୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର | Energy Milk

ବର୍ତ୍ତମାନ ଆଣ୍ଠୁ ଯନ୍ତ୍ରଣା ଜନିତ ସମସ୍ୟା ପିଲା ଠାରୁ ବୃଦ୍ଧ ଯାଏଁ ପ୍ରାୟ ସମସ୍ତଙ୍କ ପାଖରେ ଦେଖା ଗଲାଣି |ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆମର ଭୁଲ ପାଇଁହିଁ ହୋଇଥାଏ, ଆମେ ଅଧିକ ଚଲାବୁଲା ନକରିବା, ବ୍ୟୟମ ନକରି ଏବଂ କଲସିୟମ ଜାତୀୟ ଖାଦ୍ୟର ଅଭାବ ଯୋଗୁଁ ଏହି ସମସ୍ୟା ଆମ ଠାରେ ଦେଖାଯାଏ |ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉ କିମ୍ବା ଯେକୌଣସି ଜଏଣ୍ଟ ପେନର ସମସ୍ୟା ହେଉ ଏହାକୁ ସହିବା ବହୁତ କଷ୍ଟ ହୋଇଥାଏ |ଆମେ ଆଜି ଆପଣକୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଏହି ଜଏଣ୍ଟ ପେନ ପରି ସମସ୍ୟାକୁ ସମ୍ପୂର୍ଣ ଭଲ କରିଦେବ |ତେବେ ଆସନ୍ତୁ ଏହି ଘରୋଇ ଉପଚାରର ବ୍ୟବହାର ଓ ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

 


1. କ୍ଷୀର
2. ଡ୍ରାଏ ଖଜୁରୀ
3. ଆଲମଣ୍ଡ
4. ଡାଲଚିନି
5. ହଳଦୀ
ପ୍ରସ୍ତୁତି ପ୍ରଣାଳୀ :-
ଏଥିପାଇଁ ଆବଶ୍ୟକ ହେବ ଲୋ ଫ୍ୟାଟ କ୍ଷୀର , ସେଥିପାଇଁ ଆପଣ ମାନେ ପ୍ରଥମେ କ୍ଷୀରରୁ ସର ବା କ୍ରିମ ବାହର କରି ନିଅନ୍ତୁ । ଏହାପରେ ସେଥିରୁ ଏକ କପ ଲୋ ଫ୍ୟାଟ କ୍ଷୀର ନେଇ ଆସନ୍ତୁ , ସେଥିରେ 5-7 ଟି ଡ୍ରାଏ ଖଜୁରୀକୁ ସେହି କ୍ଷୀରରେ ବତରାଇ ଦିଅନ୍ତୁ ।

 

କାରଣ ଏହା ବହୁତ ହାଡ୍ ହୋଇଥାଏ ତେଣୁ ଏହାକୁ ପାଣିରେ ହେଉ ବା କ୍ଷୀରରେ ବତୁରାଇ ରଖିପାରିବେ । ଗୋଟିଏ ଖଜୁରୀ ରେ ଆପଣଙ୍କୁ ଆଇରନ , କ୍ୟାଲସିୟମ , ପଟାସିୟମ , ଜିଙ୍କ ଏବଂ ସଲଫଟ୍ ମିଳିଥାଏ । କ୍ଷୀର ସହିତ ଏହାର ସେବନ କରିବା ଦ୍ୱାରା ବାରମ୍ୱାର ଆପଣଙ୍କୁ ଥଣ୍ଡା କାଶ , ଝିଙ୍କ ଏବଂ ନିଦ ନଆସିବା ଭଳି ସମସ୍ୟାକୁ ଦୂର କରିଥାଏ ।

ଡାଇଜେସନ ଏଥିରୁ ଠିକ୍ ହୋଇଥାଏ , ଜଏଣ୍ଟପେନ ଭଳି ସମସ୍ୟା କୁ ଦୂର କରିଥାଏ ଏବଂ ଏହା ଆମ ସ୍କିନ ଏବଂ କେଶ ପାଇଁ ବହୁତ ଭଲ ଅଟେ । କ୍ଷୀରରେ ବତାରି ରଖାଯାଇଥିବା ଖଜୁରୀ ରୁ ମଞ୍ଜି ବାହାର କରି ନିଅନ୍ତୁ ।

ଏବେ ଆପଣ ଏହି ଖଜୁରୀ ସବୁକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ , ଏବେ ଏଥିରେ ଆପଣ ଆଲମଣ୍ଡ ବା ବାଦାମ ର ପ୍ରୟୋଗ କରନ୍ତୁ । ଏଥିରୁ ମଧ୍ୟ ବହୁତ ସାରା ଭିଟାମିନ ଓ ମିନେରାଲ ମିଳିଥାଏ । ଏହାକୁ ଯଦି ଆପଣମାନେ ପ୍ରତିଦିନ ଖାଇବେ ଆପଣଙ୍କର ମେମରି ପାୱାର ବଢିଥାଏ । ଏହି ବାଦାମକୁ ପ୍ରଥମେ ଏହିପରି ଛୋ଼ଟ ଛୋଟ କରି କାଟି ଦିଅନ୍ତୁ ।


ଏବେ ଆପଣ ଏକ ପାତ୍ର ଗ୍ୟାସ ଉପରେ ବସାନ୍ତୁ , ଏବେ ସେଥିରେ ଅଢେଇ କପ କ୍ଷୀର ଢାଳନ୍ତୁ । ସେଥିରେ ଖଜୁରୀ ପେଷ୍ଟ ଓ ଆଲମଣ୍ଡର ପ୍ରୟୋଗ କରନ୍ତୁ , ଏବେ ସେଥିରେ ଅଳ୍ପ ହଳଦୀ ଏଡ୍ କରନ୍ତୁ । କ୍ଷୀରରେ ହଳଦୀ ମିଶା ପିଇବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

କ୍ଷୀରଟି ସାମାନ୍ୟ ଗରମ ହୋଇଆସିବା ପରେ ସେଥିରେ ଗୋଟେ ଡାଲଚିନିଖଣ୍ଡ ଓ ଡ୍ରାଏ ଖଜୁରୀରର ପେଷ୍ଟ ଏଡ୍ କରନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ସାମାନ୍ୟ ବହଳିଆ ହୋଇ ଆସିଲେ ଗ୍ୟାସ ଅଫ୍ କରି ଗ୍ଲାସକୁ ବାହାର କରି ଆଣନ୍ତୁ ।

ସେବନ ପ୍ରଣାଳୀ :-

ଏହି କ୍ଷୀରକୁ ଆପଣ ମାନେ କୌଣସି ସମୟରେ ସେବନ କରି ପାରିବେ , ଦିନରେ ବା ରାତିରେ ବା ସକାଳେ କେବେବି ପିଇ ପାରିବେ । ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।