟିକିଏ ବି ସୁରାକ୍ ଆଗରୁ ପାଇ ନଥାଏ କିମ୍ବା ପୂର୍ବ ପ୍ରସ୍ତୁତି ମଧ୍ୟ କରି ନଥାଏ।ବିପଦ କେତେବେଳେ କାହା ପାଖକୁ ମାଡି ଆସିବ କିଏ ଜାଣିଛି। ନିଜର ସାମାନ୍ୟ ଅସାବଧାନତା ପାଇଁ ବି ଯେ ଅକାରଣରେ ଜୀବନ ଚାଲି ଯାଇଥାଏ ସେଥିପ୍ରତି ଆମକୁ ସଚେତନ ଏବଂ ଯତ୍ନଶୀଳ ରହିବାକୁ ପଡ଼ିବ। ସେହିଭଳି ଅସାବଧାନତା କାରଣରୁ କେତେ ବଡ଼ ବିପଦ ଘଟି ପାରେ ତାହା ଆପଣ ଏହି ନିମ୍ନଲିଖିତ ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି ଯାହା ଘଟିଛି ଓଡ଼ିଶାର ଭଦ୍ରକ ଜିଲ୍ଲାର ହରିପୁର ଗ୍ରାମରେ। ଏଠାରେ ଯେଉଁ ଘଟଣା ଘଟିଛି ତାହା ଶୁଣି ସମସ୍ତେ ମର୍ମାହତ ହୋଇଛନ୍ତି।

ଆପଣ ବି ଦେଖନ୍ତୁ କଣ ଘଟିଛି ଏଠାକାର ଘଟଣାରେ। କିପରି ଭାବରେ ଏଠାରେ ଜଣେ ମହିଳା ପୂଜା କରିବାକୁ ଠାକୁର ଘର ଭିତରକୁ ଯିବା ପରେ ଠାକୁର ପଛପଟେ ଲୁଚି ରହିଥିବା ଏକ ନାଗ ତାଙ୍କୁ ଦଂଶନ କରିଥିଲା।ତାପରେ ୧୦୮ ଆମ୍ବୁଲାନ୍ସ କୁ କଲ୍ କରିବା ପରେ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସାପ ଧରାଳି ଆସି ଏହି ସାପକୁ ଧରିଥିଲେ ଓ ଡାକ୍ତରଙ୍କୁ ନିଶ୍ଚିତ କରିବା ପାଇଁ ସେ ଡାକ୍ତରଖାନା ମଧ୍ୟ ଯାଇଥିଲେ।ତେବେ ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା କୋକୁଆ ଭୟ ଜାତ ହୁଏ।ସାପକୁ ପ୍ରାୟତଃ ସଭିଏଁ ଡରି ଥାଆନ୍ତି। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି।

କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ବହୁତ୍ ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଯାହା ସେୟାର ବା ଭାଇରାଲ ହେଉଛି ତାହା ଏକ କୋବ୍ରା ବା ନାଗକୁ ଧରୁଥିବାର ଭିଡିଓ।ଯାହା ବହୁତ୍ ମାତ୍ରାରେ ଭାଇରାଲ ହେଉଛି।ତେବେ ଏହି ଭିଡିଓରେ ଥିବା ସାପକୁ ଦେଖିଲେ ଆପଣ ବି ବିସ୍ମିତ ହୋଇଯିବେ। ଥରେ ଏଇ ସାପକୁ ଭଲ ଭାବରେ ଦେଖି ନିଅନ୍ତୁ।ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ। ସେମାନଙ୍କ ମଧ୍ୟରୁ ସାପ ଏକ ଏଭଳି ଜୀବ ଯିଏକି ମଣିଷକୁ ଭୟଭୀତ କରି ଦେଇଥାଏ।

ତେବେ ଯାହା ଜଣା ପଡିଛି ଉକ୍ତ ବ୍ୟକ୍ତି ସାପ ଧରିବା ସମୟରେ ଏହି ଭିଡିଓଟିକୁ ଶୁଟ୍ କରିଛନ୍ତି ତାଙ୍କ ସହ ଆସିଥିବା ସହଯୋଗୀ ଜଣଙ୍କ। ଏକ ଭିଡିଓ ମଧ୍ୟ ଶୁଟ୍ କରାଯାଇ ଏହାକୁ ସେୟାର କରା ଯାଇଚି ଏବଂ ଭିଡିଓରେ କୁହା ଯାଇଛି କି ଆପଣ ମାନେ ସାପ ଦଂଶନ କରିବା ପରେ କୌଣସି ପ୍ରକାରେ ଅନ୍ଧବିଶ୍ୱାସ ରେ ନପଡି କାହାର ଜୀବନ କୁ ହରାନ୍ତୁ ନାହିଁ। ସାପ ଦଂଶନ କରିବା ମାତ୍ରେ ତାକୁ ଯଥା ସମ୍ଭବ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।