ଥଣ୍ଡାରେ ଥରୁ ଥିଲା ଭିକାରୀଟି – ଭିକାରି ଭାବେ ବୁଲୁଥିବା ବ୍ୟକ୍ତି ର ପରିଚୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡିଏସ୍ପି କାରଣ ଲୋକଟି ଥିଲା……
ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ। ତେବେ ତଳେ ଦିଆ ଯାଇଥିବା ଫଟୋ ରେ ଆପଣ ଯେଉଁ ବ୍ୟକ୍ତି ଙ୍କୁ ଦେଖୁ ଅଛନ୍ତି ଆପଣ ତାଙ୍କୁ ନିହାତି ଭାବେ ଏକ ମାନସିକ ଅନଗ୍ରସର ବ୍ୟକ୍ତି କିମ୍ବା ଭିକାରୀ ବୋଲି ନିଶ୍ଚୟ ଭାବୁ ଥିବେ । କିନ୍ତୁ ବେଳେ ବେଳେ ଆଖି ଦେଖା ଘଟଣା ମଧ୍ୟ ମିଛ ହୋଇଥାଏ ।
ଆମକୁ କିଛି ଦେଖାଯାଏ ଓ ତାହା ବାସ୍ତବ ରେ ଅଲଗା କିଛି ହୋଇଥାଏ । ତେବେ ଏମିତି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶ ରେ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।
ଡିଏସିପି ରତ୍ନେସ ସିଂହ ତୋମର ଓ ବିଜୟ ସିଂହ ଭୋଦରିଆ ଝାନ୍ସି ରୋଡ ଦେଇ ଉପ ନିର୍ବାଚନ ର ଭୋଟ ଗଣତି ପରେ ଯାଉଥିଲେ । ତେବେ ସେ ବନ୍ଧନ ବାଟିକା ର ଫୁଟ ପଥ ରାସ୍ତା ରେ ଯାଉଥିବା ବେଳେ ସେ ରାସ୍ତା କଡ଼ରେ ଏକ ଅଧା ବୟସ ର ଭିକାରୀ କୁ ଦେଖିଲେ । ଭିକାରୀ ଟି ଥଣ୍ଡା ରେ ଥରୁ ଥିଲା ।ତେଣୁ ଏହା ଦେଖି ସେମାନେ ତାକୁ ସାହାର୍ଯ୍ୟ କରିବା ପାଇଁ ସେହି ଭିକାରୀ ପାଖକୁ ଗଲେ।
ତେବେ ରତ୍ନେଶ ସିଂହ ତାଙ୍କର ଜୋତା ତାକୁ ଦେବା ସହିତ ବିଜୟ ସିଂହ ନିଜର ଯାକେଟ ତାଙ୍କୁ ଦେଇଥିଲେ । କିନ୍ତୁ ଯେତେବେଳେ ତା ସହିତ ଅଧିକ କଥାବାର୍ତ୍ତା କରିବା ଆରମ୍ଭ କଲେ ସେ ଆଶ୍ଚର୍ଯ୍ୟ ହୋଇ ଗଲେ କାରଣ ସେ ଯାହା କୁ ଭିକାରୀ ଭାବି ଥିଲେ ସେ ଭିକାରୀ ଅବସ୍ଥା ରେ ଥିବା ବ୍ୟକ୍ତି ଜଣଙ୍କ ତାଙ୍କ ବ୍ୟଚ୍ ର ଜଣେ ଅଫିସର୍ ଥିଲେ । ତେବେ ସେ ଜଣେ ପୋଲିସ୍ ଅଫିସର୍ ଥିଲେ ଯାହାଙ୍କ ନାମ ମଣିଷ ମିଶ୍ରା ଥିଲା ।
ସେ MP ର ବହୁତ୍ ପୋଲିସ୍ ଷ୍ଟେସନ ରେ କାର୍ଯ୍ୟରତ ରହି ସାରିଛନ୍ତି ଓ ସେ ୨୦୦୫ ମସିହା ରେ ଶେଷ ଥର ପାଇଁ କାର୍ଯ୍ୟରତ ଥିଲେ ।ଏହା ପରେ ତାଙ୍କର ମାନସିକ ଅବସ୍ଥା ଧୀରେ ଧୀରେ ଖରାପ୍ ହେବାକୁ ଲାଗିଲା ।ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କର ଚିକିତ୍ସା କରିବା ପାଇଁ ବହୁତ୍ ଚେଷ୍ଟା କରିଲେ କିନ୍ତୁ କିଛି ମଧ୍ୟ ଫଳ ମିଳିଲା ନାହିଁ ।
ତେବେ ଏହିସବୁ ମଧ୍ୟ ରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡପତ୍ର ଦେଇ ଚାଲି ଗଲେ । ଓ ସେ ଧୀରେ ଧୀରେ ଭିକ ମାଗିବା ଆରମ୍ଭ କରିଲେ । ମଣିଷ ଏମିତି ଦଶ ବର୍ଷ ହେବ ଭିକାରୀ ରୂପେ ଜୀବନଯାପନ କରୁଛନ୍ତି । ତେବେ ଏହି ଦୁଇ ପୋଲିସ ଅଧିକାରୀଙ୍କ ସହିତ ମନିସ ମଧ୍ୟ ପୋଷ୍ଟିଂ ହୋଇଥିଲେ । ତେବେ ଏହି ସବୁ କଥା ମନେ ପକାଇ ତାଙ୍କୁ ନିଜ ସାଥିରେ ନେବାକୁ ଚାହୁଁଥିଲେ କିନ୍ତୁ ସେ ଯିବା ପାଇଁ ରାଜି ହେଲେ ନାହିଁ । ତେଣୁ ସେ ତାଙ୍କୁ ଏକ ସମାଜସେବା ସଂସ୍ଥା ପଠାଇ ଦେଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।