ସ୍ତ୍ରୀ ସିନ୍ଦୁର ଲଗାଇବା ସମୟରେ କେବଳ ଗୋଟିଏ ମନ୍ତ୍ର ବଦଳାଇ ଦେବ ସ୍ୱାମୀର ଭାଗ୍ୟ , ନିଶ୍ଚିତ ଜାଣି ନିଅନ୍ତୁ
ଆମ ଓଡିଶା ର ସଂସ୍କୃତି ଅନୁସାରେ ଗୋଟିଏ ଘରର ବୋହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଅଶାନ୍ତି ବୋହୁ ଉପରେ ନିର୍ଭର କରିଥାଏ । ବୋହୂ ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବୋହୂ ହିଁ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷ୍ମୀ ବୋଲି ସମ୍ବୋଧନ କରାଯାଇଥାଏ ।
ଯଦି ଜଣେ ନାରୀ ଆମ ସସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନିଥାଏ ତେବେ ସେହି ଘର ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ ହୋଇଯାଇଥାଏ । ବିବାହ ପରେ ଗୋଟିଏ ଝିଅ ପାଇଁ ତାର ମଥା ର ସିନ୍ଦୂର ତା ପାଇଁ ସବୁକିଛି ହୋଇଥାଏ । ତେବେ ବହୁତ୍ ସମୟରେ ନାରୀ ମାନେ ଭୁଲ ଧରଣରେ ମଥା ରେ ଲଗେଇ ନିଜର ସ୍ଵାମୀ ର ଜୀବନକୁ ବିପଦରେ ପକେଇଥାନ୍ତି ।
ଆମର ଶାସ୍ତ୍ର ଅନୁସାରେ , ଜଣେ ବିବାହିତ ନାରୀ ର ସଙ୍କେତ ହୋଇଥାଏ ସିନ୍ଦୂର । ଯେତେବେଳେ ଜଣେ ନାରୀ ନିଜ ମୁଣ୍ଡରେ ସିନ୍ଦୂର ଲଗେଇଥାଏ ସେତେବେଳେ ସେ ତାର ସ୍ଵାମୀ ର ଶୁଭ କାମନା କରିଥାଏ । ସିନ୍ଦୂର ଏକ ପ୍ରକାରର ବିଷ ହୋଇଥାଏ । କିନ୍ତୁ ଜଣେ ନାରୀ ଏହି ବିଷ କୁ ନିଜ ମୁଣ୍ଡରେ ଲଗେଇଥାଏ ଆଉ ନିଜର ଆୟୁଷ କମେଇଥାଏ ତା ସହ ନିଜ ସ୍ବାମୀ ର ଆୟୁଷ କୁ ବୃଦ୍ଧି କରାଇଥାଏ । ଯାହା ଫଳରେ ସେ ସ୍ବାମୀ ଙ୍କ ଆଗରୁ ସଧବା ବେଶ ରେ ସ୍ଵର୍ଗବାସ କରିଥାଏ ।
କିନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ୱାରା ଆପଣ ନିଜର ସ୍ବାମୀ ର ଆୟୁଷ ବୃଦ୍ଧି କରିବା ସହ ଘରେ ଧନ ସମ୍ପତ୍ତି ର ଅଭାବ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ
୧. ଗୋଟିଏ ପାନ ପତ୍ରରେ ଅଳ୍ପ ଟିକେ ସିନ୍ଦୂର ଓ ଫତିକ ଲଗାଇ ତାହାକୁ ବୁଧବାର ଦିନ ସକାଳେ ବା ସନ୍ଧ୍ୟା ସମୟରେ ଏକ ଅସ୍ତ ଗଛ ତଳେ ରଖି ଦେଇ ପଳେଇ ଆସନ୍ତୁ । ଧ୍ୟାନ ରଖିବେ ଯେପରି ଆସିବା ସମୟରେ ଆପଣ ପଛ କୁ ଦେଖିବେ ନାହିଁ । ଏହିପରି ୩ ଟି ବୁଧବାର କରିବା ଦ୍ଵାରା ଘରେ ଧନ ସମ୍ପତ୍ତି ଆସିଥାଏ
୨. ଦ୍ଵିତୀୟ ରେ ଘରର ମୁଖ୍ୟ ଦ୍ଵାର ରେ ସିନ୍ଦୂର ସହ ତେଲ ମିଶାଇ ଘର ଆଗରେ ଏକ ସ୍ୱସ୍ତିକ ଚିହ୍ନ ବନେଇ ଦିଅନ୍ତୁ । ଏପରି କରିବା ଦ୍ବାରା ଘର ଉପରେ କୌଣସି ନକରାତ୍ମକ ପ୍ରଭାବ ପଡି ନ ଥାଏ ଏବଂ ସ୍ବାମୀ ଙ୍କୁ ସଫଳତା ମିଳିବା ସହ ଘରେ କୌଣସି ଅଭାବ ଦେଖାଯାଏ ନାହିଁ ।
୩. ଯଦି ଆପଣଙ୍କ ଘରେ ଧନ ର ସମସ୍ୟା ରହିଛି ତେବେ ଗୋଟିଏ ନଡିଆ ରେ ସିନ୍ଦୂର ଲଗାଇ ତାହାକୁ ଏକ ଲାଲି କପଡା ରେ ବାନ୍ଧି ଏକ ସୁରକ୍ଷିତ ସ୍ଥାନରେ ରଖି ମା ଲକ୍ଷ୍ମୀ ଙ୍କ ର ଆରାଧନା କରନ୍ତୁ । ଘରେ ଧନ ସମସ୍ୟା ଦୂର ହୋଇଯିବ ।
୪. ମହିଳା ମାନେ ସିନ୍ଦୂର ଲଗେଇବା ସମୟରେ ଯଦି ସ୍ବାମୀ ଙ୍କୁ ଧ୍ୟାନ ରେ ରଖି ଏହି ମନ୍ତ୍ର କୁ ଜୋପ କରନ୍ତି ତେବେ ସ୍ବାମୀ ଙ୍କ ର ଆୟୁଷ ବୃଦ୍ଧି ହେବା ସହିତ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ।
ମନ୍ତ୍ର ଟି ହେଉଛି
“ॐ ଶ୍ରୀ ତ୍ରିଭୁଜନ ମହାଲକ୍ଷ୍ମୀ ଆକ୍ସମନ ଦାରିଦ୍ର୍ୟ ନାସି ପ୍ରଚୁର ଧନ ଦେହିଂ” । ଏହାକୁ ପ୍ରତିଦିନ ଜୋପ କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ସ୍ବାମୀ ଦୀର୍ଘାୟୁ ହୋଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।