ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଝିଅର ଅନ୍ତରଙ୍ଗ ଫଟୋ ମୋବାଇଲରୁ ମୋବାଇଲ କୁ ସେୟାର ହେବାରେ ଲାଗିଛି, ଫଟୋ ଦେଖିଲେ ମୁଣ୍ଡରେ ହାତ ଦେବେ….

ଏ କି କୁତ୍ସିତ ମାନସିକତା। ଯାହା ପ୍ରମାଣ କରୁଛି ମଣିଷର ହୀନ ମାନସିକତା କୁ। ମଣିଷ ହୋଇ ମଧ୍ୟ ଅମାନୁଷିକ କାର୍ଯ୍ୟ କରିବାକୁ ଟିକିଏ ବି ପଛାଉ ନାହିଁ ଆଜିର ମଣିଷ।ବାସ୍ତବରେ ଆଜିର ମଣିଷ ଧିରେଧିରେ ନୃଶଂସ ପାଲଟିବାରେ ଲାଗିଛି।ସଭ୍ୟତା ଓ ମାନବିକତା ଭୁଲି ଅସଭ୍ୟତା ର ସବୁ ସୀମା ଟପି ଯାଉଛି ମଣିଷ। ବେଳେବେଳେ ଏମିତି ଘଟଣା ଆମ ସମାଜରେ ଘଟି ଯାଉଛି ତାହା ଏତେ ଲଜ୍ୟାକର ଏବଂ ନିନ୍ଦନୀୟ ଅଟେ ।

ଯେ ଆପଣ ତାହା ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ଏହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ବାସ୍ତବରେ ଆଜିର ମଣିଷ କେଉଁ ସ୍ତରକୁ ଯାଉଛି।ଆଉ ସେହିଭଳି ନଗ୍ନ ମାନସିକତା କୁ ଦେଖିଲେ ଆପଣ ଛିଃ ଛିଃ କରିବେ।

ନିକଟରେ ସେମିତି ଏକ ଲଜ୍ୟା ଜନକ, ମୁଣ୍ଡ ନୁଆଇଁ ଦେଲା ଭଳି ଘଟଣା ଘଟିଛି। ଜଣେ ନାବାଳିକା ଙ୍କର ନଗ୍ନ ଫଟୋ ଭାଇରାଲ୍ କରି ଗିରଫ ହୋଇଛନ୍ତି ଜଣେ ଯୁବକ।ଆଉ ଏହି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ପଂଚାୟତରେ।ସେହି ଅଞ୍ଚଳର ପୁରୁଷୋତ୍ତମପୁର ଗ୍ରାମର ବିକ୍ରମ କେଶରୀ ସ୍ୱାଇଁଙ୍କ ନାବାଳିକା ଝିଅର ନଗ୍ନ ଫଟୋକୁ ଲଳିତଗିରି ଗ୍ରାମର ଦୀପକ କୁମାର ନାୟକ ଉଠାଇ ସେହି ଫଟୋ କୁ ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇ ଥିଲେ। କେବଳ ଏତିକି ନୁହଁ ଏହା ସହ ନାବାଳିକାଙ୍କୁ ବିବାହ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ।

ସେ ଏତେ ନୃଶଂସ ପାଲଟି ଯାଇଥିଲେ ଯେ ଧମକ ଦେବା ସହ ତାଙ୍କ ପରିବାର ଲୋକଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ।ତେବେ ଏସବୁ ଘଟଣାକୁ ନେଇ ସହିବାର ସମସ୍ତ ସୀମାକୁ ଟପି ଯିବା ପରେ ଶେଷରେ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଙ୍କ ମାଆ ଜଣଙ୍କ। ଅପରପକ୍ଷେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍ ହେବା ପରେ ଏଥିରେ ସମୃକ୍ତା ନାବାଳିକା ଜଣଙ୍କ ଅପମାନ ସହି ନପାରି ନିଜର ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବା ମଧ୍ୟ ଜଣା ପଡିଛି।ଆଉ ଏତିକି ବେଳେ ପରିବାର ଲୋକେ ସଂପୃକ୍ତ ନାବାଳିକା ଜଣଙ୍କୁ ଉଦ୍ଧାର କରିଛନ୍ତି।

ତେବେ ଏହି ଘଟଣାରେ ଅଭିଯୋଗ ହେବା ପରେ ମାହାଙ୍ଗା ପୋଲିସ ଶେଷରେ ସମ୍ପୃକ୍ତ ଅଭିଯୁକ୍ତ ଦୀପକକୁ ଗିରଫ କରି ଥାନାରେ ଅଟକ ରଖିଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି ହୋଇଛି।ଏହାକୁ ସମସ୍ତେ ନିନ୍ଦା କରିବା ସହ ଦୋଷୀ କୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦିଆଯାଉ ବୋଲି ଦାବି କରିଛନ୍ତି। ବାସ୍ତବରେ ଏଭଳି ଘଟଣା ଘଟାଇ ଗୋଟିଏ ଝିଅର ମାନ ସମ୍ମାନ ସହ ଖେଳି କଣ ଯେ ଲାଭ ପାଉଛନ୍ତି ଏହିଭଳି ଅସାଧୁ ବ୍ୟକ୍ତି ବିଶେଷ ମାନେ ତାହା ସେମାନେ ଥରେ ସୁସ୍ଥ ମସ୍ତିଷ୍କରେ ଭାବିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।