ତାରା ତାରିଣୀ ରେ ଅଭିନୟ କରୁଥିବା ” ତାରିଣୀ ” ଙ୍କ ପରିବାର ଆଗରୁ କେବେ ଦେଖି ନ ଥିବେ……

ଆପଣମାନେ ଭଲପାଉଥିବା ଏବଂ ଅଧିକ ପସନ୍ଦ କରୁଥିବା ଧାରାବାହିକ ବା ଶିରିଏଲ ମାନଙ୍କ ମଧ୍ୟରୁ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ହେଉଛି ଏକ ଭିନ୍ନ ସ୍ୱାଦର ଲୋକପ୍ରିୟ ଧାରାବାହିକ। ଯାହାର ରେଟିଂ ମଧ୍ୟ ଖୁବ୍ ଅଧିକ ରହିଛି। କିଛି ଲୋକପ୍ରିୟ ଶୀରିଏଲ୍ ମାନଙ୍କ ମଧ୍ୟରୁ ତାରା ତାରିଣୀ ଅନ୍ୟତମ ଅଟେ।ତେବେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ  ।

ଏହି ଧାରାବାହିକ ରେ ତାରିଣୀ ଭୂମିକାରେ ଅଭିନୟ କରୁଥିବା କଳାକାର ଙ୍କ ବିଷୟରେ। ଯାହାଙ୍କର ନାମ ହେଉଛି ଆୟେଶା ସାମଲ ଏବଂ ତାଙ୍କ ବାପା ମା ତାଙ୍କୁ ଗେଳ୍ହା ରେ ମାମଲୁ ବୋଲି ଡାକିଥାଆନ୍ତି।

ତେବେ ଏହି କଳାକାର ଜଣଙ୍କ ଲୋକଙ୍କ ହୃଦୟରେ ଏମିତି ସ୍ଥାନ ଅଧିକାର କରିଛନ୍ତି ଯାହାଙ୍କ ବିଷୟରେ ଜାଣିବା ପାଇଁ ପ୍ରାୟତଃ ସମସ୍ତେ ଚାହିଁଥାନ୍ତି। ତାଙ୍କର ଘର କେଉଁଝର ର ଅଟେ। ଏବଂ ସେ ସେହିଠାରୁ ହିଁ ସୁଟିଂ ସେଟ୍ ରୁ ଆସିଥାନ୍ତି ତାଙ୍କର ସୁଟିଂ ଦେବା ପାଇଁ।ତେବେ ତାଙ୍କ ପରିବାର ତାଙ୍କୁ ଏଥିପାଇଁ ବହୁତ୍ ପ୍ରେରଣା ଦେଇଥାନ୍ତି ଓ ବହୁତ୍ ଭଲ ମଧ୍ୟ ପାଇଥାନ୍ତି।

ତାଙ୍କର ଲକ୍ଷ୍ୟ ରହିଛି କିଭଳି ଭାବରେ ଅଭିନୟ ଦୁନିଆରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ। କେବଳ ଅଭିନୟ ନୁହେଁ ସେ ଏହା ସହିତ ଡାନ୍ସ ଏବଂ ପାଠ ପଢ଼ାରେ ବେଶ୍ ପାରଙ୍ଗମ ଅଟନ୍ତି। ଏହା ପରେ ଯେହେତୁ ଅଭିନୟ ଦୁନିଆରୁ ଲୋକଙ୍କ ଭଲପାଇବା ଏବଂ ପ୍ରଶଂସା ପାଉଛନ୍ତି ତେଣୁ ସେ ଲୋକଙ୍କ ହୃଦୟକୁ କିଭଳି ଆହୁରି ଯିତିବେ ସେଥିପାଇଁ ସେ ଆହୁରି ଲାଗି ପଡିଛନ୍ତି।

ତେବେ ଯଦି ତାଙ୍କ ପରିବାର ବିଷୟରେ କହିବା ତେବେ ତାଙ୍କ ପରିବାରରେ ତାଙ୍କ ବଡ଼ଭାଇ,ସେ ଏବଂ ତାଙ୍କର ବାପା ମାଆ ୪ ଜଣ ଅଟନ୍ତି।ଏହି ୪ ଜଣଙ୍କୁ ନେଇ ତାଙ୍କର ଛୋଟ ଏବଂ ଖୁସିର ପରିବାର ଅଟେ।ସେ ନିଜର ସୁଟିଂ ପାଇଁ ଏବେ ଭୁବନେଶ୍ୱର ରେ ଏକ ଆପାର୍ଟମଣ୍ଟରେ ରହୁଛନ୍ତି ଏବଂ ସେ ସେଠାରେ କେବଳ ସୁଟିଂ ପାଇଁ ହିଁ ରହିଛନ୍ତି।ତେବେ ତାଙ୍କର ପ୍ରକୃତ ଘର ହେଉଛି କେଉଁଝର ରେ। ତାରିଣୀ ଧାରାବାହିକରେ ଡବଲ୍ ରୋଲ୍ ରେ ଅଭିନୟ କରୁଛନ୍ତି।

ତେବେ ତାଙ୍କର ଏହି ଡବଲ୍ ରୋଲ୍ ଚରିତ୍ରକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। କୁନି କଳାକାର ଙ୍କ ଏହିଭଳି ଅଭିନୟ ରେ ପାରଙ୍ଗମତା ବାସ୍ତବରେ ବହୁତ୍ ପ୍ରଶଂସା ଯୋଗ୍ୟ ଅଟେ।ତେବେ ଏହି ନିକଟରେ ତାରିଣୀ ଙ୍କ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି।ସେ ଏହି ଭିଡିଓ ରେ ବହୁତ୍ ସୁନ୍ଦର୍ ପ୍ରଦର୍ଶନ କରିଛନ୍ତି। ଲୋକେ ମଧ୍ୟ ଏହାକୁ ବହୁତ୍ ପସନ୍ଦ କରିଛନ୍ତି। ଆଗକୁ ମଧ୍ୟ ତାଙ୍କର ମ୍ୟୁଜୀକ୍ ଭିଡିଓ ଆସିବାର ଅଛି।

ତେବେ ଛୋଟ ବେଳୁ ତାରିଣୀଙ୍କ ଏହିଭଳି ଅଭିନୟ ଏବଂ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି। ଯେଉଁ କାରଣରୁ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।