ଦେଖନ୍ତୁ ଭିଡ଼ିଓ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଏକାଦଶାହ କର୍ମରେ କିଛି ଆଶ୍ଚର୍ଯ୍ୟକର ଦୃଶ୍ୟ, ଦେଖିଲେ ଆଖିରୁ ଲୁହ ଆସିଯିବ……
ଜନ୍ମ ମୃତ୍ୟୁ ଦୁନିଆର ଏକ ମାତ୍ର ସତ। ତେଣୁ ଧରା ପୃଷ୍ଠରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷ କୁ ଦିନେ ନା ଦିନେ ମୃତ୍ୟୁ ବରଣ କରିବାକୁ ପଡ଼ିବ। ନିଜର ସ୍ୱଳ୍ପ ଜୀବନ କାଳ ମଧ୍ୟରେ କିଛି ଏମିତି କାମ ରହିଥାଏ ଯାହା ଆମକୁ ସବୁବେଳେ ଅମର କରି ରଖିଥାଏ ଆମର ମୃତ୍ୟୁ ପରେ। ସେହିପରି ଏବେ ଜଣେ ବରିଷ୍ଠ ଏବଂ ବଳିଷ୍ଠ ବ୍ୟକ୍ତିତ୍ଵ ଙ୍କ ମୃତ୍ୟୁ ରେ ହଲଚଲ ହୋଇ ଯାଇଛି ସାରା ଓଡ଼ିଶା।
ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗତକାଲି ତାଙ୍କର ଏକାଦଶାହ କ୍ରିୟା ଉତ୍ସବ ପାଳନ କରା ଯାଇଛି। ତାଙ୍କ ମୃତ୍ୟୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଶେଷ କରି ଏକ ଗଭୀର ଦୁଃଖର ଛାପ ଛାଡ଼ି ଦେଇ ଯାଇଛି। ଯାହାକୁ ନେଇ ଏବେବି ସମସ୍ତେ ମର୍ମାହତ ସ୍ଥିତି ରେ ରହିଛନ୍ତି।
ନିଜର ପ୍ରିୟ ନେତା କୁ ହରାଇ ପିପିଲି ବାସୀ ସତେ ଯେମିତି ଭାଙ୍ଗି ପଡ଼ିଛନ୍ତି।ଏହି ଅବସରରେ କାଲି ତାଙ୍କର ଏକାଦଶାହ କ୍ରିୟା ରେ ଅନେକ ବରିଷ୍ଠ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସ ଭବନ କୁ ଆସିଥିଲେ। ତାଙ୍କର ଫଟୋ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ପୂର୍ବକ ପ୍ରଣାମ କରିଥିଲେ। ପରିବାର ର ସୁଖ ଦୁଃଖ ମଧ୍ୟ ବୁଝି ଥିଲେ। ଝିଅ ପଲ୍ଲବୀ ସମସ୍ତଙ୍କୁ ତାଙ୍କର ସମ୍ମାନ ଜଣାଇ ଥିଲେ।
ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ମନରେ ଗଭୀର ଦୁଃଖ ସ୍ପଷ୍ଟ ଭାବରେ ବାରି ହେଉଥିଲା।ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ କିଭଳି ଭାବରେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ଏବଂ ସେମାନେ କେତେ ମ୍ରିୟମାଣ ହୋଇ ପଡିଛନ୍ତି।
ସାଂସଦ ପିନାକୀ ମିଶ୍ର ଙ୍କ ଠାରୁ ଆରମ୍ଭ କରି ପୂର୍ବତନ ପୁରୀ ବିଧାୟକ ସମସ୍ତେ ସେଠାରେ ଉପସ୍ଥିତ ହୋଇଥିଲେ।ଏକ ଶୋକାକୁଳ ପରିସ୍ଥିତି ମଧ୍ୟରେ ଏକାଦଶାହ କ୍ରିୟା ରେ ଯୋଗ ଦେଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସେମାନେ ପ୍ରାର୍ଥନା କରିଥିଲେ।ତେବେ ଯଦି ସାଧାରଣ ଭାବରେ କୁହାଯିବ ତେବେ ଏହି ପ୍ରମୁଖ,ବରିଷ୍ଠ ବିଜେଡି ନେତା, ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି।
ତାଙ୍କ ପରିବାର ସତେ ଯେମିତି ସ୍ତବ୍ଧ ହୋଇ ଯାଇଛି।କେହି ଏହାକୁ ଏଯାବତ୍ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।ଏତେ ଭଲ ଲୋକ ଏତେ ଶୀଘ୍ର ଏ ଦୁନିଆ ଛାଡ଼ି ଆର ପାରି କୁ ଏକ ଅପେରା ରାଇଜ କୁ ଚାଲିଯିବେ ତାହା କେହି କଳ୍ପନା ବି କରି ନଥିଲେ।
କୁହା ଯାଇପାରେ ଏକ ଦକ୍ଷ ଏବଂ ବିଜ୍ଞ ରାଜନୈତିକ ବ୍ୟକ୍ତିଙ୍କୁ ହରାଇଲା ଓଡ଼ିଶା।ସୂଚନା ଥାଉ କି ଅକ୍ଟୋବର ୪ ତାରିଖ ରାତି ୨ଟା ୩୬ ମିନିଟରେ ଏହି ବିଜ୍ଞ ରାଜନେତା ଜଣଙ୍କର ପରଲୋକ ହୋଇଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।