ସୁପ୍ରିମକୋର୍ଟଙ୍କ ଏୈତିହାସିକ ରାୟ, !ମଦ ପିଇ ମୃତ୍ୟୁବରଣ କଲେ ବୁଡିଯିବ ଆପଣଙ୍କ ସବୁ ଟଙ୍କା ! ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ….

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ବିଶେଷ କରି ଯେଉଁ ଲୋକମାନେ ମଦ୍ୟପାନ କରୁଥିବେ ସେହି ମାନେ ଏହି କଥା ନିଶ୍ଚିତ ରୂପରେ ଜାଣିରଖିବା ଆବଶ୍ୟକ । ମଦ୍ୟପାନ କରୁଥିବା ସହିତ ଯେଉଁ ଲୋକମାନେ ବୀମା କରିଥିବେ ଏବଂ କୌଣସି ସେହି ମାନଙ୍କ ପ୍ରତି ଏହି କଥା ଜାଣିରଖିବା ନିତାନ୍ତ ଜରୁରୀ ।

କାରଣ ଆପଣ ମାନେ ତ ଜାଣନ୍ତି କି ଆପଣ ମାନେ ଯଦି କୌଣସି ବୀମା କରିଥାନ୍ତି ତେବେ ଆପଣଙ୍କର ଯଦି କୌଣସି ଘଟଣା ଯୋଗୁଁ ମୃତ୍ୟୁ ହୋଇଥାଏ ତେବେ ଆପଣଙ୍କୁ ସେହି ବୀମା ରାଶି ପ୍ରଦାନ କରାଯାଇଥାଏ ମାତ୍ର ସେହି ମୃତ୍ୟୁର କାରଣ ଯେପରି ବୀମା ରାଶି ଅନୁସାରେ ହୋଇଥିବା ଦରକାର , ଯାହା ପରେ କି ଆପଣଙ୍କୁ ସେହି ରାଶି ଅନୁସାରେ ଟଙ୍କା ମିଳିଥାଏ ମାତ୍ର ଏବେ ସେ କଥାକୁ ନେଇ କରି ସୁପ୍ରିମ କୋର୍ଟ ଏବେ ବଡ ରାୟ ପ୍ରଦାନ କରିଛନ୍ତି ।

ସୁପ୍ରିମ କୋର୍ଟଙ୍କର ରାୟ ଅନୁସାରେ ଏବେ ଯଦି କୌଣସି ବ୍ୟକ୍ତିଙ୍କର ମଦ୍ୟପାନ ଯୋଗୁଁ ମୃତ୍ୟୁ ହୁଏ ତେବେ ତାହାକୁ କୌଣସି ପ୍ରକାର ବୀମା ରାଶି ମିଳିନାହିଁ । ଏପରି ଏକ ରାୟ ଦେବାର କାରଣ ଏହା କି ହିମାଚଳ ପ୍ରଦେଶର ସିମଲା ଜିଲ୍ଲାରେ 1997 ମସିହାରେ ଅକ୍ଟୋବର 7 ଓ 8 ତାରିଖରେ ରାଜ୍ୟ ବନ ବିଭାଗରେ କାର୍ଯ୍ୟରତ ଥିବା ଚୌକିଦାରଙ୍କ ମୃତ୍ୟୁ ଉପରେ ହିଁ ଦେଇଛନ୍ତି। ,

କାରଣ ସେହି ଚୌକିଦାରଙ୍କର ମୃତ୍ୟୁର କାରଣ ଅତ୍ୟଧିକ ମଦ୍ୟାପନ ହେତୁ ସେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ । ଅଦାଲତ କହିଛନ୍ତି ଯେ, ଏଭଳି ମୃତ୍ୟୁ ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ବର୍ଗରେ ନାହିଁ ଏବଂ ସଂପୃକ୍ତ ବୀମା ପଲିସି ଅନୁଯାୟୀ ଏଭଳି ମାମଲାରେ କ୍ଷତିପୂରଣ ଦେବାର ଦାୟିତ୍ୱ ବୀମା କମ୍ପାନୀ ପାଖରେ ନାହିଁ ।

ତେବେ ଏହାର ଶୁଣାଣି କରି ସତ୍ୟ ଏବଂ ଏହାର ସଠିକତାକୁ ଆଖି ଆଗରେ ରଖି ଜଷ୍ଟିସ ଏମ.ଏମ ଶାନ୍ତନାଗୌଦାର ଏବଂ ଜଷ୍ଟିସ ଭିନିତ୍ ସରନଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ରାୟକୁ ସଂରକ୍ଷିତ ରଖି କହିଛନ୍ତି ଯେ, ମଦମୃତ୍ୟୁ ଏକ ଦୁର୍ଘଟଣା ନୁହେଁ । ତେଣୁ ଏହା ଦ୍ୱାରା ହୋଇଥିବା ମୃତ୍ୟୁ ପାଇଁ ବୀମା କମ୍ପାନୀ କୌଣସି ପ୍ରକାର ବୀମା ପିଲିସ ଦେଇ ପାରିବ ନାହିଁ ।

ତେଣୁ ଆପଣ ମାନେ ଏବେ ଟିକେ ସାବଧାନ ହୋଇଯାଆନ୍ତୁ କାରଣ ଯଦି ଆପଣ ମାନେ କୌଣସି ବୀମା କରିଛନ୍ତି ଏବଂ ଆପଣଙ୍କର ମୃତ୍ୟୁ ମଦ୍ୟପାନ ଯୋଗୁଁ ହୋଇଥାଏ ତେବେ ଆପଣଙ୍କୁ ସେହି ବୀମା ପଲିସି ମିଳିବ ନିାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।