Special Tips – ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲେ ଜାଣନ୍ତୁ କଣ କରିବେ
ଜୀବନ-ମୃତ୍ୟୁ , ସୁଖ-ଦୁଃଖ , ହସ-ଲୁହ , ଲାଭ-କ୍ଷତି ଏହି ସବୁ ଜୀବନର ଗୋଟିଏ ଲେଖାଏଁ ଅଂଶ ହୋଇଥାଏ । କେବେ ଜୀବନରେ ଖୁସିର ଆଲୋକ ଆସିଥାଏ ତ କେତେବେଳେ ଜୀବନରେ ଦୁଃଖର ବାଦଲ ଖେଳି ଯାଇଥାଏ। ପ୍ରତ୍ୟେକ ବ୍ୟକ୍ତି ଜୀବନେର ଉଥାନ ପତନ ଆସିଥାଏ ଯାହା ସମୟ ଚକ୍ର ଯୋଗୁଁ ହୋଇଥାଏ।ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ମଣିଷ ଜୀବନରେ ଯାହା କିଛି ଶୁଭ ଅଶୁଭ ବା ଭଲ ମନ୍ଦ ଘଟିଥାଏ , ସେସବୁ ଆମ କର୍ମ ଉପରେ ନିର୍ଭର କରିଥାଏ ।
ଜୀବନ ଶୈଳୀକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ କେତେକ ରୀତିନୀତି ବିଷୟରେ ଜାଣଇବା ପାଇଁ ପଡିଥାଏ । ଅଜାଣତରେ ହେଉ ପଛକେ ଏମିତି କିଛି ଅଭ୍ୟାସ କରି ନେଇଥାଉ , ଯେଉଁଥିପାଇଁ ଆମକୁ ବହୁତ ପସ୍ତେଇବାକୁ ପଡିଥାଏ । ତେବେ ବିବାବ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକ ଝଗଡା ହେଲେ କଣ କରିବେ ଏବଂ ତାସହିତ କେତେକ ଅନୁଚିନ୍ତା ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ ।
1.ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ଯନ୍ତ ଭାଗ୍ଯଶାଳୀ ମହିଳା ଅଟନ୍ତି।
2. ଯେଉଁ ମହିଳା ମାନେ ଆସ୍ତିକ, କ୍ଷମାଶୀଳ, ଦାନଶିଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ଯ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସୂରୁପା ଅଟନ୍ତି।
3. . ଯେଉଁ ମହିଳା ମାନେ ଘରକୁ ଆସିଥିବା ଅତିଥିମାନଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନେ ଅତ୍ଯନ୍ତ ଭାଗ୍ଯଶାଳୀ ହୁଅନ୍ତି।
4.ଯେଉଁ ମହିଳା ମାନେ ସକାଳ ସଂନ୍ଧ୍ଯାରେ ଘରେ ଦେବୀଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ଯବତୀ ହୋଇଥାନ୍ତି।
5.ଯେଉଁ ଝିଅ ମାନଙ୍କର ହାତ ବା ଗୋଡରେ ପୁରୁଷଙ୍କ ଭଳି ବହୁତ ବାଳ ରହିଥାଏ , ସେମାନେ ଉଗ୍ର ସ୍ୱଭାବର ହୋଇଥାନ୍ତି । ଛୋଟ ଛୋଟ କଥାରେ ଅନ୍ୟ ମାନଙ୍କ ଉପରେ ରାଗି ଯାଇଥାନ୍ତି ଏବଂ ସମସ୍ତଙ୍କ ପ୍ରତି ସନ୍ଦେହ ଭାବନା ରଖିଥାନ୍ତି ।
6. ପୁରୁଷ ହୁଅନ୍ତୁ କିମ୍ୱା ମହିଳା ବେକ କେବେ ଖାଲି ରଖନ୍ତୁ ନାହିଁ , ଏହା ଅଶୁଭ ହୋଇଥାଏ ।
7. ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଛ ବିବାହ ଆଲବମରେ ରଖିଲେ ତାହା ଦୂର ହୁଏ ।
8. ମାଙ୍କଡ ଘର ଭିତରେ ପଶିଲେ ଅର୍ଥହାନୀର ସୂଚନା ମିଳେ , ମଙ୍ଗଳବାର ଦିନ ହନୁମାନ ଶାଳିଶା ପାଠ କରନ୍ତୁ ।
9. ଅଶ୍ୱସ୍ତ ଗଛ ମୂଳେ ପାଣି ଦେଲା ବେଳେ ପଶ୍ଚିମକୁ ମୁହଁ କରି ଦେଲେ ମଙ୍ଗଳ ହୋଇଥାଏ ।
10 . ଶୋଇବା ବେଳେ ମୁଣ୍ଡ ପାଖରେ ରସି କିମ୍ୱା ଲୁଣ ପାତ୍ର ରଖନ୍ତୁ ନାହିଁ ଅମଙ୍ଗଳ ହୋଇଥାଏ ।
11.ଘର ସଫା କରୁଥିବା ଝାଡୁରେ ମହିଳାମାନେ କେବେବି ଗୋଡ ମାରନ୍ତୁ ନାହିଁ ଏହାଦ୍ବାରା ଅମଙ୍ଗଳ ହୋଇଥାଏ।
.