ସ୍ୱାମୀ ସାବଧାନ ! ସ୍ତ୍ରୀଙ୍କୁ ନିଜ ଦରମା ବିଷୟରେ ଲୁଚାଇ ପାରିବେନି ସ୍ୱାମୀ – ସୂଚନା ଅଧିକାର ଆଇନ
ଏବେ ଆଉ ସ୍ବାମୀ ମାନଙ୍କ ଦରମା ବିଷୟରେ ଜାଣିବା ପାଇଁ ସ୍ତ୍ରୀ ମାନଙ୍କୁ ଅସୁବିଧା ହେବ ନାହିଁ। ସ୍ତ୍ରୀ ମାନେ ସହଜରେ ଜାଣି ପାରିବେ ସ୍ବାମୀ ମାନଙ୍କ ଦରମା। ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସୂଚନା ଆୟୋଗ। ସ୍ତ୍ରୀ ମାନଙ୍କୁ ଆରଟିଆଇ ଜରିଆରେ ମିଳି ପାରିବ ଏ ସଂକ୍ରାନ୍ତୀୟ ତଥ୍ୟ ।ତେବେ ପତ୍ନୀ ସୂଚନା ଅଧିକାର ଆଇନ ଆଧାର ରେ ନିଜ ପତିଙ୍କ ଆୟ ବାବଦରେ ଜାଣି ପାରିବେ ବୋଲି ଆୟୋଗ କହିଥିବା ବେଳେ ସ୍ତ୍ରୀ ମାନେ ଏଥିପାଇଁ ଆଉ ଅସୁବିଧା ର ସମ୍ମୁଖୀନ ହେବେନାହିଁ।
ତେବେ ଏକ ଘଟଣା କୁ ଆଧାର କରି ରିପୋର୍ଟ ଅନୁସାରେ ଏହିଭଳି ଏକ ଆଇନ୍ ଗତ ନିୟମ ଆଣିଛନ୍ତି ଆୟୋଗ ର ଅଧିକାରୀ।ତେବେ ସୂଚନା ଅନୁସାରେ, ଯୋଧପୁରରେ ରହୁଥିବା ରହମତ ବାନୋ ନାମକ ଜଣେ ମହିଳା ନିଜ ପତିଙ୍କ ଆୟ ବାବଦରେ ଜାଣିବାକୁ ଚାହିଁଥିଲେ।
କିନ୍ତୁ ଆୟକର ବିଭାଗ ରହମତଙ୍କ ଏହି ଆବେଦନକୁ ଖାରଜ କରି ଦେଇଥିଲେ ବୋଲି ଜଣା ପଡିଥିଲା। ତେବେ ଏହାପରେ ସିଆଇସି ଆୟକର ବିଭାଗକୁ ୧୫ ଦିନ ମଧ୍ୟରେ ଏହାର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଯାହାକୁ ନେଇ ଏ ବିଷୟରେ ଦି ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ପ୍ରକାଶ ପାଇଥିଲା।ତେବେ ଆୟକର ବିଭାଗର ନିର୍ଦେଶ ପରେ ସ୍ତ୍ରୀ କରିଥିବା ଏହି ଆବେଦନ ଆରଟିଆଇ ର ଅଧିନରେ ଆସୁ ନଥିବା କାରଣରୁ ଆୟକର ବିଭାଗର ଦଲିଲକୁ ମଧ୍ୟ ସୂଚନା ଅଧିକାର ଆୟୋଗ ଖାରଜ କରି ଦେଇଛନ୍ତି।ପରେ ଏହାକୁ ନେଇ ସୂଚନା ପ୍ରକାଶ ପାଇଛି।
କାରଣ ଆୟକର ବିଭାଗ ର କହିବା ଅନୁସାରେ କୌଣସି ତୃତୀୟ ପକ୍ଷ ଏଭଳି ପ୍ରକାରର ଆବେଦନ କରି ପାରିବା ଉଚିତ୍ ନୁହଁ ବା ଆବେଦନ କରିବା କଥା ନୁହଁ। ଯାହାକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ ନିଜ ଆଦେଶରେ କହିଥିଲେ ଯେ, ଆବେଦନ କାରୀଙ୍କୁ କେବଳ ୧୫ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦିଆଯାଉ ଏବଂ ଉଲ୍ଲେଖ କରାଯାଉ।
ଏଥିରେ ସମସ୍ତ ଜାଣିବାକୁ ଚାହୁଁଥିବା ଜିନିଷ କୁ ସ୍ପଷ୍ଟ କରାଯାଉ। କାରଣ ମହିଳା ମାନଙ୍କର ନିଜ ସ୍ୱାମୀଙ୍କ ଆୟ କିମ୍ବା ସେମାନଙ୍କର ଦରମା ବିଷୟରେ ଜାଣିବାର ସଂପୂର୍ଣ୍ଣ ଅଧିକାର ରହିଛି। ଆର୍ ଟି ଆଇ ଅଥବା ରାଇଟ ଟୁ ଇନଫର୍ମେସନ୍ ଜରିଆରେ ଏହାର ତଥ୍ୟ ସ୍ତ୍ରୀ ମାନଙ୍କୁ ଦିଆ ଯାଇ ପାରିବ ଏଥିରେ କୌଣସି ଅସୁବିଧା ନାହିଁ।
ତେବେ କେନ୍ଦ୍ରୀୟ ସୂଚନା ଆୟୋଗ ଏହାକୁ ସ୍ପଷ୍ଟ କରିଛନ୍ତି ଯେ ଯଦି ଜଣେ ସ୍ତ୍ରୀ ତାର ସ୍ୱାମୀର ଆୟ କିମ୍ବା ବାର୍ଷିକ ଦରମା ବିଷୟରେ କୌଣସି ବି ତଥ୍ୟ ଜାଣିବା ପାଇଁ ଇଚ୍ଛା କରୁଛନ୍ତି ଏବଂ ଆର୍ ଟି ଆଇ ଅଥବା ରାଇଟ ଟୁ ଇନଫର୍ମେସନ୍ ଜରିଆରେ ଏହାର ସୂଚନା ପାଇଁ ଆବେଦନ କରିଛନ୍ତି ତେବେ ସେମାନଙ୍କୁ ଏହାର ତଥ୍ୟ ପ୍ରଦାନ କରାଯିବ ବୋଲି ଆୟୋଗ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।