ଆଜି ବି ହାରିନାହିଁ ମିନତୀଙ୍କ ମାନବିକତା ! ନିଜର , ସବୁ ସମ୍ପତ୍ତି ରିକ୍ସାବାଲା ଙ୍କ ନାମରେ କରିଦେଲେ …ଏହି ମା ଙ୍କ ପାଇଁ ଗୋଟିଏ ଲାଇକ୍ ଏବଂ ସେୟାର କରନ୍ତୁ

ସମ୍ପତି ପାଇଁ ବାପ-ପୁଅ ଓ ଭାଇ-ଭାଇ ଊିତରେ ଝଗଡା ଲାଗେ ହେଲେ ରକ୍ତ ସଂମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସା ଚାଳକଙ୍କୁ ନିଜର ସବୁ ସମ୍ପତିର ଉତ୍ତରାଧିକାରୀ କରି ଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି କଟକ ସହରର ସୂତାହାଟ ଅଞ୍ଚଳର ମୀନତି ପଟ୍ଟନାୟକ । ମୀନତି ଙ୍କ ର ସ୍ବାମୀ କୃଷ୍ଣ କୁମାର ପଟ୍ଟନାୟକ ଙ୍କ ର 2020 ରେ ବା ଗତ ବର୍ଷ ଦେହାନ୍ତ ହୋଇ ଯାଇ ଥିଲା । ସ୍ବାମୀ ଯିବାର 6 ମାସ ପରେ ଝିଅ କୋମଲ୍ ଙ୍କ ର ମଧ୍ୟ ହୃଦଘାତ ରେ ମୃତ୍ୟୁ ହୋଇ ଗଲା । 6 ମାସ ଭିତରେ ଆଗ ପଛ ହୋଇ ସ୍ବାମୀ ଓ ଝିଅ ଚାଲି ଗଲେ ।

ଆଉ ନିଜର ସବୁଠୁ କଠିନ୍ ସମୟ ରେ ଯିଏ ପାଖରେ ଠିଆ ହୋଇଥିଲା ସେ ଥିଲେ ରିକ୍ସା ଚାଳକ ବୁଢା ସାମଲ । ସେ ରିକ୍ସା ଚାଳକ ଙ୍କ ପରିବାର ର ହାତ କୁ ଟେକି ଦେଇଛନ୍ତି କଟକ ସହର ଉପରେ ଠିଆ ହୋଇଥିବା 3 ମହଲା ଘର, ସମସ୍ତ ଜିନିଷ ପତ୍ର ଆଉ କୋଟିଏ ଟଙ୍କାର ସମ୍ପତି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ରିକ୍ସା ଚାଳକ ଙ୍କ ପରିବାର ମେଳରେ ଦିନ କାଟିବା ପାଇଁ ସ୍ଥିର କରି ନେଇଛନ୍ତି ମୀନତି ।

ଓକିଲ ଙ୍କ ଉପସ୍ଥିତି ରେ ସମସ୍ତ କାଗଜ ପତ୍ର କୁ ସେ ରିକ୍ସା ଚାଳକ ବୁଢା ସାମଲ ଙ୍କୁ ହସ୍ତାନ୍ତର କରିଛନ୍ତି । ସ୍ନେହ ଆଉ ଶ୍ରଦ୍ଧା ଆଗରେ ସମ୍ପତି ଯେ ତୁଚ୍ଛ ଏ କଥା ପ୍ରମାଣ କରି ଦେଇଛନ୍ତି ମୀନତି ।

ତେବେ ଯିଏ ଦିନେ ରିକ୍ସା ଟାଣିଲେ ଘରେ ଚୁଲି ଜଳୁଥିଲା ସେ ମଣିଷ ଆଜି କୋଟିପତି । ତିନି ମହଲା କୋଠାର ମାଲିକ । କଟକରୁ ଆସିଥିବା ଏହି କାହାଣୀ ସେବାରୁ କେତେ ବଡ ଶକ୍ତି ରହିଛି ତାହା ପ୍ରମାଣିତ କରୁଛି । କଟକର ମୀନତି ପଟ୍ଟନାୟକ ଯିଏ ତାଙ୍କର ଗୋଟିଏ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତିକୁ ଜଣେ ରିକ୍ସାଚାଳକ ବୁଢା ସାମଲଙ୍କ ନାଁ ରେ କରି ଦେଇଛନ୍ତି । ଯିଏକି ବର୍ଷବର୍ଷ ଧରି ମୀନତି ପଟ୍ଟନାୟକଙ୍କ ପରିବାରର ସେବା କରି ଆସୁଛନ୍ତି ।

ମୀନତି ପଟ୍ଟନାୟକ କଟକରେ ରୁହନ୍ତି ଗତ ବର୍ଷ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଗଲା ଆଉ ଏହାର 6ମାସ ପରେ ଏକମାତ୍ର ଝିଅ କୋମଲ୍ ହୃଦଘାତରେ ଚାଲିଯିବା ଗଲେ ଆଉ ଏହି ନିଃସଙ୍ଗ ଜୀବନରେ ସବୁ ସୁଖରେ ଦୁଃଖରେ ସେବା କରି ଆସୁଛନ୍ତି ବୁଢା ସାମଲଙ୍କ ପରିବାର ।

ଏ ସଂମ୍ପର୍କ ଆଜିର ନୁହେଁ ଝିଅ ଛୋଟ ଥିବା ସମୟରୁ ବୁଢାସାମଲ ମୀନତିଙ୍କ ଝିଅକୁ ସ୍କୁଲ ଏବଂ କଲେଜ୍ ବି ନେଉଥିଲେ । ଘରର ସମସ୍ତଙ୍କ ସେବା କରୁଥିଲେ ଆଉ ଯେତେବେଲେ ମୀନତି ଏକୁଟିଆ ହୋଇଗଲେ ବୁଢା ସାମଲ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ତାଙ୍କର ସବୁ କାମ କରୁଛନ୍ତି ।

ଯେଉଁ କାମ ନିଜ ରକ୍ତ ସଂମ୍ପର୍କୀୟମାନେ କରିପାରିଲେ ନାହିଁ ତାହା ବୁଢା ସାମଲ କରି ଦେଖାଇଲେ । ଏଭଳି ଏକ ସ୍ଥିତିରେ ମୀନତି ତାଙ୍କର ଘର ରିକ୍ସାଚାଳକ ବୁଢାସାମଲଙ୍କ ନାମରେ କରିଦେଇଛନ୍ତି । ଆଉ ବିଢାସାମଲ ମଧ୍ୟ କହିଛନ୍ତି ମରିବା ଯାଏଁ ଆମେ ତାଙ୍କ ସେବା କରିବୁ । ମଣିଷ ଶେଷ ମୂହୂର୍ତ୍ତରେ କଣ ଚାହେଁ ଟିକେ ଭଲପାଇବା ଏବଂ ସେବା । ବାସ୍ ସେହି ସେବା ଏବଂ ସ୍ନେହ ବୁଢାସାମଲଙ୍କ ପରିବାର ଟାରୁ ପାଇଛନ୍ତି ମୀନତି ପଟ୍ଟନାୟକ । ସେଥିପାଇଂ ନିଜ କଷ୍ଟଉପାର୍ଜିତ ସମ୍ପତିକୁ କରି ଦେଇଛନ୍ତି ବୁଢାସାମଲଙ୍କ ନାଁରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।