ଦେଖନ୍ତୁ Shocking ଭିଡ଼ିଓ –-ଷଣ୍ଢ ପାଇଁ ଦୋକାନ ବାଡି ସବୁ ଭାଙ୍ଗିରୁଜି ଚୁରମାର….ଦେଖନ୍ତୁ ପୁରା ଦୃଶ୍ୟ

ଅନେକ ସମୟରେ ବିଭିନ୍ନ ପ୍ରକାର ଘଟଣା ସଂପର୍କରେ ଆମେ ମାନେ ପରିତିଚ ହେଇଥାଉ । ଏହି ଘଟଣା ମାନଙ୍କ ମଧ୍ୟରୁ ଅନେକ କଥା ପଶୁ ମାନଙ୍କୁ ନେଇ କରି ମଧ୍ୟ ହୋଇଥାଏ । କେହି ପଶୁର ଆକ୍ରମଣରେ ମନୁଷ୍ୟର ମୃତ୍ୟୁ ତ ପୁଣି କେଉଁ ମନୁଷ୍ୟ ପାଇଁ ପଶୁଙ୍କର ମୃତ୍ୟୁ । ଆମେ ମାନେ ଯେ କୌଣସି ପଶୁକୁ ଦେଖିଲେ ଡରିଯାଉ କାରଣ ସେମାନେ ବହୁତ ହିଂସ୍ର ହୋଇଥାନ୍ତି ଏବଂ ସେହି ପଶୁମାନଙ୍କ ଦ୍ୱାରା ଆମ ମାନଙ୍କର ମଧ୍ୟ ଅନେକ ସମୟରେ କ୍ଷତି ହୋଇଥାଏ ।

ତେବେ ସେହିପରି ଏକ ଘଟଣା ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି ତେବ କଣ ରହିଛି ସେହି ଘଟଣାଟି ଆସନ୍ତୁ ଜାଣିବା ସେ ବିଷୟରେ । ଘଟଣା ଅନୁସାରେ ଦୁଇଟି ଷଣ୍ଢ ଲଢେଇ ଲାଗି ସ୍ମାର୍ଟସିଟି ର ଏକ ଗ୍ରୋସରି ଦୋକାନ ର ବହୁତ ସାରା କ୍ଷତି କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ,

ଘଟଣା ଅନୁସାରେ ସମୟ ପ୍ରାୟ ଦିନ 12 ଟା 48 ମିନିଟ୍ ପାଖାପାଖି ଭୂବନେଶ୍ବର ବମିଖାଲ୍ ଛକ ନିକଟ ରେ ଥିବା ଏକ ଦୋକାନ ନିକଟରେ ଉଦୁଉଦିଆ ଦ୍ବିପ୍ରହର ରେ ମାତିଲେ ଷଣ୍ଢ । ଲୋକମାନେ ଯେତେ ପାଣି ପକାଇଲେ ସେମାନଙ୍କ ଉପରକୁ ତଥାପି ମାନିଲେ ନାହିଁ । ଆଉ ଲଢେଇ କରି ପଶି ଗଲେ ଗ୍ରୋସରି ଦୋକାନ ଭିତରେ ତାପରେ ଯାହା ଘଟିଲା ଆପଣ ଅନୁମାନ କରି ପାରିବେ ନାହିଁ । ଦୁଇ ଷଣ୍ଢ ଲଢେଇ କରି ଦୋକାନର ସମସ୍ତ ଜିନିଷ ପତ୍ର ନଷ୍ଟ କରି ଦେଲେ ।

 ଏହାପରେ ଯେତେବେଳେ ଦୋକାନୀ ପିସିଆର ଙ୍କୁ ଏ ବିଷୟରେ ଜଣେଇଲେ ସେମାନେ କିଛି ବି ଆକ୍ସନ ନେଲେ ନାହିଁ , ତେବେ ତାପରେ ସେମାନେ ବିଏମସି ଙ୍କ ନମ୍ବର ଦେଇ କହିଲେ ସେମାନଙ୍କୁ ଜଣାଇବା ପାଇଁ । କିନ୍ତୁ ଦୁଃଖର ବିଷୟ ଏହି କି ଯେ ବିଏମସି ମଧ୍ୟ ସିଧାସିଧା ମନା କରିଦେଲେ କି ସେମାନେ କିଛି ବି କରିପାରିବେ ନାହିଁ ।

ତେବେ ଦୋକାନୀ ଙ୍କ କହିବା କଥା ଯେତେବେଳେ ଜଣେ ଲୋକ 5ଟି କୁକୁରକୁ ମାରି ଦେଲେ ବୋଲି ତାଙ୍କୁ 14 ବର୍ଷ ଜେଲଦଣ୍ଡ ଭୋଗିବା ପାଇଁ ପଡୁଛି । ସେତେବେଳେ ସେ ବିଏମସି ଙ୍କୁ ଜଣେଇଥିଲେ ଯେ ଲୋନ କରି ଦେକାନ କରିଥିଲେ ଏବଂ ଷଣ୍ଢ ଲଢେଇ ଯୋଗୁଁ ସେଥିରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଜିନିଷ କ୍ଷତି ହୋଇଚି କିନ୍ତୁ ବିଏମସିର କୋଣସି ପ୍ରତିକ୍ରିୟା ନାହିଁ କି କୌଣସି ପ୍ରକାର ସହାୟତା ନାହିଁ ।

ତେଣୁ କିଛି ସାହାଯ୍ୟ ପାଇଁ ସେ ନିବେଦନ କରିବା ସହିତ ଏହା ମଧ୍ୟ କହିଛନ୍ତି ଯେ କୁକୁରମାନେ ମଧ୍ୟ ବହୁତ ହଇରାଣ କରିବା ସହିତ ଅନେକ ଥର ଲୋକମାନଙ୍କୁ କାମୁଡି ସାରିଲାଣି । ତେଣୁ ତାଙ୍କର ନିବେଦନ ଏତିକି ଯେ ଏହି ବୁଲାକୁକୁର ଏବଂ ବୁଲାଷଣ୍ଢକୁ ଅକ୍ତିଆର କରାଯାଉ । ତେବେ ଦୋକାନୀ ନିଜ ଜୀବନ ବଞ୍ଚାଇବା ପାଇଂ ଦୋକାନର ସଟର ନପକାଇ ଜୀବନ ବିକଳରେ ଦୋଡି ପଳାଇଥିଲେ ।