ଟଙ୍କା ପାଇଁ ନିଜ ସ୍ବାମୀଙ୍କୁ ପ୍ରେମିକା ହାତରେ ଟେକିଦେଲା ସ୍ତ୍ରୀ , ହେଲେ ବଦଳରେ ନେଲା ଦେଢ କୋଟିର ସମ୍ପତି, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ଛାତି ଥରି ଉଠିବ………..

ନିଜ ସ୍ୱାମୀଙ୍କୁ ଦେଢ଼ କୋଟି ଟଙ୍କାରେ ବିକ୍ରି କରିଲେ ଧର୍ମପତ୍ନୀ । ତେବେ ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ । ସାଧାରଣତଃ ଦେଖିବାକୁ ଗଲେ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣ ବି ବିଶ୍ବାସ କରିପାରିବେ ନାହିଁ ।

ତେବେ ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ତେବେ ଏପରି ଏକ ବିଚିତ୍ର ଘଟଣା ଘଟିଛି ମଧ୍ୟପ୍ରଦେଶ ରେ ।

ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଏଭଳି ଏକ ବାସ୍ତବ ଘଟଣା ସାମ୍ନାକୁ ଆସିଛି । ଘଟଣା ଅନୁସାରେ ନିଜ ସ୍ୱାମୀଙ୍କୁ ଦେଢ଼ କୋଟି ଟଙ୍କାରେ ସ୍ତ୍ରୀ ବିକି ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଣେ ନାବାଳିକା ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ କି ବାପା ଅଫିସରେ ନିଜଠୁ ବୟସରେ ବଡ଼ ଥିବା ଅନ୍ୟ ଜଣେ ମହିଳାଙ୍କ ସହ ରିଲେସନ୍ ରଖିଥିବାରୁ ଘରେ ପ୍ରତିଦିନ ଅଶାନ୍ତି ସୃଷ୍ଟି ହେଉଛି । ତେଣୁ ସେ ଏବଂ ତାଙ୍କ ଭଉଣୀର ପାଠପଢ଼ାରେ ବି ସମସ୍ୟା ଉତ୍ପନ୍ନ ହେଉଛି । ତେଣୁ ଏହାର କିଛି ସାମାଧାନ ନିହାତି ଆବଶ୍ୟକ ।


ନାବାଳିକାଙ୍କ ଅଭିଯୋଗ ପରେ କୋର୍ଟ ଉଭୟ ପତି-ପତ୍ନୀଙ୍କୁ ସମନ ପଠାଇ କାଉନସେଲିଂ ପାଇଁ ଡକାଇଥିଲେ। କାଉନସେଲିଂରୁ ଜଣାପଡିଥିଲା ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଉଭୟ ଏକାଠି ରହିବାକୁ ଚାହାନ୍ତି, କିନ୍ତୁ ପତ୍ନୀ ଏହାକୁ ବିରୋଧ କରୁଛନ୍ତି । ଏହାପରେ ପତ୍ନୀ ଜଣକ କହିଥିଲେ, ବାହାଘରକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନାହିଁ । ଏପଟେ ସ୍ବାମୀଙ୍କଣ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି । ତେଣୁ ଏଭଳି ସମ୍ପର୍କ ଆଗକୁ ବଢ଼ାଇର ଆଉ କିଛି ମାନେ ନାହିଁ ।

ପିଲାଙ୍କ ଭବିଷ୍ୟତ ବି ରହିଛି, ତେଣୁ ପ୍ରତିଦିନ ଏହାକୁ ନେଇ ଘରେ କଳି ଲାଗିବା ଅପେକ୍ଷା ଏହାର ସମାଧାନ ହୋଇଯିବା ଉଚିତ୍ ହେବ । ଏହାପରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ହାତରେ ଟେକି ଦେବା ପୂର୍ବରୁ ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଅନୁଯାୟୀ, ପ୍ରେମିକା ତାଙ୍କ ନାମରେ ଥିବା ଏକ ପ୍ଲଟ୍ ସହ ପ୍ରାୟ 27 ଲକ୍ଷ ଟଙ୍କା ପତ୍ନୀଙ୍କ ବ୍ୟାଙ୍କ ଖାତାରେ ଜମା କରିବେ । ମହିଳା ଜଣକ ବି ଏହି ସର୍ତ୍ତରେ ରାଜି ହୋଇ ନିଜ ପ୍ରେମିକକୁ ଜୀବନସାଥୀ କରିବାକୁ ନିଷ୍ପତି ନେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।