ଏବେ ଏବେ ଆସିଛି ଏକ ବଡ଼ ଖବର । ସ୍ତ୍ରୀ କୌଣସି ବସ୍ତୁ ନୁହେଁ କି ସ୍ବାମୀ ର ଅନ୍ୟ ସମ୍ପତି ପରି ସ୍ତ୍ରୀ ଏକ ସମ୍ପତି ନୁହେଁ ବୋଲି ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଯଦି କୌଣସି ସ୍ତ୍ରୀ ର ଇଛା ନଥାଏ ତେବେ ସ୍ବାମୀ ସତ ଚେଷ୍ଟା ରେ ମଧ୍ୟ ସ୍ତ୍ରୀ ଉପରେ ଚାପ ପକାଇ ତାକୁ ପାଖରେ ରଖି ପାରିବ ନାହିଁ । ତେବେ ଏମିତି ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;
ଆଜିର ଏହି ପୁରୁଷ ପ୍ରାଧାନ୍ୟ ସମାଜ ରେ ନାରୀ କୁ ଘର କାମ ପାଇଁ ବ୍ୟବହାର କରାଯାଏ। ଆମ ସମାଜ ରେ ଆପଣ ମାନେ ଦେଖିଥିବେ ଯେ, ନାରୀ ଘରର ସମସ୍ତ କାର୍ଯ୍ୟ କରିଥାଏ ଏବଂ ଦାୟିତ୍ବ ବହନ କରିଥାଏ। ପୁରୁଷ ବାହାରକୁ ଯାଇଥାଏ ଏବଂ ରୋଜଗାର କରିଥାଏ ଓ ସେହି ପାଇସାରେ ପରିବାର ର ପ୍ରତିପୋଷଣ ହୋଇଥାଏ।
ଘରର ବିଭିନ୍ନ କାର୍ଯ୍ୟ- ବାସନ ମାଜିବା, ଲୁଗା ସଫା କରିବା, ପୋଷାକ ଆଇରନ କରିବା, ପିଲା ଛୁଆ ଙ୍କ ଦାୟିତ୍ୱ ନେବା ଆଦି କାର୍ଯ୍ୟ ମହିଳା ମାନଙ୍କୁ କରିବାକୁ ପଡିଥାଏ। ଏତେ ସବୁ ଦାୟିତ୍ଵ ନିର୍ବାହ କରିଥିଲେ ମଧ୍ୟ ଆମ ସାମ୍ନା କୁ ପ୍ରତିଦିନ ଯୌତୁକ ନିର୍ଯାତନା ପରି ଅଭିଯୋଗ ସାମ୍ନା କୁ ଆସିଥାଏ। ତେବେ ସ୍ଵାମୀ ଯେତେ ନିର୍ଯାତନା ଦେଲେ ମଧ୍ୟ ଜଣେ ସ୍ତ୍ରୀ ତା ସ୍ବାମୀ ପାଖରେ ରହିବା ଉଚିତ୍ ବୋଲି ଆମ ସମାଜ କହୁଥାଏ। କିନ୍ତୁ ଏକ ମାମଲା ର ଶୁଣାଣି କରି ସୁପ୍ରିମକୋର୍ଟ ଏହା ରାୟ ଦେଇଛନ୍ତି ଯେ ଯଦି କୌଣସି ପତ୍ନୀ ର ଇଛା ନଥାଏ ସେ ତା ସ୍ବାମୀ ପାଖରେ ରହିବ ନାହିଁ ।
ସୂଚନା ଅନୁସାରେ ୨୦୧୯ ମସିହା ରେ ଏପ୍ରିଲ ୧ ତାରିଖ ରେ ଗୋରଖପୁର ରେ ଧାରା ୯ ଆଧାର ରେ ଏକ କେଶ୍ ଫାଇଲ ହୋଇଥିଲା । ଯେଉଁଥିରେ ପତ୍ନୀ ଜଣଙ୍କ ଆବେଦନ କରିଥିଲେ ଯେ ୨୦୧୩ ମସିହା ରେ ତାଙ୍କର ବିବାହ ହୋଇଥିଲା ବିବାହ ପରଠାରୁ ପ୍ରତିଦିନ ତାଙ୍କ ସ୍ବାମୀ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବାରୁ ସେ ବାଧ୍ୟ ହୋଇ ସ୍ବାମୀ ଙ୍କ ଠାରୁ ଦୂରେଇ ରହୁଛନ୍ତି । ଏହାପରେ ସେ ୨୦୧୫ ମସିହା ରେ ନିଜର ଭରଣ ପୋଷଣ ଦାବି କରିଥିଲେ ।
ଆଉ ଏହି ଆବେଦନ କୁ ଆଖି ଆଗରେ ରଖି କୋର୍ଟ ସ୍ତ୍ରୀ କୁ ପ୍ରତି ମାସରେ ୨୦ ହଜାର ଟଙ୍କା ଦେବା ପାଇଁ ତାଙ୍କ ସ୍ଵାମୀ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ପରେ ସ୍ବାମୀ ଜଣଙ୍କ ସ୍ତ୍ରୀ କୁ ଘରକୁ ଫେରାଇ ନେବା ପାଇଁ ଆବେଦନ କରିଥିଲେ ଓ କହିଥିଲେ ଯେ କୋର୍ଟ ମହିଳା ଜଣଙ୍କୁ ଫେରି ଯିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ।
ତେବେ ଏହି କଥା ଶୁଣି ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶନ କୋଲ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ରେ କହିଥିଲେ ଯେ ସ୍ତ୍ରୀ କୌଣସି ବସ୍ତୁ ନୁହେଁ ଓ ତାଙ୍କୁ ତାଙ୍କ ସହିତ ରହିବା ପାଇଁ କେହି ବାଧ୍ୟ କରି ପାରିବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।