ଦେଖନ୍ତୁ ଭିଡିଓ ! T20 World Cup ରୁ ବାଦ ପଡିଲା ଟିମ୍ ଇଣ୍ଡିଆ…କେଉଁ କାରଣ ପାଇଁ ବାଦ୍ ପଡିଲା ଜାଣନ୍ତୁ

ଯାହା ଆଶଙ୍କା ଥିଲା ତାହା ହିଁ ସତ ହେଲା ଏବଂ ଯାହା ଆଶା କରାଯାଇଥିଲା ତାହା ମଉଳି ଗଲା। ଟିମ୍ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ କୁ ଯିବା ଆଶା ଧୂଳିସାତ ହେଲା। ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୮ ୱିକେଟ ହରାଇ ୧୨୪ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ୧୮.୧ ଓଭରରେ ମାତ୍ର ୨ ୱିକେଟ ହରାଇ ୧୨୫ ରନ୍ ହାସଲ କରି ବିଜୟ ଲାଭ କରିଛି।

ଯାହା ଫଳରେ ନ୍ୟୁଜିଲାଣ୍ଡ ସିଧାସଳଖ ସେମିଫାଇନାଲ ରେ ପ୍ରବେଶ କରିଛି। ପାକିସ୍ତାନ ପରେ ଦ୍ୱିତୀୟ ଦଳ ଭାବେ କିୱି ଟିମ୍ ସେମି ଫାଇନାଲ ରେ ପହଞ୍ଚିଛି। ସେମିଫାଇନାଲ ରେ ଅଷ୍ଟ୍ରେଲିଆ କୁ ଭେଟିବ ନ୍ୟୁଜିଲାଣ୍ଡ।

ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ୍ ଗପଟିଲ ୨୮ ରନ କରି ଆଉଟ୍ ହୋଇଥିବା ବେଳେ ,ଡାରିଲ ମିଚେଲ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ୱିଲିୟମସନ ୪୦ ଏବଂ ଡେଭନ୍ କୋନୱେ ୩୬ ରନ କରି ଅପରାଜିତ ହୋଇଥିଲେ।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ୪ ଓଭରରେ ୨୬ ରନ ଦେଇଥିବା ବେଳେ ,ମୁଜିବ ଉର ରେହମାନ ୪ ଓଭରରେ ୧ ୱିକେଟ ,ନବୀନ ଉଲ ହକ୍ ୨ ଓଭରରେ ୧୬ ରନ ,ହମିଦ ହସନ ୩ ଓଭରରେ ୧୪ ରନ, ରାସିଦ ଖାନ୍ ୪ ଓଭରରେ ୨୭ ରନ କରି ୧ ୱିକେଟ ଏବଂ ଗୁଲାବୁଦ୍ଧିନ ନଇବ ୧.୧ ଓଭରରେ ୯ ରନ କରିଥିଲେ।

ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦଳ ଭାବେ ପାକିସ୍ତାନ ପରେ ଟି ୨୦ ବିଶ୍ୱ କପ୍ ର ସେମିଫାଇନାଲ ରେ ପ୍ରବେଶ କରିଥିଲେ। ଯାହାଫଳରେ ଭାରତ ଏବଂ ଆଫଗାନିସ୍ତାନ ଉଭୟଙ୍କ ଆଶା ମଉଳି ଯାଇଛି କାରଣ ସେହି ଉଭୟ ଟିମ୍ ସେମିଫାଇନାଲ ରେ ପ୍ରବେଶ କରିପାରିଲେ ନାହିଁ। ଆଜି ଆଫଗାନିସ୍ତାନ ,ନ୍ୟୁଜିଲାଣ୍ଡ କୁ ପରାସ୍ତ କରିଥିଲେ ଭାରତ ସେମିଫାଇନାଲ ମ୍ୟାଚରେ ଖେଳିବା ନେଇ ଆଶା ଉଜ୍ଜୀବିତ ଥିଲା। କିନ୍ତୁ କିୱି ଟିମ୍ ସହଜରେ ଆଫଗାନିସ୍ତାନ କୁ ପରାସ୍ତ କରି ୪ ଟି ବିଜୟ ସହିତ ୮ ପଏଣ୍ଟ ପାଇ ଟେବୁଲ ର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ କୁ ପ୍ରବେଶ କରିପାରିଥିଲା।

ଭାରତ ମୋଟ ୨ ଟି ବିଜୟ ସହିତ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ ଟିମ୍ ଇଣ୍ଡିଆ ସହିତ ଖେଳିବାକୁ ଯାଉଛି ଟିମ୍ ନାମ୍ବିଆ। ଯାହାକୁ ଆସନ୍ତା କାଲି, ଅର୍ଥାତ୍ ସୋମବାର ଦିନ କେବଳ ଔପଚାରିକ ଭାବରେ ଏହି ମ୍ୟାଚ ଖେଳାଯିବ। ସେମିଫାଇନାଲ ରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ କୁ ଭେଟିବାକୁ ଥିବା ବେଳେ ପାକିସ୍ତାନ କୁ ଭେଟିବ ଇଂଲଣ୍ଡ।