“ମୁଁ ସୁଭଦ୍ରାକୁ ନିଜ ଝିଅ ଭାବରେ ରଖିବି..ପୋଷ୍ୟ କନ୍ୟା ନୁହେଁ, ବୁଢ଼ୀ ହେବା ଯାଏଁ ତା କଥା ବୁଝିବି”

ଆପଣ ମାନେ ସମସ୍ତେ ସୁଭଦ୍ରା ପଣ୍ଡାଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ବାଲେଶ୍ଵର ଜିଲ୍ଲା ରେମୁଣାର ଝିଅ ସୁଭଦ୍ରା ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗରେ ଯେଉଁ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏହି ଘଟଣା ନେଇ ଗଣମାଧ୍ୟମ ଦ୍ଵାରା ଖବର ପ୍ରସାରଣ ପରେ ସୁଭଦ୍ରାଙ୍କୁ ସହାୟତାର ହାତ ତ ବଢିଛି ସେପଟେ ଶୁଭଦ୍ରାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗରେ ସତ୍ୟତା ଥିବାର ମଧ୍ୟ ସ୍ପର୍ଷ୍ଟ ହେବାର ଲାଗିଛି ।

ସୁଭଦ୍ରା ପଣ୍ଡା ହେଉଛନ୍ତି ଜଣେ ବ୍ରାହ୍ମଣ ଘରର ଝିଅ । ସୁଭଦ୍ରା ବ୍ରାହ୍ମଣ ବସ୍ତିରେ ରହୁଛନ୍ତି । ପରିବାର କହିଲେ ସେ ଆଉ ତାଙ୍କ ମାଆ । ମାଆଙ୍କ ମାନସିକ ସ୍ଥିତି ଭଲ ନାହିଁ । ବାପା 8 ବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି । ଏମିତି ପରିସ୍ଥିତିରେ ଦୟନୟ ସ୍ଥିତିରେ ଦିନ କାଟୁ ଥିଲେ କିନ୍ତୁ ଏବେ କଥା ଉଠୁଛି କି ସୁଭଦ୍ରା କୁଆଡେ ପାଳିତ କନ୍ୟା ।
ତେବେ ଏହି ସୁଭଦ୍ରାଙ୍କ ଛଡା ଅନ୍ୟ ଜଣେ ସୁଭଦ୍ରା ବି ଅଛନ୍ତି ଯିଏ ନିଜ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏ ସୁଭଦ୍ରାଙ୍କର ବି ଏ ଦୁନିଆରେ କେହି ବି ନାହାନ୍ତି । ଗଣମାଧ୍ୟମରେ ଏହି ସୁଭଦ୍ରାଙ୍କ ଖବର ପ୍ରସାରଣ ହେବା ପରେ ତାଙ୍କୁ ଜଣେ ମହିଳା ସୁଭଦ୍ରାଙ୍କୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଛନ୍ତି ।

 ଉକ୍ତ ମହିଳାଙ୍କ ନାମ ହେଉଛି ସୁରେଶ୍ଵରୀ, ତେବେ ସୁରେଶ୍ଵରୀ କହିଛନ୍ତି-‘ମୁଁ ଯେତେବେଳେ ସୁଭଦ୍ରାର ଖବର ଦେଖିଲି ସେତେବେଳେ ମୁଁ ଭାବି ଥିଲି ତାକୁ ମୁଁ ଝିଅ କରିବି ।

ସେ ବୁଢୀ ହେବା ଯାଏଁ ମୁଁ ତାର ଦାୟିତ୍ଵ ବୁଝିବି ମୁଁ ତାକୁ ଝିଅ କରିଲି ପୋଷ୍ୟ କନ୍ୟା ନୁହେଁ । ତାର ପାଠ ପଢା ଆଉ ବାହାଘର ଯାହା ବି ଖର୍ଚ୍ଚ ହେବ ସବୁ ବୁଝିବି ଆଜୀବନ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ’ । ତା ହେଲେ ଏଭଳି ସମୟରେ ସୁଭଦ୍ରାଙ୍କୁ ସହାୟତାର ହାତ ବଢାଇ ଛନ୍ତି ସୁରେଶ୍ଵରୀ । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।