Jyotisha Shastra- ସ୍ତ୍ରୀ ସହ ସବୁବେଳେ ଝଗଡା କରନ୍ତି ଏହି ୪ଟି ନାମର ପୁରୁଷ, ଏଥିରେ ଆପଣ ଙ୍କ ନାମ ଅଛି କି ଜାଣନ୍ତୁ….

ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଯେତିକି ମଧୁରତା ଏବଂ ଭଲପାଇବା ରହିଥାଏ ସେମାନଙ୍କ ମଧ୍ୟରେ ସେହି ଅନୁସାରେ ମନ ମାଳିନ୍ୟ, ତିକ୍ତତା ସୃଷ୍ଟି ହେବା ଏବଂ ଅଭିମାନ କରିବା ଭଳି କଥା ମଧ୍ୟ ହୋଇଥାଏ। ଏମିତି କୌଣସି ସମ୍ପର୍କ ନାହିଁ ଯେଉଁ ବୈବାହିକ ସମ୍ପର୍କରେ କେବେ ତିକ୍ତତା ଆସିନାହିଁ କିମ୍ବା ସ୍ବାମୀ ସ୍ତ୍ରୀ ମଧ୍ୟରେ କେବେ ଝଗଡ଼ା ହୋଇ ନାହିଁ।

ତେବେ ଯେତେବେଳେ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଆନ୍ତି ସେତେବେଳେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆଖ୍ୟା ଦିଆ ଯାଇଥାଏ।ସେତେବେଳେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି ଏବଂ ସେତେବେଳେ ସେମାନଙ୍କ ସଂପର୍କ କୁ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ।

ସବୁ ଝିଅ ନିଜ ବିବାହ କୁ ନେଇ ଏବଂ ତାଙ୍କ ସ୍ବାମୀଙ୍କ ଭଲପାଇବା ଓ ଆଦର କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି। ତାଙ୍କ ସ୍ବାମୀ ଦେଖିବା କୁ ସୁନ୍ଦର ହୋଇ ଥିବ ଓ ତାଙ୍କୁ ବହୁତ୍ ଭଲ ପାଉଥିବ। କୌଣସି କଷ୍ଟ ଅନୁଭବ କରିବା ପାଇଁ ଦେଉ ନଥିବ କି କୌଣସି ପରିସ୍ଥିତି ରେ ଯେପରି ତା’ ହାତ ଛାଡ଼ି ଦେବନି।

କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। କାରଣ କିଛି ସ୍ବାମୀ ଏମିତି ଥାଆନ୍ତି ସବୁବେଳେ ସ୍ତ୍ରୀ ସହିତ ପ୍ରତି କଥାରେ ଝଗଡ଼ା କରିଥାନ୍ତି।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅକ୍ଷର ଏମିତି ରହିଛି,ସେହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତିମାନେ ଏହିଭଳି ସ୍ୱଭାବର ହୋଇଥାନ୍ତି।

୧) P- ଏହି ନାମର ପୁରୁଷ ମାନେ ସବୁବେଳେ ନିଜ ଇଚ୍ଛାରେ କାମ କରିଥାନ୍ତି ଏବଂ ଏମାନେ ସବୁ ବେଳେ ନିଜ ସ୍ତ୍ରୀକୁ ନିର୍ବୁଦ୍ଧିଆ ବୋଲି ଭବିଥାନ୍ତି। ସେମାନେ ଯାହା କରନ୍ତି ବା କୁହନ୍ତି ସେହି କଥାକୁ ଠିକ୍ ବୋଲି ଭାବି ବାରମ୍ବାର ଝଗଡ଼ା କରନ୍ତି ଏବଂ ଅପ୍ରୀତିକର ପରିସ୍ଥିତି ପରିବାରରେ ସୃଷ୍ଟି କରନ୍ତି।

୨) L- ଏହି ପୁରୁଷମାନେ ବହୁତ ଶୀଘ୍ର କ୍ରୋଧ କରନ୍ତି ଏବଂ ଏମାନଙ୍କ କୌଣସି କଥାରେ ଯଦି ସ୍ତ୍ରୀମାନେ ବିରୋଧ କରନ୍ତି ତେବେ ଏମାନେ ସ୍ତ୍ରୀ ସହ ଝଗଡା କରନ୍ତି ଓ ସମ୍ପର୍କକୁ ଖରାପ୍ କରି ଦିଅନ୍ତି।

୩) V- ଏମାନେ ସବୁବେଳେ ନିଜର କଥାକୁ ବେଶି ଗୁରୁତ୍ଵ ଦିଅନ୍ତି।ଯେଉଁ କଥା ଏମାନଙ୍କୁ ଠିକ ଲାଗେ ସେହି କଥାରେ ଏମାନେ ଜିଦ ଧରି ବସନ୍ତି। ଏହି ପୁରୁଷ କାହାର କୌଣସି କଥାକୁ ବୁଝିବାକୁ କି ଶୁଣିବାକୁ ମଧ୍ୟ ଇଚ୍ଛା କରି ନଥାନ୍ତି।

୪) C- ଏହି ପୁରୁଷଙ୍କ ପାଖରେ ଧର୍ଯ୍ୟ ଶକ୍ତି ଆଦୌ ନଥାଏ।ଏମାନେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ନିଜ ସ୍ତ୍ରୀ ସହ କୌଣସି ପରାମର୍ଶ କରନ୍ତି ନାହିଁ। ନିଜ କଥାରେ ସବୁବେଳେ ମନମାନି କରନ୍ତି ଏହି ନାମର ପୁରୁଷ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।