ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆରେ ରେ ଭାଇରାଲ୍ ହେଲା ବିଚ୍ ରାସ୍ତା ଉପରେ କଙ୍ଗାରୁ କୋର୍ଟ ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ…

ଆଜିର ମନୁଷ୍ୟ, ସଭ୍ୟ ସମାଜ ଆଡ଼କୁ ଯେତେ ନିକଟତର ହେଉଛି, ସମାଜରେ ସେତିକି ପରିମାଣରେ ବ୍ୟଭିଚାର, ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ପ୍ରତ୍ୟେକ ଦିନ ସମାଜରେ କିଛିନା କିଛି ଘଟଣା ଶୁଣିବାକୁ ମିଳୁଛି। ବର୍ତ୍ତମାନର ଶିକ୍ଷିତ ସମାଜରେ ଅନେକ ପ୍ରକାର ଘଟଣା ପ୍ରତ୍ୟେକ ଦିନ ଘଟୁଛି ଏବଂ ତାହା କେଉଁଠି ନା କେଉଁଠି ମନୁଷ୍ୟର ସାମାଜିକ ମୂଲ୍ୟବୋଧ ନଷ୍ଟ ହେବାରେ ଲାଗିଛି।

ପ୍ରତ୍ୟେକ ଦିନ ଚୋରି, ଲୁଟ, ଡକାୟତି, ମଡର ଏବଂ ଦୁଷ୍କର୍ମ ଭଳି କ୍ରାଇମ ଦ୍ରୁତ ଗତିରେ ବଢି ଚାଲିଛି। ଦିନ ଆସିବ ସମାଜରେ ସାମାଜିକ ମୂଲ୍ୟବୋଧ ସଂପୂର୍ଣ୍ଣ ଭାବରେ ହ୍ରାସ ଘଟିବ ଏବଂ ଲୋକଙ୍କ ନିକଟରେ ମାନବିକତା ଭଳି ଗୁଣ ରହିବ ନାହିଁ।

ଆଜିର ସୋସିଆଲ ମିଡ଼ିଆ ଯୁଗରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି। ସେହି ଘଟଣା ଗୁଡିକ ମୁହୁର୍ତ୍ତକ ମଧ୍ୟରେ ଭାଇରାଲ ହୋଇଯାଏ ଏବଂ ଲୋକମାନେ ମୋବାଇଲରୁ ସେ ମୋବାଇଲକୁ ସେୟାର କରିଦେଇଥାନ୍ତି। ଏହିପରି ଭାବରେ ଅନେକ ଘଟଣା ଘଟୁଛି ଆମ ସମାଜରେ, ଆମେ ନିଜେ ମଧ୍ୟ ଦେଖିଥାଉ ଏବଂ ସେୟାର ମଧ୍ୟ କରିଥାଉ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ, ଯାହାକି ଜଣେ ଯୁବକଙ୍କୁ ବିଚ ରାସ୍ତାରେ ପ୍ୟାଣ୍ଟ ଖୋଲି ମାଡ ମାରିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସଂପୂଣ୍ଣ ଘଟଣାଟି କଣ ଥିଲା।

ବିଚ ରାସ୍ତା ଉପରେ କଙ୍ଗାରୁ କୋର୍ଟ ବସାଇ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଏବଂ ଅନ୍ୟ କିଛି ସ୍ଥାନୀୟ ଲୋକେ ମିଶି ମାଡମାରିବା ସହିତ ବସ ଉଠ କରି ତାଙ୍କ ପ୍ୟାଣ୍ଟ ମଧ୍ୟ ଖୋଲିଥିଲେ ଏବଂ ମୋବାଇଲରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଛାଡିଥିଲେ ଯାହାକି ଏବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ତେବେ ଘଟଣାଟି ଘଟିଛି ଉଦଳା, ବାରିପଦା ମୁଖ୍ୟ ରାସ୍ତାର ମଧୁମଗନ୍ନା ଲୋଜ ନିକଟରେ। ତେବେ ମୋବାଇଲରେ ଫୋଟୋ ଦିଅ ନିଆକୁ ନେଇ ଏଭଳି ତୁମୁଳ କାଣ୍ଡ ଘଟିଛି। ମାଡ଼ ଖାଇଥିବା ଯୁବକଙ୍କ ଘର ବାରିପଦାର ବାଣପୁର ଆଞ୍ଚଳରେ ଏବଂ ସେ ବାଲେଶ୍ୱରରେ ରହି କାର୍ଯ୍ୟ କରନ୍ତି। ମାଡ଼ ମାରିଥିବା ଏବଂ ରାସ୍ତାରେ ପ୍ୟାଣ୍ଟ ଖୋଲାଇ ଥିବା ଯୁବକଙ୍କ ଘର ସ୍ଥାନୀୟ ଆଞ୍ଚଳର ବୋଲି ଜଣା ପଡ଼ିଛି।

ତେବେ ଯୁବକଙ୍କୁ ରାସ୍ତାରେ ପ୍ୟାଣ୍ଟ ଖୋଲାଇବା ସହିତ ଆଉ କେବେ ଉଦଳା ନ ଆସିବା ପାଇଁ କହିଥିଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ପୋଲିସ ପହଁଚିଛି ଥିଲେ ମଧ୍ୟ ପୋଲିସ ସାମ୍ନାରେ ଉଠ ବସ ହେବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।