ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ ଏହି ଝିଅ ଓ ପୁଅଙ୍କର ଭିଡ଼ିଓ ଅଧିକରୁ ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି, ଘଟଣା ଜାଣିଲେ ହୋଇଯିବେ ତାଯୁବ….

କେବେ ସୁଧୁରିବ ମଣିଷ। କେବେ ବଦଳିବ ଲୋକଙ୍କ ମାନସିକତା। ସଭ୍ୟ ସମାଜରେ ଆଜିର କିଛି ଯୁବପିଢି ମାନଙ୍କୁ ଯବାନିର ରଙ୍ଗ ଟିକେ ଅଧିକ ଚଢି ଯାଉଛି। ଏମିତି ରେ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି। ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ସୈତାନ। ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି।

ତେବେ କେଉଁଠାରେ ପରିବାର ର ପ୍ରତିଜ୍ଞା ଆଗରେ ମୁଣ୍ଡ ନୁଆଁଉଛି ନ୍ୟାୟ ତ ଆଉ କେଉଁଠି କାଗଜ ପତ୍ର ର ବିଡା ଭିତରେ ନ୍ୟାୟ ବେକରେ ବନ୍ଧା ହେଉଛି ଏକ ଶକ୍ତ ଫିତା।ଆଉ ଆଇନ୍ ର ଗଳା ବାଟ କୁ ଆପଣେଇ ସୈତାନ୍ ଏବଂ ଦୁଷ୍କର୍ମ କାରୀ ମାନେ ଖସି ଯିବାକୁ ପ୍ରୟାସ କରୁଥିବା ବେଳେ କିନ୍ତୁ ସବୁ ସମୟରେ ସଫଳ ହୋଇ ନପାରୁ ଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ବେଶ୍ ଏହାର ଫାଇଦା ଉଠାଇ ପାରୁଛନ୍ତି। ଯାହା ପୀଡ଼ିତା କୁ ଦେଉଛି ଆହୁରି ଅଧିକ କଷ୍ଟ।ଏବେ ସାରା ଦେଶରେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଦୁଷ୍କର୍ମ ଘଟଣାକୁ ନେଇ ତୁମ୍ଭି ତୋଫାନ୍ ଚାଲିଥିବା ବେଳେ ଏବେ ଜୟପୁରରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି।

ଆଉ ଏହି ଘଟଣାରେ ରୋଡ୍ ରୋମୀୟ ଙ୍କୁ ପାନେ ଦେଇଛନ୍ତି ଯୁବତୀ ଜଣଙ୍କ।ଯେଉଁଠାରେ ଜଣେ ଯୁବତୀ ତାଙ୍କ ସାହସିକତା ଦେଖାଇଛନ୍ତି ଡରି ନଯାଇ।ଖୁଲମ୍ ଖୁଲା ସାମ୍ନା କରିଛନ୍ତି ଉକ୍ତ ରୋଡ ରୋମୀୟଙ୍କୁ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ସହରର ଜୟନଗର ପାର୍କ ନିକଟରେ। ଏଠାରେ କିଛି ଯୁବତୀ କୋଚିଂରୁ ଫେରୁଥିବା ସମୟରେ ସେଠାରେ ଜଣେ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ।ଆଉ ଏହି ଯୁବକଙ୍କ କମେଣ୍ଟକୁ ସହଜରେ ଗ୍ରହଣ କରି ପାରି ନଥିଲେ ଜଣେ ଯୁବତୀ। ସେ ଏଥିରେ ଅସହ୍ୟ ହୋଇ ଯୁବକଙ୍କ ପାଖକୁ ଯାଇଥିଲେ ଏବଂ ଏହାର ପ୍ରତିବାଦ ମଧ୍ୟ କରିଥିଲେ।

କିନ୍ତୁ ଏହି ସମୟରେ ସେହି ସ୍ଥାନରେ ଉପସ୍ଥିତ ଅନ୍ୟ ଯୁବକ ଯୁବତୀ ତାଙ୍କୁ ସାହସ ଦେଇ ନଥିଲେ କିମ୍ବା ତାଙ୍କ ପାଖକୁ ଯାଇ ନଥିଲେ।ଏହି ରୋଡ ରୋମିଓଙ୍କୁ କାବୁ କରିବା ପାଇଁ ଯୁବତୀ ଜଣଙ୍କ ପାରୁ ପର୍ଯ୍ଯନ୍ତ ଚେଷ୍ଟା କରିଥିଲେ କିନ୍ତୁ ଧରି ପାରିନଥିଲେ।ଯଦି ସେଠାରେ ଉପସ୍ଥିତ ଲୋକେ ଏକାଠି ହୋଇ ଯୁବତୀଙ୍କୁ ସାହାର୍ଯ୍ଯ କରିଥାନ୍ତେ ତେବେ ରୋଡ ରୋମିଓ ଜଣଙ୍କ କାବୁ ହୋଇ ପାରନ୍ତେ।

ତେବେ ଏହି ଭିଡିଓ ଟି ଏବେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଯୁବତୀଙ୍କ ସାହସ ପାଇଁ ଏବେ ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି।କିନ୍ତୁ ଏଯାଏ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ।ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।