.ଛିଃ…ଛିଃ… ମୁଁ ଦେହ ବିକି ଟଙ୍କା ଆଣେ ମୋ ସ୍ୱାମୀ କୁ ଦିଅ,ଆମର ଟଙ୍କା ଦରକାର । ତୁ ଦେହ ବିକିଲେ ଆମେ ଗଢ଼ିବା ବିଶାଳ ସାମ୍ରାଜ୍ୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଏଠି ଯେଉଁ ପକେଟ୍ ରୁ ଗରିବଙ୍କ ସାହାଯ୍ୟ ପାଇଁ ଟଙ୍କାଟେ ବି ବାହାରେ ନାହିଁ। ଆଉ ସେଠି ଦେହ ପାଇଁ କୋଟି କୋଟି ଟଙ୍କା ପକେଟ୍ ରୁ ବାହାରେ। ଏଠି ଗରିବ ପେଟରେ ମୁଠାଏ ଦାନା ଦେବା ପାଇଁ ପକେଟ୍ ରୁ ଟଙ୍କାଟିଏ ବାହାରେନି। ମାତ୍ର ସୁନ୍ଦରୀ ଙ୍କ ଦେହ ସୁଖ ପାଇବା ପାଇଁ କୋଟି କୋଟି ଟଙ୍କା ଉଡ଼ିଯାଏ। ଏଠି ଗରିବ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇବା ପାଇଁ ଟଙ୍କାଟିଏ ବାହାରେ ନାହିଁ।

କିନ୍ତୁ ଅନ୍ଧାର ରାତ୍ରି କୁ ରଙ୍ଗୀନ କରିବା ପାଇଁ ଏଠି ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯାଏ। ଆଜ୍ଞା ହଁ ଏ ଟଙ୍କା ସମସ୍ତଙ୍କ ଦରକାର। ସେଥିପାଇଁ ତ ଆଜି ଜଣେ ସ୍ୱାମୀ କୁଆଡ଼େ କହିଛି ଦେହ ବିକିବା ପାଇଁ। ଆମର ଟଙ୍କା ଦରକାର। ତୁ ଦେହ ବିକିଲେ ଆମେ ଗଢ଼ିବା ବିଶାଳ ସାମ୍ରାଜ୍ୟ।

ଆଉ ରାଜଧାନୀ ରେ ରହିଛି ପ୍ରବଳ ଟଙ୍କା। ଖାଲି ଧରି ପାରିଲେ ହେଲା। ନେତା, ବଡ଼ ବଡ଼ ବିଲଡର ବ୍ୟାପାରୀ ପାଖରେ ରହିଛି ଅଚଳାଞ୍ଚଳ ସମ୍ପତ୍ତି। ଏମାନଙ୍କ ପାଖରୁ କୋଟି କୋଟି ଟଙ୍କା ହାତେଇବା ଦରକାର। ଆଉ ସେଥିପାଇଁ ତୁମକୁ କେବଳ ତୁମ ଦେହ ତ୍ୟାଗ କରିବାକୁ ହେବ। ଟିକିଏ ଖାଲି କମ୍ପ୍ରମାଇଜ୍ କରିବା ଦରକାର। ସେଥିପାଇଁ ତ ସ୍ତ୍ରୀ ଅର୍ଚ୍ଚନା ନାଗ ବିକୁଥିଲେ ଦେହ ଆଉ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍, ବୁଦ୍ଧି ଖଟାଉଥିଲେ।

ଆଉ ସେହି ଦେହ ବିକା ଟଙ୍କା ରେ ଗଢ଼ି ଉଠିଥିଲା ବିଶାଳ ସାମ୍ରାଜ୍ୟ। ଦେହ ପାଇଁ ଯେତିକି ଟଙ୍କା ଆଉ କେଉଁଠି ବି ନାହିଁ। ସେଥିପାଇଁ ବୋଧେ କଳାହାଣ୍ଡି ଜିଲ୍ଲା ରୁ ରାଜଧାନୀ ଲୋକଙ୍କ ମନ କଥା ବୁଝି ସାରିଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ। ରାଜ୍ୟ ରାଜଧାନୀରେ ଲୋକଙ୍କ ଠାରୁ ଦେହର ସୁଖ ପାଇଁ ମିଳେ କୋଟି କୋଟି ଟଙ୍କା। ଆଉ ଅର୍ଚ୍ଚନା ମେଣ୍ଟାଉଥିଲେ ବଡ଼ ବଡ଼ିଆଙ୍କ ଦେହର ଭୋକ।

ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ତାପରେ ନମ୍ବର ଆଣି ରୋମାଣ୍ଟିକ କଥା ହୋଇଥାନ୍ତି। ଆଉ ଏହାପରେ ସେମାନଙ୍କ ସହ ଗଢ଼ି ଉଠିଥିଲା ମଧୁର ସମ୍ପର୍କ। ଆଉ ସକାଳ ହେଲେ ଦେଉଥିଲେ ଧମକ କାରଣ ଅର୍ଚ୍ଚନା ଶାରୀରିକ ସମ୍ପର୍କ ବେଳର ସବୁ ରଙ୍ଗୀନ ଚିତ୍ର କୁ ସିକ୍ରେଟ୍ କ୍ୟାମେରା ରେ କୋଏଦ କରି ରଖିଥିଲେ। ଆଉ ଏହାପରେ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ଆଉ ତାଙ୍କ ସ୍ୱାମୀ।

ଅର୍ଚ୍ଚନାଙ୍କ ଏହି ହନିଟ୍ରାପ୍ ରେ ଶିକାର ହୋଇଛନ୍ତି ବଡ଼ ବଡ଼ିଆ ନେତା, ବିଲଡର ବ୍ୟାପାରୀ ମାନେ। ତେବେ ଏଥିରେ ସାଥ୍ ଦେଉଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ। କାହାକୁ ହନିଟ୍ରାପ୍ ରେ ଫସାଯିବ ତାହାର ସବୁ ଲିଷ୍ଟ କରି ରଖୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ। ଗୋଟିଏ ପରେ ଗୋଟିଏ ଶିକାର କରି ଚାଲୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ। ଆଉ ଏହି ସ୍ୱାମୀ ସ୍ତ୍ରୀ ଙ୍କ ଟାର୍ଗେଟରେ ଫସିଛନ୍ତି ୩୦ ରୁ ଅଧିକ ବଡ଼ବଡ଼ିଆ। ଯାହାର ସବୁ ଫଟୋ ସେହି ଜବତ କରିଥିବା ପେନଡ୍ରାଇଭ୍ ରେ ଅଛି।