ସୁପ୍ରିମକୋର୍ଟ ଙ୍କ ଐତିହାସିକ ନିଷ୍ପତ୍ତି । ବାପା ମାଆ ଙ୍କ ଦେହ ରେ ହାତ ଦେଲେ ମିଳିବନି ସଂପତ୍ତି ର ଭାଗ, ନିଶ୍ଚୟ ଜାଣି ରଖନ୍ତୁ

ପୁଣିଥରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ , ସୁପ୍ରିମକୋର୍ଟ ନେଲେ ଆଉ ଏକ ଐତିହାସିକ ନିଷ୍ପତ୍ତି।ଏବେ ଯଦି ପୁଅ ନିଜର ବାପା ମାଆ ଙ୍କୁ ବୃଦ୍ଧ ସମୟରେ ହଇରାଣ ହରକତ କରେ କିମ୍ବା ସେମାନଙ୍କର ରକ୍ଷଣା ବେକ୍ଷଣ କଥା ନବୁଝେ ତେବେ ଆଉ ବାପା ମାଆ ଙ୍କ ସମ୍ପତ୍ତିର ହକ ତାଙ୍କୁ ମିଳିବ ନାହିଁ। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ।

ଯଦି ପୁଅ ବୋହୂ ବୃଦ୍ଧ ବାପା ମାଆ ଙ୍କ କଥା ନ ଶୁଣନ୍ତି ତେବେ ଘରୁ ଏବେ ବିଦା ଏବଂ ସମ୍ପତ୍ତି ରୁ ହେବେ ବେଦଖଲ୍। ଏହାସହ ପୂର୍ବରୁ ଦେଇଥିବା ଭାଗକୁ ବି ଫେରାଇ ଆଣିବେ ବାପା ମାଆ।

କୁହାଯାଏ ଚଳନ୍ତି ପ୍ରତିମା ହେଉଛନ୍ତି ବାପା ମାଆ। ତେଣୁ ବାପା ମାଆ ଙ୍କ ସେବା କରିବା ଅର୍ଥ ସାକ୍ଷାତ୍ ଭଗବାନ ଙ୍କ ସେବା କରିବା। ବାପା ମାଆ ନିଜ ସନ୍ତାନ ପାଇ ସାଜିଥାନ୍ତି ଦେବଦୂତ। ବାପା ଏବଂ ମାଆ, ଏହି ଦୁଇଟି ନାମ ଏବଂ ଶବ୍ଦ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଏବଂ ନିଆରା ଶବ୍ଦ। ଜଣେ ମାଆ ଏବଂ ବାପାର ସ୍ଥାନ କେହି ନେଇ ପାରିବେ ନାହିଁ।

ମାଆ ଏମିତି ଜଣେ ମଣିଷ ଯିଏ କି ଦୁନିଆର ସମସ୍ତ ଦୁଃଖ କଷ୍ଟ କୁ ସହି ମଧ୍ୟ ନିଜ ସନ୍ତାନର ଖୁସି ଓ ସମୃଦ୍ଧି କାମନା କରିଥାଏ। ଏବଂ ବାପା ନିଜ ସନ୍ତାନକୁ ସବୁ ଖୁସି ଦେବାକୁ ବହୁତ୍ ପରିଶ୍ରମ କରିଥାଏ।ଦୁନିଆର ଯେତେ ବଡ଼ ସମସ୍ୟା ଓ ଦୁଃଖ ଜଞ୍ଜାଳ ହେଉ ନା କାହିଁକି ବାପା ମାଆ କେବେବି ନିଜ ପିଲା ମାନଙ୍କ ଉପରେ ସେସବୁ କୁ ପଡ଼ିବା ପାଇଁ ଦିଅନ୍ତି ନାହିଁ।

ନିଜ ପିଲା ର ସମସ୍ତ ଦୁଃଖ କୁ ଢାଲ ପରି ସୁରକ୍ଷା ଦେଇଥାନ୍ତି ଓ ନିଜ ଉପରକୁ ନେଇ ଯାଇ ଥାଆନ୍ତି ଉଭୟ ବାପା ଓ ମାଅା। କିନ୍ତୁ ବୟସର ଅପରାହ୍ନରେ ସେହି ବାପା ମାଆ ମାନେ ଯେତେବେଳେ ପୁଅ ଝିଅର ସାହାରା ଲୋଡି ଥାଆନ୍ତି ସେତେବେଳେ ଅଧିକାଂଶ ପୁଅ ମାନେ ବାପାମାଆଙ୍କ ପ୍ରତି ଅବହେଳା କରିଥାନ୍ତି ଏବଂ ତାଙ୍କୁ ଅଣଦେଖା ମଧ୍ୟ କରିଥାନ୍ତି। ଯାହା ଅତ୍ୟନ୍ତ ବିଡମ୍ବନା ର ବିଷୟ। ତେଣୁ ସେହି ଉଦ୍ଧତ ପିଲାମାନଙ୍କୁ ବାଟକୁ ଆଣିବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି।

ଯଦି ପୁଅ, ବାପା ମାଆଙ୍କୁ ଚାକର ଭଳି ବ୍ୟବହାର କରେ କିମ୍ବା ଆଡ ଆଖିରେ ଦେଖେ ତେବେ ସେ ବାପା ମାନଙ୍କ ସମସ୍ତ ସମ୍ପତ୍ତିରୁ ବେଦଖଲ ହେବ। ସେହିପରି ପ୍ରଥମ ସ୍ତ୍ରୀ ବଞ୍ଚି ଥାଉ ଥାଉ ଦ୍ଵିତୀୟ ବିବାହ କଲେ ଏହା ଅପରାଧ ରେ ଯିବ। ଯଦି ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ହୋଇଥାଏ ତେବେ ଦ୍ବିତୀୟ ବିବାହ କଲେ ତାଙ୍କର ସନ୍ତାନ ବାପାମାଆ ଙ୍କ ସମ୍ପତ୍ତି ର ସମାନ ଭାଗ ପାଇବ।

ଆଉ ବାପା ମାଆ ବଞ୍ଚିଥିବା ବେଳେ ଯଦି ସେମାନେ ତାଙ୍କର ସମ୍ପତ୍ତି ଆଉ କାହା ନାମରେ କରିଦିଅନ୍ତି, ତେବେ ତାହାକୁ ମଧ୍ୟ ନେବାରେ କୌଣସି ହକ ନାହିଁ ପୁଅ ମାନଙ୍କର। ମୃତ୍ୟୁ ପରେ ମଧ୍ୟ ସେ ସମ୍ପତ୍ତିରେ ପୁଅ ମାନଙ୍କର କୌଣସି ଅଧିକାର ରହିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।