ଦେଖନ୍ତୁ ଭିଡ଼ିଓ । ସୋସିଆଲ ମିଡ଼ିଆ ର କମାଲ । ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିଲା ଅଲିଅଳି ଝିଅ, ଆଉ ତା’ ପରେ…..
ସୋସିଆଲ ମିଡ଼ିଆ ର କମାଲ । ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିଲା ଅଲିଅଳି ଝିଅ । ଯାହାକୁ ନେଇ ପରିବାର ରେ ଖେଳି ଯାଇଛି ଆନନ୍ଦ । ଆମେ କହୁଛୁ ଆଦିବାସୀ ଝିଅ ତୁଳସୀ କଥା। ମାଲକାନଗିିର କଦମଗୁଡ଼ା ର ତୁଳସୀ ଭୂୟାଁ ଦାଦନ ଖଟିବାକୁ ରାଉରକେଲା କୁ । ସେଠାରେ ସେ ନିଖୋଜ ହୋଇ ଯାଇଥିଲେ ପରିବାର ଲୋକ ଓ ସମ୍ପର୍କୀୟ ଲୋକ ବହୁତ୍ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। ଶେଷରେ ପରିବାର ଲୋକ ଝିଅ ତୁଳସୀ କୁ ହରାଇ ଏକ ପ୍ରକାର ଭାଙ୍ଗି ଯାଇଥିଲେ ।
ସେପଟେ ନିଜ ପରିବାର ଲୋକଙ୍କୁ ଖୋଜି ଚାଲିଥିଲା ତୁଳସୀ । ଏହାରି ଭିତରେ ତୁଳସୀ ର ଦୁଃଖ ସହି ନପାରି ତୁଳସୀ କୁ ନିଜ ଘରକୁ ନେଇ ଯାଇଥିଲେ ଦିଲ୍ଲୀ ର ଲାଲା ଭବାନୀ ।
ତୁଳସୀ ତାଙ୍କ ଘରେ ରୋଷେୟା କାମ କରୁଥିଲା ଏହାରି ଭିତରେ ବିତି ଯାଇଥିଲା ବାର ବର୍ଷ । ତୁଳସୀ ଙ୍କ କହିବା ଅନୁସାରେ ସେ ଯେତେବେଳେ ଛୋଟ ଥିଲେ ସେତେବେଳେ ଦାଦନ ଖଟିବାକୁ ଘରେ କାହାକୁ ନଜନାଇ ଚାଲି ଯାଇଥିଲେ ଆଉ ସେଠାରେ ତାଙ୍କୁ ଲୋକ ମାନେ ଛାଡ଼ି ଦେଇ ଚାଲି ଆସିଥିଲେ। ଏହା ପରେ ସେ କାହାରିକୁ ନପାଇ ଦିଲ୍ଲୀ ଚାଲି ଯାଇଥିଲେ ।
ଏହା ପରେ ସେଠାରେ ସେ ତାଙ୍କ ଘରେ ରହି ରୋଷେୟା କାମ କରୁଥିଲେ ଓ ତୁଳସୀ କୁ ସେ ଝିଅ ପରି ରଖିଥିଲେ । ହଠାତ୍ ସୋସିଆଲ ମିଡ଼ିଆ ରେ ନିଜ ପରମ୍ପରା ର ନାଟକ ଦେଖିବାକୁ ପାଇଥିଲା ତୁଳସୀ ସେହି ଠାରୁ ନମ୍ୱର୍ ନେଇ ଘେନା ମୁନିଆ ଙ୍କୁ କଲ୍ କରିଥିଲା । ଗତ ମେ ମାସ ରେ ଘେନା ମୁଡ଼ିଆ ଙ୍କ ପାଖକୁ ଆସିଥିଲା ଏକ ଫୋନ୍ କଲ୍ । ସେପଟୁ ଏକ ଝିଅ କହିଥିଲା ମୁଁ ରଘୁନାଥ ଭୁୟାଁ ଙ୍କ ଝିଅ ତୁଳସୀ । ମୁଁ ଦିଲ୍ଲୀ ରାଜେନ୍ଦ୍ର ଭବନ ରେ ଥିବା ହୋଟେଲ୍ ମାଲିକ ଲାଲା ଭବାନୀ ଙ୍କ ଘରେ ରୋଷେୟା କାମ କରୁଛି ।
ଏବେ ମୁଁ ଘର କୁ ଫେରିବା ପାଇଁ ଚାହୁଁଛି । ଏହା ପରେ ଆରମ୍ଭ ହୋଇ ଥିଲା ରେସ୍କିୟୁ ତୁଳସୀ ଅଭିଯାନ । ପରିବାର ଲୋକ ଙ୍କୁ ଘେନା ସବୁ କଥା ଜଣାଇ ଥିଲା ଘେନା । ଆଉ ପରିବାର ଲୋକ ମାଥିଲ ଥାନା ରେ ପହଞ୍ଚି ସବୁ କଥା କହିଥିଲେ ଏହା ପ୍ରଶାସନ ଅଧିକାରୀ ଲୋକ ମାନଙ୍କ ସହିତ କଥା ହୋଇ ଜିଲ୍ଲାପାଳ କୁ ଫେରାଦ ହୋଇ ଥିଲେ ପରିବାର ଲୋକ ।
ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଦିଲ୍ଲୀ ପ୍ରଶାସନ ଅଧିକାରୀ ଙ୍କ ସାହାର୍ଯ୍ୟ ରେ ତୁଳସୀ କୁ ଉଧାର କରିବାକୁ ସକ୍ଷମ ହୋଇ ଅଛି । ତେବେ ତୁଳସୀ ତାଙ୍କୁ ଦେଖି ପ୍ରଥମେ ନର୍ଭସ ଥିଲେ କିନ୍ତୁ ଭାଇ ସହିତ ମିଶିବା ପରେ ସେ ବହୁତ୍ ଖୁସି ଥିଲେ।
ଏବେ ଘରକୁ ଫେରି ତୁଳସୀ ଙ୍କ ଖୁସି କହିଲେ ନସରେ। ଏହା ସହିତ ଝିଅ କୁ ମଧ୍ୟ ଏତେ ଦିନ ପରେ ପାଖରେ ପାଇ ପରିବାର ଲୋକ ଖୁସି ରେ ଆତ୍ମହରା ହୋଇଛନ୍ତି । ଏଥିପାଇଁ ଶ୍ରମ ବିଭାଗ ଓ ପ୍ରଶାସନ ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।