ଦେଖନ୍ତୁ ଭିଡ଼ିଓ । ସୁଶାନ୍ତଙ୍କ ମରିବାର ୪ ମାସ ପରେ ଭାଇରାଲ ହେଉଛି ଏହି ଭିଡିଓ । କଣ ସତରେ ସୁଶାନ୍ତ……
ବଲିଉଡ୍ ର ଦିବଙ୍ଗତ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ ପରିବାର ଓ ଭଉଣୀମାନେ ମଧ୍ୟ ଦିନରାତି ଏକଜୁଟ ହୋଇଛନ୍ତି।ତେବେ ଏହାରି ଭିତରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।
ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। କୁହା ଯାଉଛି କି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପୂର୍ବରୁ ବହୁତ ଉଦାସୀନ ଥିଲେ ଏବଂ ବହୁତ୍ ଭାଙ୍ଗି ପଡିଥିଲେ। ଯାହାର ପ୍ରମାଣ ଏହି ଭିଡିଓ ରେ ମିଳୁଛି।
ସେ କିଭଳି ଭାବରେ ମାନସିକ ଅବସାଦ ଭିତରେ ଗତି କରୁଥିଲେ ଏବଂ ତାଙ୍କର ମାନସିକ ସ୍ଥିତି କେମିତି ଥିଲା ଏହା ତାଙ୍କର ସୁଶାନ୍ତଙ୍କ ପୁରୁଣା ଭିଡିଓ ଯେଉଁସବୁ ବହୁତ ମାତ୍ରାରେ ଭାଇରାଲ ହେଉଛି ସେହିଠାରୁ ଜଣା ପଡୁଛି। ତେବେ ଭାଇରାଲ୍ ହେଉଥିବା ଭିଡିଓରେ ସୁଶାନ୍ତ ରୋଲର୍କୋଷ୍ଟର୍ ରାଇଡ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।
ଯାହାକୁ ନେଇ ଅନେକ ପ୍ରକାରର ମନ୍ତବ୍ୟ ଲୋକ ମାନଙ୍କର ଦେଖିବାକୁ ମିଳୁଛି। କିଏ କହୁଛି ସେ ଉଦାସୀନ ଥିଲେ ତ କିଏ କହୁଛି ସେ ଏକୁଟିଆ ରହି ଭାଙ୍ଗି ପଡ଼ିଥିବା କାରଣ ପାଇଁ ଏମିତି କରିଛନ୍ତି।ତେବେ ଏହି ଭିଡିଓ ପରେ ଅନେକ ବ୍ୟକ୍ତି ବିଶେଷ ଏବଂ ପ୍ରଶଂସକ ମାନଙ୍କର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
View this post on Instagram
This high adrenaline rollercoaster video of #SushanSinghRajput ????????????
ସାଧାରଣତଃ ରୋଲରକୋଷ୍ଟର ଯାତ୍ରା ସମୟରେ ସୁଶାନ୍ତଙ୍କୁ ବହୁତ ଉତ୍ସାହରେ ଦେଖିବାକୁ ମିଳେ, ଯାହା ଏଠାରେ ଦେଖିବାକୁ ମିଳୁନାହିଁ।ତେବେ ଏହାକୁ ନେଇ ମଧ୍ୟ କେହି କହିଛନ୍ତି କି ସୁଶାନ୍ତ ବହୁତ ଭୟ କରିଛନ୍ତି ଏହି ଡ୍ରାଇଭ୍ କରିବା ପାଇଁ ସେଥିପାଇଁ ଏମିତି ଦେଖା ଯାଉଛନ୍ତି।ତେବେ ଏହାକୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି ଯେ ସୁଶାନ୍ତ ଯାହା ଚାହୁଁଥିଲେ ତାହା ହୋଇ ପାରୁ ନଥିଲା ।
ତାଙ୍କୁ କେହି ବୁଝି ପାରୁ ନଥିଲେ, ସେଥିପାଇଁ ସେ ବହୁତ୍ ଭାଙ୍ଗି ପଡିଥିଲେ।ତେବେ ସୁଶାନ୍ତ ଙ୍କ ମୃତ୍ୟୁର ତଦନ୍ତ ରେ ବଲିଉଡ୍ରେ ଏବେ ଡ୍ରଗ୍ସ ମାମଲାକୁ ନେଇ ଲାଗି ରହିଛି ଆଲୋଚନା ସମାଲୋଚନା । ବଡବଡ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଦି ମଧ୍ୟ ଏହି ମାମଲା ଭିତରକୁ ଚାଲି ଆସୁଥିବା ଦେଖାଯାଇଛି ।
ନିକଟରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି ଏହି ମାମଲରେ କିଛିଦିନ ଜେଲ ଜୀବନ କାଟି ଘରକୁ ଫେରିଛନ୍ତି ।ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ଖବର ସାମ୍ନାକୁ ଆସିଲା। ଏହା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡ୍ର ଅନେକ କଳାକାରଙ୍କ ନାଁ ମଧ୍ୟ ଜଣାପଡ଼ିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ,ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଆଦି ରହିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ୍ ୧୪ରେ ନିଜ ମୁମ୍ବାଇସ୍ଥିତ ବାସଭବନରେ ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।