ସୋସିଆଲ୍ ମିଡିଆରେ ସେୟାର କରୁଥିବା ଏହି Meme ଷ୍ଟାରଙ୍କ ପ୍ରକୃତ ବୟସ କେତେ ଜାଣିଛନ୍ତି କି ? ସଠିକ୍ ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ, ବାପ ରେ ଏତେ କୋଟି ଟଙ୍କାର ମାଲିକ…
ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଏହା ସହିତ ଆମେ ସୋସିଆଲ ମିଡ଼ିଆ ରେ ସେୟାର ହେଉଥିବା ମିମ୍ସ ମଧ୍ୟ ଦେଖିବାକୁ ପାଇଥାଉ । ଏହି ମିମ୍ସ ଗୁଡିକ ଦେଖି ଆମେ ମାନେ ଖୁସି ହେଉ।
ତେବେ ଏହି ମିମ୍ସ ରେ ଆପଣ ଏକ ଛୋଟ ଛୁଆ ଯିଏକି ଖୁବ୍ ମଜାଳିଆ ଢଙ୍ଗ ରେ ବସିଥାଏ ତାକୁ ଆପଣ ନିଶ୍ଚିତ ଭାବେ ଦେଖିଥିବେ । ତେବେ ଏହି ଛୁଆ ଟିକୁ କୁ ଆପଣ ପ୍ରାୟ ମିମ୍ସ ରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ଆଜି ଆମେ ତାଙ୍କ ବିଷୟ ରେ କିଛି କଥା ଅବଗତ କରାଇବା ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ପ୍ରକୃତ ରେ ଛୋଟ ଛୁଆ ଭଳି ଦେଖାଯାଉ ଥିବା ଏହି ବ୍ୟକ୍ତି ଜଣଙ୍କ କୌଣସି ଛୋଟ ଛୁଆ ନୁହେଁ ବରଂ ୩୯ ବର୍ଷୀୟ ଜଣେ ବ୍ୟକ୍ତି ଅଟନ୍ତି । ତାଙ୍କ ନାମ ହେଉଛି ଓସିତା ଇମେ ଯିଏକି ବର୍ତ୍ତମାନ ଏହି ସୋସିଆଲ ମିଡିଆର ମିମ୍ସୀ ଦୁନିଆ ର କିଙ୍ଗ ଅଟନ୍ତି । ଆଉ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ନାଇଜେରିଆ ଫିଲ୍ମ୍ ଜଗତ ର ପ୍ରସିଧ ଅଭିନେତା ମଧ୍ୟ ଅଟନ୍ତି । ତେବେ ଯଦି ତାଙ୍କ ବିଷୟ ରେ କହିବା ତେବେ ସେ ୧୯୮୨ ମସିହା ରେ ନାଇଜେରିଆର ଏକ ଛୋଟ ସହରରେ ଜନ୍ମ ଗ୍ରହଣ କରିଥିଲେ । ଆଉ ସେ ଅଭିନୟ ଜଗତ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।
ତେବେ ବର୍ତ୍ତମାନ ସେ ଫିଲ୍ମ୍ ଷ୍ଟାର୍ ଅପେକ୍ଷା ଲୋକ ମାନେ ତାଙ୍କୁ ଅଧିକ ମିମ୍ସ ଷ୍ଟାର୍ ଭାବରେ ଜାଣି ଅଛନ୍ତି । ୨୦୦୨ ମସିହା ରେ ତାଙ୍କ ର ଫିଲ୍ମ୍ ‘ ଓକି ନା ଓକାବା’ ଏବଂ ‘ଷ୍ଟବର୍ନ ଫାଇଲ ‘ ନାମ ରେ ଦୁଇଟି ଫିଲ୍ମ୍ ରିଲିଜ୍ ହୋଇଥିଲା। ଆଉ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ସୋସିଆଲ ମିଡ଼ିଆ ରେ ପ୍ରବଳ ମାତ୍ରା ରେ ସେୟାର ହେଉଥିବା ମିମ୍ସ ତାଙ୍କର ଏହି ଫିଲ୍ମ୍ ର ଅଂଶ ବିଶେଷ ଅଟେ । ଯଦି ଆମେ ଏହ ଫିଲ୍ମ୍ ର କାହାଣୀ ବିଷୟ ରେ କହିବା ତେବେ ଏହି ଫିଲ୍ମ୍ ରେ ଦୁଇ ଜଣ ଭାଇ ଅଛନ୍ତି ଯେଉଁମାନେ ପିଲା ବେଳେ ଖୁବ୍ ଦୁଷ୍ଟ ହେଉଛନ୍ତି ।
ତେବେ ବର୍ତ୍ତମାନ ତାଙ୍କର ଭିଡିଓ କୁ ବିଭିନ୍ନ ଷ୍ଟାର ମାନେ ମିମ୍ସ ହିସାବରେ ସେୟାର କରୁଛନ୍ତି ଓ ଦିନକୁ ଦିନ ସେ ଅଧିକ ପ୍ରସିଦ୍ଧ ହେବାରେ ଲାଗିଛନ୍ତି। ତେବେ ସେ ନିଜ କ୍ୟାରିୟର ରେ ନିଜ ଅଭିନୟ ପାଇଁ ବହୁତ୍ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ଆଫ୍ରିକା ଫିଲ୍ମ ଆୱାର୍ଡରେ ଲାଇଫ୍ ଟାଇମ ଆଚିଭମେଟଂ ପୁରସ୍କାର ମଧ୍ୟ ମିଳିଛି । ଏହା ସହିତ ନିଜ ଅଭିନୟ ପାଇଁ ନାଇଜେରିଆ ରାଷ୍ଟ୍ରପତି ତାଙ୍କୁ ୨୦୧୧ ମସିହା ରେ ପୁରସ୍କୃତ କରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।