ଶୋଇବା ପୁର୍ବରୁ ହନୁମାନଙ୍କର ଏହି ୨ ମନ୍ତ୍ର ୩ ଥର ଜପି ଦିଅନ୍ତୁ, ଯାହା ବି ଅସୁବିଧା ରହିଛି ତୁରନ୍ତ ସମାଧାନ ହୋଇଯିବ

କଳି ଯୁଗକୁ ମହାନ ଯୁଗ ବୋଲି କୁହା ଯାଏ କାରଣ ଏହି ଜନ୍ମର କର୍ମର ଫଳ ଏହି ଜନ୍ମରେ ମିଳେ । ସମ୍ପୂର୍ଣ ମାନବ ଜାତି ଯେମିତି କର୍ମ କରନ୍ତି ସେମିତି ଫଳ ପାଆନ୍ତି । ଏହା ତାଙ୍କ ଭାଗ୍ୟ ଉପରେ ନିର୍ଭର କରେ । ଆଜି କାଲି ଯୁଗରେ ଆମ ମନୁଷ୍ୟ ହାତୀ ବ୍ୟକ୍ତି ଗତ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଆଉ ଆପଣ ଆପଣଙ୍କ ଜୀବନର ସମସ୍ୟା କୁ ଦୂର କରିବା ପାଇଁ ବିଭିନ୍ନ ଦେବା ଦେବୀ ଙ୍କର ପୂଜା ଅର୍ଚନା କରିଥାଏ ।

ଆପଣ ଜାଣିଥିବେ ଯେ ଆମ ଶାସ୍ତ୍ର ପୁରାଣ ରେ ଯାହା କିଛି ଲେଖା ଯାଉଛି ସେ ସବୁ ଆମ ମନୁଷ୍ୟ ଜାତିର କଲ୍ୟାଣ ପାଇଁ । ଏହି ଶାସ୍ତ୍ର ରେ ଅନେକ କିଛି ମନ୍ତ୍ର ଅଛି ଯାହାକୁ ଜପ କରି ଆମେ ଆମର ସବୁ କିଛି ପରିବର୍ତ୍ତନ କରିପାରିବା ।

ଆମ ଶାସ୍ତ୍ର ରେ ଯାହା କିଛି ଲେଖା ଯାଇଛି ଆମର ପୂର୍ବ ପୁରୁଷ ମୁନି ଋଷି ମାନେ ନିଜର ତପ ବଳରେ ମନୁଷ୍ୟ ଜାତିର କଲ୍ୟାଣ ପାଇଁ ଲେଖିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଯେତେବେଳେ ଆମର ବିପଦ ଆସେ ସେତେବେଳେ ଆମେ ହନୁମାନ ଚାଳିଶା ପାଠ କରି ଥାନ୍ତି । ହନୁମାନ ଜି ହେଉଛନ୍ତି ପ୍ରଭୁ ମହାଦେବ ଙ୍କର ଏକାଦଶ ଅବତାର ।

ଯେତେବେଳେ ହନୁମାନ ଛୋଟ ଥିଲେ ସେତେ ବେଳେ ସେ ଭୋକ ଲାଗିବାରୁ ସୂର୍ଯ୍ୟ ଦେବ କୁ ଆକାଶ ରେ ଖାଇବା ପାଇଁ ଯାଇଥିଲେ । ଆଉ ଇନ୍ଦ୍ର ଦବ ତାଙ୍କୁ ବଜ୍ର ମାରି ଆକାଶ ରୁ ଆଚେତ କରି ଖସି ଦେଇଥିଲେ ଯାହାକୁ ଜାଣି ପିତା ପବନ ଦେବ ସମ୍ପୂର୍ଣ ସୃଷ୍ଟି କୁ ଅଚଳ କରିଦେଇ ଥିଲେ ପରେ ହନୁମାନ ଶିବଙ୍କର ଅବତାର ପରେ ସବୁଠୁ ଦେବତା ତାଙ୍କୁ ଶକ୍ତି ଦେଇ ଥିଲେ ।

ଆଜି ଆପଣଙ୍କୁ ଏମିତି ଦୁଇଟି ମନ୍ତ୍ର କହିବି ଯାହାକୁ ଆପଣ ରାତିରେ ଭକ୍ତିରେ ଜପ କରନ୍ତି ତାହାଲେ ତଥା ନିୟମର ସହିତ ଜପ କରନ୍ତି ତାହାଲେ ଆପଣଙ୍କୁ ଆପଣଙ୍କ କାମନା ଅନୁସାରେ ଫଳ ପ୍ରାପ୍ତି ହେବ । ଯଦି ଆପଣ କୌଣସି ସମସ୍ୟା ଗ୍ରସ୍ତ ଥାଆନ୍ତି ତାହାଲେ ଆପଣ ହନୁମାନ ଚାଳିଶା ର ଏହି ମନ୍ତ୍ର ଟିକୁ ଜପ କରନ୍ତୁ । ଦେଖିବେ ଆପଣ କେମିତି ସବୁ ମଙ୍ଗଳ ସବୁ ହେବ । ସେହି ମନ୍ତ୍ର ଟି ହେଉଛି ;-

ଭୁତ ପିସାଚ ନିକଟ ନହୀଂ ଆରଇ ।
ମହାବୀର ଜବ ନାମ ସୁନରଇ ll24ll

ଯଦି ଆପଣଙ୍କ ଉପରେ କୌଣସି କଳାଛାଇର ପ୍ରଭାବ ଥାଏ ତାହାଲେ ଆପଣ ଏହା ଜପ କଲେ ସେ ସବୁ ସମସ୍ୟା ରହିବ ନାହିଁ । ଯଦି ଆପଣ କୌଣସି ରୋଗରେ ବହୁଦିନରୁ ପୀଡିତ ଥାନ୍ତି ତାହାଲେ ଆପଣ ଏହି ମନ୍ତ୍ର କୁ ଜପ କରନ୍ତୁ । ତାହା ସବୁ ଅତି ଶୀଘ୍ର ଭଲ ହୋଇଯିବ । ତାହା ହେଉଛି :-

ନାସଇ ରୋଗ ହରେଇ ସବ ପୀର ।
ଜପତ ନିରନ୍ତର ହନୁମାନ ବୀରା ll25ll

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।