ସୁପରଷ୍ଟାର ହ୍ୟୁମାନ ସାଗର ଗାଇଲେ ଏମିତି ଗୀତ ” MO MAA ” … ମା’ କୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଏକ ଫିଲ୍ମ ସୁନ୍ଦର ଗୀତ ଓ ନାଚ ବିନା କେବେ ବି ପୁରା ହୋଇ ପାରିବ ନାହିଁ ଫିଲ୍ମ ପାଇଁ ଯେମିତି ଅଭିନେତା ଓ ଅଭିନେତ୍ରୀ ମାନେ ଗୁରୁତ୍ୱ ସେମିତି କଣ୍ଠଶିଳ୍ପୀ ମାନେ ମଧ୍ୟ ଗୁରୁତ୍ୱ ହୋଇ ଥାଆନ୍ତି | ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଗାୟିକା ଅଛନ୍ତି ଯେଉଁ ମାନେ ତାଙ୍କର ମଧୁର ସ୍ୱର ରେ ଦର୍ଶକ ମାନଙ୍କର ମନକୁ ଜିଣି ଥାଆନ୍ତି | ତେବେ ଯଦି ଆମେ ଦେଖିବା ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ସବୁଠୁ ନମ୍ବର ୱାନ ଗାୟକ ଭାବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପରିଚିତ ଯାହାଙ୍କର ଗୀତ ଶୁଣି ଯିଏ କେହି ନା ପସନ୍ଦ କରି ଥାଆନ୍ତି | ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ତାଙ୍କ ଗୀତ ଗୁଣୁ ଗୁଣାଉ ଥାଆନ୍ତି ଏବଂ ଆଜିର ଯୁବପିଢ଼ି ତାଙ୍କ ଗୀତରେ ମତୁଆଲା ହୋଇ ଥାଆନ୍ତି |

ବର୍ତ୍ତମାନ ସମୟ ରେ ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଆଉ ଏକ ନୂଆ ଗୀତ ନେଇ ଆସିଛନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ରେ ଭାବ ବିହ୍ଵଳ ମଧ୍ୟ ହୋଇ ଯିବେ କାରଣ ଏହି ଗୀତ ଟି ମାଆ ଉପରେ ଆଧାରିତ ହୋଇଛି |

ତେବେ ଆମ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମା ହୀରାବେନ ଙ୍କୁ ନେଇ ଏହି ଗୀତ ଟି ଆଧାରିତ | ଯାହାର କଣ୍ଠ ଆମ ଓଡ଼ିଶା ର ସୁନାମ ଧନ୍ୟ ଗାୟକ ହ୍ୟୁମାନ ସାଗର ଗାଇଛନ୍ତି ଆଉ ଏହି ଗୀତ ଟି ହେଉଛି “ମୋ ମା…. ” | ଆପଣ ଭଲ ଭାବରେ ଜାଣି ଥିବେ କିଛି ଦିନ ତଳେ ଆମ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମା ଙ୍କର ମୃତ୍ୟୁ ହୋଇ ଯାଇ ଥିଲା ଯାହାକି ସେ 100 ବର୍ଷ ବୟସ ପୂରଣ ହେବା ପରେ ଶେଷ ନିଶ୍ୱାସ ତ୍ୟାଗ କରି ଥିଲେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଙ୍କ ବିୟୋଗ ରେ ମର୍ମାହତ ହୋଇ ପଡ଼ି ଥିଲେ ଆଉ ନିଜ ମାଙ୍କୁ ସେ କାନ୍ଧରେ ମଶାଣି ନେଇ ଥିଲେ ଏବଂ ସେହି ସମୟରେ ସେ ବହୁତ କାନ୍ଦି ଥିଲେ ମଧ୍ୟ | ନରେନ୍ଦ୍ର ମୋଦି ତାଙ୍କ ମା ଙ୍କ ଜୀଵନ ର ସଂଘର୍ଷ ର କାହାଣୀ ଅନେକ ଥର କହିଛନ୍ତି ଯାହାକି ତାଙ୍କ ମା ଭୋକ ଉପାସ ରେ ରହି ତାଙ୍କୁ ପାଠ ପଢାଇ ଥିଲେ ଏହାକୁ ଯିଏ ବି ଶୁଣିବ ତା ଆଖିରେ ଲୁହ ଚାଲି ଆସିବ |

ତେବେ ନରେନ୍ଦ୍ର ମୋଦି ଓ ତାଙ୍କ ମା ଙ୍କୁ ନେଇ ଏହି ଗୀତ ଟି ପରିବେଷଣ କରାଯାଇଛି ଯାହାକୁ ଯିଏ ବି ଶୁଣିବ ସେ ନିହାତି ଭାବରେ ଭାବ ବିହ୍ଵଳ ହୋଇଯିବ | ତେବେ ଏହି ଗୀତ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ନାଁ କମାଇଚି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।