Hair Care Tips – ଶୀତ ଦିନେ କେଶର ଯତ୍ନ କିପରି ନେବେ ? | Dr Sajili Mehta
ତେବେ ଶୀତ ଦିନେ କେଶ ଟିକେ ଭିନ୍ନ ପ୍ରକାର ର ରହିଥାଏ ତେଣୁ ଆଜି ଆମେ ଶୀତ ଦିନରେ କେଶ କେମିତି ଯତ୍ନ ନେବା ସେହି ସମ୍ପର୍କ ରେ ଆଲୋଚନା କରିବା | ତେବେ ପ୍ରଥମେ ଆମ ଡ୍ୟାଣ୍ଡରପ୍ସ ର ଚିକିତ୍ସା କରିବା କାରଣ ଡ୍ୟାଣ୍ଡରପ୍ସ ସାଧାରଣ ସମସ୍ତ ଙ୍କ କେଶ ରେ ଆଜିକାଲି ଦେଖିବା ପାଇଁ ମିଳୁଛି | ତେଣୁ ପ୍ରଥମେ ସାମ୍ପୁ ରେ ଡ୍ୟାଣ୍ଡରପ୍ସ କୁ ସଫା କରିବା | ତେବେ ଶୀତ ଦିନରେ ଅଧିକ ତେଲ ମୁଣ୍ଡରେ ଲଗାଇବା ନାହିଁ କାରଣ ଶୀତ ଦିନରେ ଶରୀର ଶୁଷ୍କ ହୋଇଯାଏ କିନ୍ତୁ କେଶ ମୂଳରେ ତେଲ ବାହାରି ଥାଏ ତେଣୁ ତାହା ଅଏଲି ରହିଥାଏ |
ଶୀତ ଦିନରେ ଅଧିକ ଝାଳ ବାହାରେ ନାହିଁ ତେଣୁ ଚୁଟି ମୂଳରେ ମଧ୍ୟ ଅଧିକ ଝାଳ ବାହାରେ ନାହିଁ | ଏହା ସହିତ ଶୀତ ଦିନରେ ଆମ ଚୁଟି ବହୁତ ଅଡୁଆ ହୋଇ ଯାଏ ତେଣୁ ଆପଣ ଚୁଟି ମୂଳ କୁ ଛାଡିକି ଖାଲି ତଳ ଚୁଟି ରେ ତେଲ ଲଗାଇ ପାରିବେ | ତେବେ ଶୀତ ଦିନରେ ପ୍ରାୟ ଲୋକ ଅଛନ୍ତି ଚୁଟି ସାମ୍ପୁ କରନ୍ତି ନାହିଁ ଏମିତି କି ମାସରେ ଥରେ କରି ଥାଆନ୍ତି | କିନ୍ତୁ ଆଦୌ ଏମିତ କରନ୍ତୁ ନାହିଁ ସପ୍ତାହ ରେ ଥରେ ନିହାତି କେଶ ସାମ୍ପୁ କରନ୍ତୁ କାରଣ ଶୀତ ଦିନରେ ଆମ କେଶ ଅଧିକ ଧୂଳି ହୋଇ ଥାଏ |
ସୁସ୍ଥ କେଶ ପାଇଁ ଡାଏଟ:-
ତେବେ ଶୀତ ଦିନରେ ଯଦି ଆମେ ନିଜ ଖାଇବା ପିଇବା ଉପରେ ଧ୍ୟାନ ରଖିବା ତେବେ ତାହା ଆମ କେଶ ରେ ବହୁତ ଉପକାରିତା ଦେଇ ଥାଏ | ପ୍ରଥମେ ହେଉଛି ଆପଣ ଶୋଇବା ଉପରେ ମଧ୍ୟ ଚୁଟି ର ଲାଭ ରହି ଥାଏ, ଯଦି ଆପଣ ଜଲଦି ଶୋଇକି ଜଲଦି ଉଠିବେ ତେବେ ଏହା କେଶ ନ ଝଡ଼ିବା ର ଏକ କାରଣ ହୋଇ ଥାଏ | ତେବେ ଏହା ସହିତ ଆପଣ ଯଦି ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବେ ତେବେ ତାହା ମଧ୍ୟ କେଶରେ ବହୁତ ଲାଭ ଦାୟକ ହୋଇ ଥାଏ |
ଯେମିତି କି ଅଣ୍ଡା, ସୋୟାବିନ ଏବଂ ଅଏଲି ଖାଦ୍ୟ ଆଦୌ ଖାଇବେ ନାହିଁ | ଏହା ସହିତ ଆମ ଶରୀର ରେ ଯଦି ଆଇରନର ପରିମାଣ କମିଯିବ ତେବେ ମଧ୍ୟ କେଶ ଉପୁଡିବା ଆରମ୍ଭ ହୋଇଥାଏ | ଡାଲି, ଦହି, କାଜୁ, ବାଦାମ, ପିସ୍ତା ଏହାକୁ ବାଲାନ୍ସ କରିକି ଖାଆନ୍ତୁ ଦେଖିବେ ଆପଣ ଙ୍କ କେଶ ଗ୍ରୋଥ ହେବ | ଏଗୁଡିକୁ ଆପଣ ପୁରୁଣା ଲୋକ ମାନେ ଖାଉ ଥିଲେ ବୋଲି ତାଙ୍କର କେଶ ମଜବୁତ ରହିଛି କିନ୍ତୁ ଆଜିକାଲି ପିଲା ମାର୍କେଟ ରେ ମିଳୁ ଥିବା ଖାଦ୍ୟ ଖାଉଛନ୍ତି ଯାହାଦ୍ୱାରା କେଶ ସମସ୍ୟା ପ୍ରାୟ ଦେଖା ଯାଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।