ସ୍ୱାମୀ ଘରେ ନଥିବା ବେଳେ ଯାଆଁଳା ଶିଶୁ ଜନ୍ମ କରି ବିକି ଦେଲା ମାଆ | ପୁରା ଘଟଣା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଘଟଣା ନିହାତି ଭାବରେ ଭାଇରାଲ ହୋଇ ଥାଏ ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ କରି ଦେଇଥାଏ | ତେବେ ପୁଣି ସେଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସି ପହଞ୍ଚିଛି | ତେବେ ଦାରିଦ୍ରତା ର ଏକ ବିକଳ ଚିତ୍ର ମୟୁରଭଞ୍ଜ ଜିଲ୍ଲା ମୁରୁଡ଼ା ବ୍ଲକ ଭାଲିହାଡ଼ିଆ ପଞ୍ଚାୟତ ରେ ଦେଖିବା ପାଇଁ ମିଳିଛି |

ଯାହାକି ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ମାନ୍ଦସରେନ ଗତ 8 ତାରିଖ ରେ ବାରିପଦା ସ୍ଥିତ ପିଆର ମେଡିକାଲ କଲେଜ ହସ୍ପିଟାଲ ରେ ଯାଆଁଳା ସନ୍ତାନ ଗୋଟିଏ ପୁଅ ଏବଂ ଝିଅକୁ ଜନ୍ମ ଦେଇଛନ୍ତି | ତେବେ 9 ତାରିଖ ଦିନ ଡିସ୍ଚାର୍ଜ ହୋଇ ଘରକୁ ଫେରିବା ବେଳେ ତାଙ୍କ କୋଳରେ ପିଲା ନଥିଲା ଆଉ ତାଙ୍କ ଛୁଆକୁ ସେ ଅନ୍ୟ କାହାକୁ ବିକ୍ରି କରି ଦେଇ ଥିବା କଥା କହି ଥିଲେ |

ତେବେ ଏହି ବାବଦ ରେ ସେ କହିଛନ୍ତି କି ତାଙ୍କ ସ୍ୱାମୀ ପୂର୍ବରୁ କୁଆଡେ ନିଖୋଜ ହୋଇ ଯାଇଛନ୍ତି ଯାହାକୁ ନେଇ ବାରିପଦା ଟାଉନ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇ ଥିବା ବେଳେ ଅଙ୍ଗନବାଡି ଦିଦି ଲକ୍ଷ୍ମୀ ମୁର୍ମୁ କହିଛନ୍ତି କି ତାଙ୍କ ମା ଦୁଇ ଜଣ ଦଲାଲ ଙ୍କୁ ତାଙ୍କ ଛୁଆକୁ ବିକ୍ରି କରି ଦେଇଛନ୍ତି | ଆଉ ଏଥିପାଇଁ ତାଙ୍କୁ ହଜାର ଟଙ୍କା ମିଳିଛି ଆଉ ସେ ଦୁଇ ଛୁଆ ଙ୍କ ଭରଣ ପୋଷଣ ପାଇଁ ଅସମର୍ଥ ବୋଲି ସେ କହିଛନ୍ତି | ତେଣୁ ଏହି ଘଟଣା କୁ ନେଇ ଗ୍ରାମରେ ଗତ ରାତିରେ ଏକ ମିଟିଙ୍ଗ କରାଯାଇ ସେ ବିକ୍ରି କରି ଦେଇ ଥିବା ଦୁଇ ଛୁଆ ଙ୍କୁ ଫେରାଇ ଆଣିବାକୁ କୁହାଯାଇ ଥିଲା |

ଅନ୍ୟ ପଟେ ତାଙ୍କ ଶାଶୁ ଓ ଘର ଲୋକ ମାନେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଠାକୁରା ସରେନ ଦୀର୍ଘ 1 ବର୍ଷ ରୁ ଉର୍ଦ୍ଧ ହେବ ଅର୍ଥାତ 2021 ମସିହା ଅକ୍ଟୋବର 4ତାରିଖ ରୁ ନିଖୋଜ ଥିବା ବେଳେ ତାଙ୍କ ସ୍ତ୍ରୀ ମାନ୍ଦ ଛୁଆ କୁ କିପରି ଜନ୍ମ ଦେଲେ |

ତେବେ ଦୁଇ ଛୁଆ ଙ୍କର ପ୍ରକୃତ ବାପା କିଏ ତାହାକୁ ନେଇ ଏବେ ସାଧାରଣ ପ୍ରଶ୍ନ ଉଠିଛି, ତେବେ ଲୋକ ଲଜ୍ୟା କି ଦାରିଦ୍ରତା ହେଉ କଣ ପାଇଁ ଦୁଇ ନବଜାତ ଶିଶୁ ଙ୍କୁ ଜନ୍ମ କଲା ମା ଅନ୍ୟ କୁ ବିକ୍ରି କରି ଦେଲା ତାହା ସମସ୍ତ ଙ୍କୁ ଖୁବ ଚକିତ କରି ଦେଇଛି | ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ଏହାକୁ ଦେଖି ଅନେକ ଲୋକ ନିଜ ନିଜର ମତ ମଧ୍ୟ ଦେଇଛନ୍ତି |