ଭଦ୍ରକ ରେ ଯାତ୍ରା MELODY ଚାଲିଥିଲା ବେଳେ “ଖୋଲା ଛାତି କୁ ଅଧା ଲଙ୍ଗଳା ନାଚ ନାଚୁଥିବା ସମୟରେ” ରାଣୀ ଙ୍କ ନାଚ ଦେଖି ଜୋତା ଫିଙ୍ଗିଲେ ମହିଳା,ଭାଇରାଲ ହେଉଛି ଏହି ଫୁଲ୍ ଭିିଡିଓ
ଯାତ୍ରା ରେ ଅଶ୍ଳୀଳ ନାଚ କୁ ବିରୋଧ କଲେ ଜଣେ ମହିଳା, ଯାତ୍ରା ଚାଲି ଥିବା ବେଳେ ଜଣେ ମହିଳା ମଝିରେ ଚପଲ ଫୋପାଡ଼ି ଥିଲେ ଯାହା ଫଳରେ କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇ ଯାଇ ଥିଲା | ସୂଚନା ଅନୁସାରେ କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳ ରେ ଯାତ୍ରା ପରିବେଷଣ ହେଉଛି ଯାହାକି ରାଜନନ୍ଦିନୀ ପରିବେଷଣ କରୁଛନ୍ତି |
ରାଜନନ୍ଦିନୀ ଯାତ୍ରା ପାର୍ଟି ର ରାନୀ ନାମକ ଅଭିନେତ୍ରୀ ନାଚ ପରିବେଷଣ କରୁ ଥିଲେ, କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକ ଙ୍କ ମଧ୍ୟରୁ ଜଣେ ମହିଳା ନାଚୁ ଥିବା ଅଭିନେତ୍ରୀ ଙ୍କ ଉପରକୁ ଜୋତା ଫୋପାଡ଼ି ଥିଲେ | ପରେ ପରେ ଏହି ମହିଳା ଜଣଙ୍କ ମଞ୍ଚ ଉପରକୁ ଚଢି ଯାଇ ଥିଲେ ବେସ କିଛି ସମୟ ପାଇଁ ଯାତ୍ରା ବନ୍ଦ ରହି ଥିଲା | ତେବେ ଯୁକ୍ତିତର୍କ ଭଳି ପରିସ୍ଥିତି ମଧ୍ୟ ଦେଖା ଦେଇ ଥିଲା, ଯେତେ ବେଳେ ଯାତ୍ରା ର କିଛି ଅଧିକାରୀ ଓ ମହିଳା ଙ୍କ ମଧ୍ୟରେ ଭିଡାଭିଡି ଭଳି ପରିସ୍ଥିତି ସାମ୍ନା କୁ ଆସି ଯାଇ ଥିଲା |
ମହିଳା ଙ୍କର ଅଭିଯୋଗ ଥିଲା କି ଯାତ୍ରା ରେ ଅଶ୍ଳୀଳ ନାଚ ପରିବେଷଣ କରା ଯାଉଛି, ଫଳରେ ଠିକ ସେହି ସମୟରେ ଅନେକ ଦର୍ଶକ ଙ୍କ ମଧ୍ୟରେ ଯେତେ ବେଳେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନି ନାଚ ବା ନୃତ୍ୟ ପରିବେଷଣ କରୁ ଥିଲେ ଠିକ ସେହି ସମୟରେ ତାଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ ତଳେ ଯାତ୍ରା ଦେଖୁ ଥିବା ମହିଳା ଜଣଙ୍କ | କେବଳ ତଳେ ଥାଇ ସେ ଚପଲ ଫିଙ୍ଗି ନଥିଲେ ବରଂ ପରବର୍ତ୍ତୀ ସମୟରେ ସେ ମଞ୍ଚ ଉପରକୁ ମଧ୍ୟ ଚଢି ଯାଇ ଥିଲେ | ଆଉ ମଞ୍ଚ ଉପରେ ଚଢି ଏହି ଅଶ୍ଳୀଳ ନୃତ୍ୟ କୁ ପ୍ରତିବାଦ କରି ଥିଲେ ସେହି ସମୟରେ ଅନ୍ୟ ଦର୍ଶକ ତଳେ ଥାଇ ତାଳି ମାରୁ ଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି |
ତେବେ ପୂର୍ବରୁ ଯେତେ ବେଳେ ଖଣ୍ଡଗିରି ରେ ଯାତ୍ରା ପଡ଼ୁ ଥିଲା ଯେତେ ବେଳେ ଜଣେ ଅଭିନେତ୍ରୀ ଜଣଙ୍କ ନୃତ୍ୟ କରୁ ଥିଲେ ସେତେବେଳେ ମଧ୍ୟ ସମାନ ଅଭିଯୋଗ ଆସୁ ଥିଲା | ତାହାକୁ ନେଇ ମଧ୍ୟ ଏକ ଗଣ୍ଡଗୋଳ ସୃଷ୍ଟି ହୋଇ ଥିଲା ଏବଂ ଅନେକ ଦର୍ଶକ ମଧ୍ୟ ଏହାକୁ ବିରୋଧ କରି ଥିଲେ |
ତା ପରେପରେ ଆଶା କରା ଯାଉ ଥିଲା କି ଯାତ୍ରା ରେ ଏ ଦିଗ ପ୍ରତି ଯେଉଁ କଳାକାର ରହିଛନ୍ତି ଏବଂ କର୍ତ୍ତୃପକ୍ଷ ରହିଛନ୍ତି ସେମାନେ ଏହା ଉପରେ ଦୃଷ୍ଟି ରଖିବେ | କିନ୍ତୁ ଚରମ୍ପା ରୁ ଯେଉଁ ଚିତ୍ର ଆସୁଛି ପୁଣି ଥରେ ସେହି ଘଟଣାକୁ ସାମ୍ନାକୁ ଆଣୁଛି ବା ଲୋକଙ୍କୁ ମନେ ପକାଇ ଦେଉଛି | ତେବେ ଏହି ଘଟଣା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଯାହାକୁ ନେଇ ଏହି ମହିଳା ଙ୍କୁ ଅନେକ ଲୋକ ସମର୍ଥନ ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।