ରାଷ୍ଟ୍ରପତିଙ୍କୁ ଅପମାନର ଜବାବ ଦେବୁ : Sura Routray

ତେବେ ପଶ୍ଚିମବଙ୍ଗ ରେ ଅଖିଳ ଗିରି ନାମକ ଜଣେ ମନ୍ତ୍ରୀ ଭାରତ ର ରାଷ୍ଟ୍ରପତି ଙ୍କୁ ନେଇ କୋଟୁ ବାକ୍ୟ କହିଲେ ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି | ତେବେ ଏଭଳି ଅପମାନଜନକ ଶବ୍ଦ କୁ ନେଇ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଉ ଏହାକୁ ନେଇ ଖୁବ ବିରୋଧ କରିଛନ୍ତି |

ତେବେ ଏହାକୁ ନେଇ ସୁର ରାଉତରାୟ କହିଛନ୍ତି କି ଅଖିଳ ଗିରି ଏକ ମନ୍ତ୍ରୀ ସେ ପୁଣି ମମତା ବାନାର୍ଜୀ ଦଳର ଜଣେ ମନ୍ତ୍ରୀ ଯାହାକି ଏଭଳି ଏକ ଘଟଣା ଅତି ନିନ୍ଦନୀୟ ଅଟେ |

ତମ ମମତା ବାନାର୍ଜୀ ଜଗନ୍ନାଥ କାଳିଆ ନୁହଁ, ରାମଚନ୍ଦ୍ର କାଳିଆ ନୁହଁ, କୃଷ୍ଣ କାଳିଆ ନୁହଁ ତମେ ଜଣେ ନାରୀ | ଯିଏ ଏମେଲେ ଥିଲେ, ମନ୍ତ୍ରୀ ଥିଲେ, ରାଜ୍ୟପାଳ ଥିଲେ ଆଦିବାସୀ ପରିବାର ରେ ଜନ୍ମ ଜଣେ ଆମର ଓଡ଼ିଆ ଭଉଣୀ ଙ୍କୁ ଏଭଳି ଏକ ମନ୍ତବ୍ୟ ଅତି ନିନ୍ଦନୀୟ ଅଟେ |

ଏହି ଅଖିଳ ଗିରି ତମେ ଆମ ଓଡ଼ିଶା କୁ କେବେ ଆସିବ ନାହିଁ ଆଉ ଏଭଳି ମନ୍ତବ୍ୟ ଦେଇ ଥିବା ବ୍ୟକ୍ତି କୁ ଗୋବର ତା ମୁହଁରେ ବଳି କରି ବଜାର ରେ ବୁଲେଇବା କଥା | ଆମ ଭଉଣୀ ପ୍ରତି ସେ ଯେମିତି କୋଟୁ ବାକ୍ୟ ପ୍ରୟୋଗ କରିଛନ୍ତି, ରାଷ୍ଟ୍ରପତି ପ୍ରତି କରିଛନ୍ତି ଗଣତନ୍ତ୍ର ପ୍ରତି ଯେଉଁ ନିନ୍ଦନୀୟ ଭାଷା କହିଛନ୍ତି ଏହାକୁ ଶୁଣି ଆମେ ସବୁ ବର୍ବାଦ ଆମ ଓଡ଼ିଆ ବର୍ବାଦ |


ଆମ ଭଉଣୀ କୁ ଏଭଳି ମନ୍ତ୍ରବ୍ୟ ଆମେ କେବେ ବରଦାସ୍ତ କରିବୁ ନାହିଁ କେବେ ତାକୁ ଛାଡ଼ିବୁ ନାହିଁ କୋଉ ଆଇନ କାନୁନ ଆମେ ମାନିବୁ ନାହିଁ | ଏଭଳି ବ୍ୟକ୍ତି ଙ୍କର କାର୍ଯ୍ୟ କୁ ଘୋର ବିରୋଧ କରିବା ଉଚିତ ଆଉ ଦଣ୍ଡ ଦେବା ଉଚିତ ଯାହାର ସୀମା ରହିବ ନାହିଁ |

ଏହା ଖୁବ ଅନୁଚିତ ତେଣୁ ତୁରନ୍ତ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦ ରୁ କାଢ଼ନ୍ତୁ ଏବଂ ଆରେଷ୍ଟ କରନ୍ତୁ | ଭବିଷ୍ୟତ ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଙ୍କ ବିରୁଦ୍ଧରେ ଏମିତି ବାକ୍ୟ ଯେମିତି କେହି ନ କହିବା ପାଇଁ ସାହସ କରିବେ ନାହିଁ |

ଘୋର ବିରୋଧ କରୁଛୁ ଆମେ ଏଭଳି ମନ୍ତବ୍ୟକୁ ସେହି ବ୍ୟକ୍ତି ଙ୍କୁ ଆମେ କେବେ ଓଡ଼ିଶା ରେ ଓହ୍ଲାଇ ଦେବୁ ନାହିଁ | ଜନ ସାଧାରଣ ଙ୍କ ଜରିଆରେ ଆମେ ଜଣାଇ ଦେଉଛୁ ଓଡ଼ିଆ ଝିଅ ପ୍ରତି ଯେଉଁ ଆକ୍ଷେପ କରିଛନ୍ତି ଯେଉଁ ବଦନାମ କରିଛନ୍ତି, ଯେଉଁ ନିନ୍ଦା କରିଛନ୍ତି, ଯେଉଁ କୋଟୁ ବାକ୍ୟ ପ୍ରୟୋଗ କରିଛନ୍ତି ତାହାର ଜବାବ ଆମେ ଓଡ଼ିଶା ମାଟିରେ ଦେବୁ |

ସେହି ବ୍ୟକ୍ତି ଙ୍କୁ ତୁରନ୍ତ ମନ୍ତ୍ରୀ ପଦ ରୁ କଢ଼ାଯିବା ଦରକାର ଆରେଷ୍ଟ କରିବା ଦରକାର ଆଉ ମମତା ବାନାର୍ଜୀ ଯଦି ପଦକ୍ଷେପ ନ ନିଅନ୍ତି ବିରାଟ ଆନ୍ଦୋଳନ ହେବ ଆଉ ସେଥିପାଇଁ ମମତା ବାନାର୍ଜୀ ଦାୟୀ ରହିବେ ବୋଲି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।