ସୋସିଆଲ ମିଡିଆରେ ଭାଇରାଲ ହେଲା ଆଉ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା , ଜୁଇରୁ ଉଠି କଥା କହିଲା ମଲା ମଣିଷ …….

ମଶାଣି ଯୁଇରେ ଖେଳି ଗଲା ଚାଞ୍ଚଲ୍ୟ , କୋକେଇ ରେ କଥା କହିଲା ମଲା ମଣିଷ । ପୋଡିବା ଆରମ୍ଭ ହେବା କ୍ଷଣି ଘଟିଲା ଅଜବ ଘଟଣା । ଆମ ସମାଜରେ ପ୍ରତି ଦିନ କିଛି ନାଁ କିଛି ଅଜବ ଘଟଣା ସବୁ ଘଟୁ ଥିବାର ଆପଣ ମାନେ ଦେଖିଥିବେ ବା ଶୁଣି ଥିବେ ମଧ୍ୟ । ତେବେ ଏମିତି କିଛି ଘଟଣା ଅଛି ଯାହାକୁ ଆମେ ଆଖିରେ ଦେଖିଲେ ମଧ୍ୟ ବିଶ୍ବାସ କରି ପାରି ନଥାଉ କିନ୍ତୁ ସତ ସବୁବେଳେ ସତ ହିଁ ହୋଇଥାଏ ନାଁ । ଆପଣ ମାନେ ସମସ୍ତେ ନିଶ୍ଚିୟ ସୋସିଆଲ ମିଡିଆ ସହ ଜଡିତ ଥିବେ ଏବଂ ପ୍ରତିଦିନ ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଘଟଣା ମାନ ସବୁ ଦେଖିବାକୁ ପାଉ ଥିବେ ।

ତେବେ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଲାଉଖାଲ୍ ଅଞ୍ଚଳ ରେ ।

ସୀମାଞ୍ଚଳ ମଲ୍ଲୀକ ନାମକ ଜଣେ ବ୍ୟକ୍ତି ଗତ ଚାରି ଦିନ ହେଲା ଜ୍ବର ରେ ଆକ୍ରାନ୍ତ ଥିଲେ , ଆଉ ସେ ମେଣ୍ଢା ଚରାଇବା ନିକଟସ୍ଥ ଜଙ୍ଗଲ କୁ ଯାଇ ଥିଲେ । ତେବେ ସଂନ୍ଧ୍ୟା ବେଳ କୁ ମେଣ୍ଢା ପଲ ଘରକୁ ତ ଆସି ଥିଲେ କିନ୍ତୁ ସୀମାଞ୍ଚଳ ଆଉ ଫେରି ନ ଥିଲେ , ରାତି ବହୁତ ହେବାରୁ ଜଙ୍ଗଲ କୁ ଖୋଜିବାକୁ ଯାଇଥିଲେ ପରିବାର ଲୋକେ ଏବଂ ଗ୍ରାମବାସୀ ।

ହେଲେ ସୀମାଞ୍ଚଳ ଙ୍କ କିଛି ଖୋଜ ଖବର ମିଳି ନଥିଲା ଏବଂ ପରେ ସକାଳୁ ତାଙ୍କୁ ଜଙ୍ଗଲ ରୁ ଅଚେତ୍ ଅବସ୍ଥା ରେ ଉଦ୍ଧାର କରା ଯାଇ ଥିଲା । ଏହା ପରେ ସ୍ଥାନୀୟ ଲୋକ ମାନେ ତାଙ୍କର ହାତ ନାଡି ଦେଖି ତାଙ୍କୁ ଉଠାଇବାକୁ ଚେଷ୍ଟା କରି ଥିଲେ କିନ୍ତୁ ସେ ନ ଉଠିବାରୁ ସମସ୍ତେ ତାଙ୍କୁ ମୃତ ବୋଲି ଭାବି କାନ୍ଦ ବୋବାଳି ପକାଇଥିଲେ ।


ପରେ ଶ୍ମଶାନକୁ ନେଇ ତାଙ୍କୁ ପୋଡିବା ବେଳେ ସେ ହଠାତ୍ ଉଠି କଥା କହି ଥିଲେ । ହଠାତ୍ ତାଙ୍କର ଚେତା ଆସିବାରୁ ସମସ୍ତେ ଚକିତ୍ ହୋଇ ଯାଇ ଥିଲେ । ତେବେ ପରେ ମେଡିକାଲ୍ ରେ ଚିକିତ୍ସା କରା ଯିବା ପରେ ସେ ସୁସ୍ଥ ଅନୁଭବ କରି ଥିଲେ ।

ତେବେ ଏଭଳି ଏକ ଘଟଣା ଘଟି୍ବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । କାହିଁକି ନାଁ ଏଭଳି ଦୃଶ୍ୟ କେହି କେବେ ବି ଦେଖି ନଥିଲେ । ତେବେ ଅଚେତ୍ ବ୍ୟକ୍ତି ଙ୍କୁ ମୃତ ଭାବି ପୋଡି ଦେବା ଅତ୍ୟନ୍ତ ଘୂର୍ଣ୍ଣ୍ୟ କାମ । ଡାକ୍ତର ଙ୍କ ପରାମର୍ଶ କ୍ରମେ ସବୁ କିଛି ଠିକ୍ କରି ଥିଲେ ଭଲ ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।