ହଠାତ ଯାତ୍ରା ଷ୍ଟେଜ ରେ ଅଭିନେତ୍ରୀ ଏଲିନା ( Elina ) ଙ୍କ ସ୍କୁଲ ଦିଦି, ଆଉ ତା ପରେ କଣ ହେଲା… ଦେଖନ୍ତୁ Video

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ସେଲିବ୍ରେଟି ଙ୍କର ଜୀବନ ସାଧାରଣ ଭାବରେ ଟିକେ ଷ୍ଟାଇଲିସ ଧରଣ ର ହୋଇ ଥାଏ ଯାହାକି ସେମାନେ ସାଧାରଣ ଲୋକ ଙ୍କ ଠାରୁ ତାଙ୍କ ଜୀବନ ଶୈଳୀ ଅଲଗା ହୋଇ ଥାଏ |
ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଆଗ ଧାଡିରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ଷ୍ଟେଜ ପ୍ରଗ୍ରାମ କୁ ମଧ୍ୟ ଯାଇ ଥାଆନ୍ତି | ଆଉ ବଡ଼ ବଡ଼ ସେକିବ୍ରେଟି ଙ୍କୁ ପାଖରେ ଦେଖି ଦର୍ଶକ ମଧ୍ୟ ଖୁବ ଖୁସି ଅନୁଭବ କରି ଆହୁରି ଉତ୍ସାହିତ ହୋଇ ଯାଆନ୍ତି | ତେବେ ଆପଣ ମାନେ ତ ଜାଣି ଥିବେ ବର୍ତ୍ତମାନ ସମୟରେ କାଳୀ ପୂଜା ପାଇଁ ଅନେକ ଜିଲ୍ଲା ରେ କାଳୀ ପୂଜା ମେଳା ବସିଛି ଆଉ ଏହି ମେଳା ରେ ଯାତ୍ରା ମଧ୍ୟ ହୋଇ ଥାଏ | ଆଉ ଏହି ଯାତ୍ରା ଷ୍ଟେଜ ରେ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଅତିଥି ରୂପେ ଆସି ଥାଆନ୍ତି ଆଉ ବର୍ତ୍ତମାନ ସମୟରେ ସେଭଳି ଏକ କଳାକାର ଙ୍କୁ ଯାତ୍ରା ଷ୍ଟେଜରେ ଦେଖିବା ପାଇଁ ମିଳିଛି |

ତେବେ ଯାତ୍ରା ଷ୍ଟେଜ ରେ ବର୍ତ୍ତମାନ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟିକା ଭାବେ ପରିଚିତ ଏଲିନା ସାମନ୍ତରାୟ ଙ୍କୁ ଦେଖିବା ପାଇଁ ମିଳିଛି | ତେବେ କାଳୀପୂଜା ର ମେଢ଼ ରେ ଯାତ୍ରା ଷ୍ଟେଜରେ ସେ ଆଜି ଉପସ୍ଥିତ ଅଛନ୍ତି ଆଉ ଷ୍ଟେଜ କୁ ଏଣ୍ଟ୍ରି କରି କହିଛନ୍ତି କି, ଏଇ ଜାଗା ଏଇ ମାଟି ଏଇ ଜାଗାର ମଞ୍ଚ ଉପରକୁ ଆସିବା ପାଇଁ ମୁଁ ଆଜି ନର୍ଭସ ଥିଲି | କାରଣ ଏଠାରେ ଜାଣି ଥିବେ ଏଇଠି ହିଁ ମୁଁ ରହୁ ଥିଲି ଆଉ କାଳୀ ପଡିଆ ମୁଁ କେତେ ଥର ଯେ ଆସିଛି ମିନା ବଜାର ଏମିତି କେତେ ସାରା ମେଳା ମୁଁ ଏଇଠି ଦେଖିଛି | ଆଉ ଏଠି ଆଜି ମୁଁ ପୁଣି ଆସିଛି ଆଉ ଏଠି ଗଲା ପୂର୍ବରୁ ମୁଁ ନିଶ୍ଚିତ ଚେଷ୍ଟା କରିବି କି ଆପଣଙ୍କ ମୁହଁରେ ସ୍ମାଇଲ ଆଣିବା ପାଇଁ | କାରଣ ମୁଁ ଏଠି ଯେତେ ବେଳେ କିଛି ନଥିଲି ସେଠି ଆପଣଙ୍କ ଆଶୀର୍ବାଦ ରେ ଆସି ପହଞ୍ଚିଛି ବୋଲି କହିଛନ୍ତି |

ତେବେ ଏହା ସହିତ ତାଙ୍କର ଲଭ ଷ୍ଟେସନ ଫିଲ୍ମ ର ଏକ ଡାଇଲଗ ମଧ୍ୟ ଦର୍ଶକ ଙ୍କ ସହ ମିଶି କହି ଥିଲେ ଯାହାକୁ ନେଇ ଦର୍ଶକ ଖୁବ ଖୁସି ଅନୁଭବ କରି ଥିଲେ | ତେବେ ଏଲିନା ଏହା ମଧ୍ୟ କହିଛନ୍ତି ମୋର ଏତେ ଭଲ ଭାଗ୍ୟ ଆଜି ମୁଁ ଯୋଉ ମଞ୍ଚ ରେ ଠିଆ ହୋଇଛି ଯୋଉ ସ୍କୁଲ ରେ ପାଠ ପଢୁ ଥିଲି ସେହି ସ୍କୁଲ ର ଟିଚର ଆଜି ମୋ ସାମ୍ନାରେ ଅଛନ୍ତି ବୋଲି କହିକି ଧନ୍ୟବାଦ ଜଣାଇ ଥିଲେ | ଏହାପରେ ସେ କରିଥିବା କେତୋଟି ଫିଲ୍ମ ଗୀତ ରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ ଦେଖାଇ ଥିଲେ | ତେବେ ଦର୍ଶକ ମଧ୍ୟ ତାଙ୍କ ଡ୍ୟାନ୍ସ ର ତାଳେ ତାଳେ ଝୁମି ଥିଲେ ଏବଂ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।